କେନ୍ଦ୍ର ର ଅବୋହେଳା କହି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି :ବିଜେପି

କେନ୍ଦ୍ର ସରକାରଙ୍କ ପ୍ରତି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୧୭୯ କୋଟି ଟଙ୍କାର ଅନୁଦାନ ସହାୟତାରେ ରାଜ୍ୟରେ ସ୍ଥାପିତ ହେବାକୁ ଯାଉଅଛି ନୂତନ ୫ଟି ମେଡିକାଲ କଲେଜ । ଏହା ମଧ୍ୟରେ ବଲାଙ୍ଗୀରଠାରେ ହେବାକୁ ଥିବା ମେଡିକାଲ କଲେଜ ଅନ୍ୟତମ । ମାତ୍ର ଦୁର୍ଭାଗ୍ୟର କଥା ଯେ, ବଲାଙ୍ଗିରଠାରେ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ କଲେଜର ଶିଳାନ୍ୟାସ ଉତ୍ସବକୁ କୈାଣସି କେନ୍ଦ୍ରମନ୍ତ୍ରୀ କିମ୍ବା କେନ୍ଦ୍ର ଅଧିକାରୀଙ୍କୁ ନିମନ୍ତ୍ରଣ କରାନଯାଇ ଏକାକୀ ଉଦଘାଟନ କରିବା ରାଜ୍ୟ ସରକାରଙ୍କ ଚଞ୍ଚକ ଚରିତ୍ରକୁ ଉଦଘାଟିତ କରୁଅଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ କେନ୍ଦ୍ର ସରକାରଙ୍କ ଉଦଘାଟିତ ହୋଇଥିବା ପ୍ରକଳ୍ପ ଯଥା, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବେଗୁନିଆଠାରେ, ଭୂବନେଶ୍ୱର-ପୂରୀ ଜାତୀୟ ରାଜପଥର ପିପିଲିଠାରେ, ଭୂବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦର ତଥା ଏପରିକି ଜାତୀୟ ଆୟୁଷ ମିଶନ ମେଳାର ଉଦଘାଟନ ଉତ୍ସବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ରାଜ୍ୟ ସରକାର ସବୁବେଳେ “କେନେ୍ଦା୍ର ସରୋକାରଙ୍କ ଅବୋହେଳା” କହି ସବୁବେଳେ ରାଜ୍ୟବାସୀଙ୍କୁ ବିଭା୍ରନ୍ତ କରି ଆସୁଛନ୍ତି ।

bijaybjpଅତୀତରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ୧୦୮ ଆମ୍ବୁଲାନ୍ସ ସେବାରେ ଶାସକ ବିଜେଡି ଦଳ ଯେଉଁ ଚଞ୍ଚକତା କରିଥିଲା ତାହା ପରବର୍ତ୍ତୀ ସମୟରେ ସେ ସମସ୍ତ ଆମ୍ବୁଲାନ୍ସ ମାନଙ୍କରୁ ନାମ ଫଳକ ବଦଳାଇବାକୁ ବାଧ୍ୟ କରିଥିଲା । ନାମଫଳକ ଓ ଶିଳାନ୍ୟାସ ଇତ୍ୟାଦିରେ ଆସକ୍ତ ହୋଇଥିବା ଏହି ନବୀନ ସରକାର ସମସ୍ତ ଆଇନ ଏବଂ ବ୍ୟବସ୍ଥାକୁ ଭୁଲି ଯାଇ ମନୋମୁଖୀ ଶାସନ ଚଳାଇଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ସଜ୍ଜନ୍ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!