ଓଡିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

dppପବିତ୍ର ରକ୍ଷାବନ୍ଧନ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଜଣେ ବି ଲୋକ ଅସୁରକ୍ଷାରେ ନ ର ହୁ ବୋଲି ସୁରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆହ୍ୱାନ ଜଣାଇଛନ୍ତି । ଖଣ୍ଡଗିରି ସ୍ଥିତ ବାରଭୂଜା ଭଜନ ମଣ୍ଡପ ଠାରେ ତୈଳ କମ୍ପାନୀ ମାନଙ୍କର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପେଟ୍ରୋଲ ପମ୍ପ, ଗ୍ୟାସ ଡିଲର ତଥା ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ପରିବାରର ମହିଳା ମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ବୀମା ଯୋଜନାରେ ସାମିଲ କରି ସେମାନଙ୍କୁ ପଲିସି କାଗଡ ହସ୍ତାନ୍ତର କରିଥ#ଲେ ।

କେ ନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶର ସାଧାରଣ ଗରୀବ ଲୋକ ମାନଙ୍କ ପାଇଁ ସମର୍ପିତ ବୋଲି ପ୍ରକାଶ କରିଥ#ଲେ ଶ୍ରୀ ପ୍ରଧାନ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥ#ବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ୧୨ ଟଙ୍କା ଓ ୩୩୦ ଟଙ୍କା ଦେଇ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଏବଂ ସାଧାରଣ ମୃତ୍ୟୁରେ ମଧ୍ୟ ବୀମା ସୁବିଧା ଉପଲବ୍ଧ ହୋଇଛି । ଅଟଳ ପେନସନ ଯୋଜନାରେ ଖୁବ କମ ପ୍ରିମିୟମରେ ୬୦ ବର୍ଷ ପରେ ଏକ ହଜାର ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ସୁବିଧା ଉପଲବ୍ଧ ।

ସୁକନ୍ୟା ସମୃଦ୍ଧି ଯୋଜନାରେ ଅଧ#କ ସୁଧ ହାର କନ୍ୟା ସନ୍ତାନଙ୍କ ଭବିଷ୍ୟତ ପାଇଁ ଦ ୃଢ ସହଯୋଗର ହାତ ହୋଇଛି । ଦେଶରେ ମୁଦ୍ରା ବ୍ୟାଙ୍କ ମାଧ୍ୟମରେ ତଳ ସ୍ତରର ଲୋକ ମାନଙ୍କୁ ସୁଧଖୋର ସାହୁକାରଙ୍କ କବଳରୁ ମୁକ୍ତି ଦେଇ କମ ସୁଧ ହାରରେ ବିନା ବନ୍ଧକରେ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ଯୋଜନା ସମାଜରେ ସମ୍ପର୍କ, ସଦଭାବନା ଏବଂ ସୁରକ୍ଷାକୁ ସୁଦୃଢ କରିବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇ ଶ୍ରୀ ପ୍ରଧାନ ଜଣାଇଛନ୍ତି ଯେ ସମାଜରେ ଆଥ#ର୍କ ଦୃଷ୍ଟିରୁ ପ୍ରତିଷ୍ଠିତ ଲୋକ ମାନେ ସେମାନଙ୍କର ସହିତ ସଂପୃକ୍ତ ଥ#ବା ଗରୀବ ଲୋକ ମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସଂପୃକ୍ତ କଲେ ସେମାନଙ୍କ ପରିବାର ଅସୁବିଧା ସମୟରେ ସୁରକ୍ଷିତ ହୋଇ ପାରିବ ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କାରଣରୁ ଦେଶ ୧୭.୭୫ କୋଟି ଜନଧନ ଏକାଉଣ୍ଟ ଖୋଲିଥ#ବା ବେଳେ ଓଡିଶାରେ ୬୫ ଲକ୍ଷ ଏକାଉଣ୍ଟ ଖୋଲିଛି । ଦେଶର ସାଧାରଣ ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡି ହେବା ସହ ଦେଶର ଆଥ#ର୍କ ଅନ୍ତର୍ଭୁକ୍ତିକରଣରେ ନୂଆ ଯୁଗ ସୃଷ୍ଟି କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ୃଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ବରିଷ୍ଠ ଅଧ#କାରୀ ମାନଙ୍କର ସହ ବିଜେପି ରାଜ୍ୟ ସଭାପତି କନକ ବର୍ଧନ ସିଂହଦେଓ, ବିଜେପି ବିଧାୟକ ଦଳର ନେତା ବସନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥ#ଲେ ।

Share in top social networks!