୫ ବର୍ଷରେ ସଡ଼କ ଦୁର୍ଘଟଣାରେ ମଲେଣି ୧୯,୩୩୩ ଲୋକ; ରାଜ୍ୟର ରାଜପଥ କଡ଼ରେ ୭୦୪ ମଦ ଦୋକାନ

oddରାଜ୍ୟରେ ବଢ଼ି ଚାଲୁଥିବା ସଡ଼କ ଦୁର୍ଘଟଣାର ନିରାକରଣ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ସଡ଼କ ନିରାପତ୍ତା ସେଲ୍ ରାଜପଥ କଡ଼କୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଆସୁଥିବା ବେଳେ ଏବେ ବି ଜାତୀୟ ଓ ରାଜ୍ୟ ରାଜପଥ କଡ଼ର ୫୦ ମିଟର ଦୂରତା ଭିତରେ ୭୦୪ଟି ମଦ ଦୋକାନ •ଲୁଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଏହା ଜଣାପଡ଼ିଛି ।
ପରିବହନ ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ୨୦୧୧ ଡିସେମ୍ବର ପହିଲାରେ କେନ୍ଦ୍ର ସରକାର ଯେଉଁ ଚିଠି ଲେଖିଥିଲେ ସେଥିରେ ମଦ୍ୟପାନ କରି ଗାଡ଼ି •ଳନାକୁ ନିରୁତ୍ସାହିତ କରିବା ପାଇଁ ମୋଟର ଯାନ ଆଇନ୍ର ୧୮୫ ଧାରାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା । ଏହାଛଡ଼ା ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ମଦ ଦୋକାନଗୁଡ଼ିକୁ ଉଚ୍ଛେଦ କରିବା, ମଦ ବିକ୍ରେତାଙ୍କୁ ରାଜପଥ କଡ଼ରେ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ ନକରିବା, ପୂର୍ବରୁ ରାଜପଥ ପାଶ୍ୱର୍ରେ ଖୋଲାଯାଇଥିବା ମଦ ଦୋକାନଗୁଡ଼ିକୁ ସମୀକ୍ଷା କରି ସଂଶୋଧିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କହିଥିଲେ ।
କେନ୍ଦ୍ର ସରକାରଙ୍କ ପତ୍ର ଉପରେ ରାଜ୍ୟ ସରକାର ଜାତୀୟ ଓ ରାଜ୍ୟ ରାଜପଥ ଠାରୁ ୫୦ ମିଟର ଦୂରତା ମଧ୍ୟରେ ଥିବା ମଦ ଦୋକାନଗୁଡ଼ିକୁ ୫୦ ମିଟର ଠାରୁ ଅଧିକ ଦୂରତାକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ଅବକାରୀ ବିଭାଗ ୨୦୧୪ ଜାନୁଆରୀ ୧୮ ଓ ୨୦୧୫ ଜୁନ୍ ୨ ତାରିଖରେ ନିଦେ୍ର୍ଧଶନାମା ଜାରି କରିବା ସହିତ ରାଜପଥର ୫୦ ମିଟର ଦୂରତା ମଧ୍ୟରେ କୌଣସି ନୂଆ ମଦ ଦୋକାନ ନ ଖୋଲିବାକୁ ଅବକାରୀ ବିଭାଗ କହିସାରିଛି । ଏହା ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥର ୫୦ ମିଟର ଦୂରତା ମଧ୍ୟରେ ୭୦୪ଟି ମଦ ଦୋକାନ ରହିଛି । ଏଥିମଧ୍ୟରୁ ୩୨୮ଟି ଠିପି ବନ୍ଦ ଓ ୧୯୬ଟି ଠିପି ଖୋଲା ବିଦେଶୀ ମଦ ଦୋକାନ, ୨୯ଟି ଦେଶୀ, ୫୮ଟି ବାହାର ଭାଟି ଓ ୯୩ଟି ଶାଖା ମଦ ଦୋକାନ ଅନ୍ତର୍ଭୁକ୍ତ । ଏଥିରୁ ଚଳିତ ମାସ ୨୦ ତାରିଖ ସୁଦ୍ଧା ୨୪୧ଟି ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିବା ବେଳେ ଅନ୍ୟ ମଦ ଦୋକାନଗୁଡ଼ିକର ସ୍ଥାନାନ୍ତରୀକରଣ ପ୍ରଚେଷ୍ଟା ଜାରି ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଜପଥ କଡ଼ରୁ ମଦ ଦୋକାନଗୁଡ଼ିକୁ ନ ହଟେଇବା ପାଇଁ କିଛି ମଦ ଦୋକାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ସପକ୍ଷରେ ଅଦାଲତି ଆଦେଶ ହାତେଇବାରେ ନିରାଶ ହୋଇଛନ୍ତି । ହାଇକୋର୍ଟରେ ଏହି ମାମଲା ଫଇସଲା ସରିଥିଲେ ବି ରାସ୍ତାକଡ଼ରୁ ସବୁ ମଦ ଦୋକାନ ହଟୁନାହିଁ । ପ୍ରଚଳିତ ଆଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜପଥର ୫ଶହ ମିଟର ମଧ୍ୟରେ ମଦ ଦୋକାନ ରହିବା କଥା ନୁହେଁ ।
ଓଡ଼ିଶାରେ ଘଟୁଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ କେବଳ ଗତବର୍ଷ ଆମ ରାଜ୍ୟରେ ୯୬୪୮ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୩୯୩୧ ଜଣ ମରିଛନ୍ତି, ୫୬୬୭ଜଣ ଗୁରୁତର ଓ ୫୪୨୦ ଜଣ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିବା ବେଳେ ପ୍ରାୟ ୭୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଦ୍ରୁତ ଓ ବେପରୁଆ ଗାଡ଼ି •ଳନା ଅଭିଯୋଗରେ ୨୦୧୪ ବର୍ଷରେ ୭୨୭୭ ଜଣ •ଳକଙ୍କୁ ଗିରଫ କରାଯାଇଥିବା ବେଳେ ଏହି ବର୍ଷରେ ମାତ୍ର ଜଣକର ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି । ଚଳିତ ବର୍ଷର ପ୍ରଥମ ୬ ମାସରେ ଆମ ରାଜ୍ୟରେ ୫୬୫୧ଟି ସଡ଼କ ଦୁର୍ଘଟଣାରେ ୨୩୬୦ ଜଣ ମରିଥିବା ବେଳେ ୩୩୨୯ ଜଣ ଗୁରୁତର ଓ ୩୦୨୯ ଜଣ ସାମାନ୍ୟ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ୬ ମାସ ମଧ୍ୟରେ ବେପରୁଆ ଗାଡ଼ି •ଳନା ପାଇଁ ୩୨୩୬ ଜଣଙ୍କୁ ଗିରଫ କରାଯାଇଛି । ମୋଟାମୋଟି ଭାବେ ଗତ ୫ ବର୍ଷରେ ଆମ ରାଜ୍ୟରେ ୪୭,୪୨୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୯,୩୩୩ ଜଣଙ୍କ ପ୍ରାଣହାନୀ ଘଟିଛି ଏବଂ ପ୍ରାୟ ୫୬ ହଜାର ଆହତ ହୋଇଥିବା ବେଳେ ୧୮୮ କୋଟି ଟଙ୍କାର ଊଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ୫ ବର୍ଷରେ ଦ୍ରୁତ ଓ ବେପରୁଆ ଗାଡ଼ି •ଳନା ଅଭିଯୋଗରେ ୩୬,୮୧୧ ଜଣ •ଳକଙ୍କୁ ଗିରଫ କରାଯାଇଥିବା ବେଳେ ମାତ୍ର ୭୫ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି ।

Share in top social networks!