ରାଉରକେଲା ସରକାରୀ ହସ୍ପିଟାଲରେ ବ୍ୟାପକ ସଂଖ୍ୟକ ଡାକ୍ତର ଓ କର୍ମ•ରୀ ପଦବୀ ଖାଲି: ସ୍ୱାସ୍ଥ୍ୟସେବା ବ୍ୟାହତ

ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ସ୍ୱତନ୍ତ୍ର ପାହ୍ୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ଘୋଷଣା କରିବା ଏବଂ ଏଠାରେ ଖାଲିଥିବା ବିଭିନ୍ନ ପଦପଦବୀ ପୂରଣ ସଙ୍ଗେ ସଙ୍ଗେ ରୋଗୀ ସଂଖ୍ୟା ଦୃଷ୍ଟିରୁ ଅଧିକ ଡାକ୍ତର ଓ କର୍ମ•ରୀ ପଦବୀ ସୃଷ୍ଟି ଲାଗି ରାଉରକେଲା ବିଧାୟକ ଦିଲିପ ରାୟଙ୍କ ଦାବିକୁ ରାଜ୍ୟ ସରକାର ଏକ ପ୍ରକାର ଏଡ଼ାଇ ଯାଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର ସଂଖ୍ୟାଧିକ ରୋଗୀଙ୍କ ସମେତ ପଡ଼ୋଶୀ ରାଜ୍ୟର ବି ଅନେକ ରୋଗୀ ଆର୍ଜିଏଚ୍ ଉପରେ ନିର୍ଭର କରୁଥିବାରୁ ଏହାକୁ ସ୍ୱତନ୍ତ୍ର ପାହ୍ୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ଭାବେ ଘୋଷଣା କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଏଠାରେ ରୋଗୀ ସଂଖ୍ୟା ଦୃଷ୍ଟରୁ ଖାଲି ପଡ଼ୁଥିବା ପଦବୀ ପୂରଣ ଓ ଅଧିକ କର୍ମ•ରୀ ପଦବୀ ସୃଷ୍ଟି ଲାଗି ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ସଂକ୍ରାନ୍ତରେ ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିଥିଲେ । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଓ ଆର୍ଜିଏଚ୍ ସ୍ୱତନ୍ତ୍ର ପାହ୍ୟାର ମର୍ଯ୍ୟାଦା ପାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ଭଳି ଆର୍ଜିଏଚ୍ର ସମଅନୁପାତିକ ବିକାଶ ଘଟୁନଥିବା ସଂକ୍ରାନ୍ତରେ ବି ଶ୍ରୀ ରାୟ ପ୍ରଶ୍ନ ଉଠାଇଥିଲେ ।
ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆର୍ଜିଏଚ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମକକ୍ଷ ବି•ର କରାଯାଉଛି ଏବଂ ରୋଗୀ ସଂଖ୍ୟା ଦୃଷ୍ଟିରୁ ସେଠାରେ ଅଧିକ ଡାକ୍ତର ଓ ଅନ୍ୟାନ୍ୟ କର୍ମ•ରୀ ପଦବୀ ସୃଷ୍ଟି କରିବା ପାଇଁ ସରକାର ତାଙ୍କର ଆର୍ଥିକ ସମ୍ବଳକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ବି•ର କରିବେ ବୋଲି ଉଲ୍ଲେଖ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ଉତ୍ତରରେ ରଖିଥିବା ତଥ୍ୟରେ ଦର୍ଶାଇଛନ୍ତି ଯେ ଆର୍ଜିଏଚ୍ରେ ୨୧ଟି ଡାକ୍ତର ପଦବୀ ସମେତ ମୋଟ୍ ୪୭ଟି ପଦବୀ ଖାଲିପଡ଼ିଛି । ଏଠାରେ ଯୁଗ୍ମ ନିଦେ୍ର୍ଧଶକ ପାହ୍ୟାର ୫ଟି ଓ ଅନ୍ୟ ୫ଟି ସ୍ପେଶିଆଲିଷ୍ଟ ପଦବୀ ଖାଲିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।
କଟକ ଶିଶୁ ଭବନରେ ଶିଶୁ ମୃତୁ୍ୟ ସହିତ ସାରା ରାଜ୍ୟରେ ଶିଶୁ ଓ ମାତୃ ମୃତୁ୍ୟ ଘେନି ଆଲୋଡ଼ନ ପ୍ରକାଶ ପାଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଯୁଗ୍ମ ନିଦେ୍ର୍ଧଶକ ପାହ୍ୟାର ଶିଶୁ ବିଶେଷଜ୍ଞ ପଦବୀ ଓ ଏହି ପାହ୍ୟାର ଆଉ ଦୁଇଟି ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ଏଠାରେ ବି ତିନୋଟି ବରିଷ୍ଠ ଶଲ୍ୟ ଚିିକିତ୍ସକ ପଦବୀ ଖାଲିଥିବା ବେଳେ ଦୁଇଟି ଆନାସ୍ଥେସିଆ ପଦବୀ ମଧ୍ୟ ଖାଲିପଡ଼ିଛି । ନିଦାନ ବିଭାଗରେ ଏଠି କେହି ଡାକ୍ତର ନାହାନ୍ତି । ଗୋଟିଏ ଚକ୍ଷୁ ବିଶେଷଜ୍ଞ ପଦବୀ ସମେତ ୪ଟି ଆଇସିୟୁ ମେଡ଼ିକାଲ ଅଫିସର୍ ପଦବୀ ବି ଖାଲି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଆର୍ଜିଏଚ୍ ଓ ଏହା ନିୟନ୍ତ୍ରଣରେ ଥିବା ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଲାଗି ୪୯ଟି ଡାକ୍ତର ପଦବୀ ଥିବା ବେଳେ ସେଥିରେ ଏବେ ୨୮ ଜଣ କାର୍ଯ୍ୟରତ ଅଛନ୍ତି । କାର୍ଯ୍ୟରତ ଡାକ୍ତରମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣ କାମଚଳା ଭାବେ ରଖାଯାଇଥିବା ବେଳେ ଆଉ କେତେକ ଲମ୍ବା ଛୁଟିରେ ଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରେ ଉଲ୍ଲେଖ ରହିଛି ।
ଯେଉଁ ପ୍ରସଙ୍ଗରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ଜଡ଼ିତ ତାହାକୁ ସଂକୀର୍ଣ୍ଣ ରାଜନୀତିରୁ ଊଦ୍ଧ୍ୱର୍ରେ ରଖିବା ପାଇଁ ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ ନିବେଦନ କରିଛନ୍ତି । ସୁନ୍ଦରଗଡ଼ର ସାଂସଦ ଓ ରାଉରକେଲାର ବିଧାୟକ ବିଜେପିରୁ ଜିଣିଥିବାରୁ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାକୁ ସରକାର ବିଭିନ୍ନ କ୍ଷେତ୍ରରେ ଅଣଦେଖା କରୁଛନ୍ତି । ଆର୍ଜିଏଚ୍ରେ ବ୍ୟାପକ ସଂଖ୍ୟକ ଡାକ୍ତର ଓ ଅନ୍ୟାନ୍ୟ କର୍ମ•ରୀ ପଦବୀ ଖାଲି ରଖାଯିବା ଏବଂ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଭଳି ଏହାର ସମଆନୁପାତିକ ଅଭିବୃଦ୍ଧି ସରକାର କରୁନଥିବା ତାଙ୍କ ପାତର ଅନ୍ତର ମନୋଭାବର ସ୍ପଷ୍ଟ ପରି•ୟକ । କେନ୍ଦ୍ର ସରକାର ରାଉରକେଲାକୁ ସ୍ମାର୍ଟ ସିଟି ଭାବେ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ଏହି ସହରର ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଅଣଦେଖା କରିବା ସ୍ପୃହଣୀୟ ବୋଲି ଉଲ୍ଲେଖ କରି ମଣିଷର ଜୀବନ ମରଣ ସହିତ ସ୍ୱାସ୍ଥ୍ୟସେବା ଜଡ଼ିତ ଥିବାରୁ ଆର୍ଜିଏଚ୍ ପ୍ରତି ରାଜ୍ୟ ସରକାର ସକରାତ୍ମକ ମନୋଭାବ ପୋଷଣ କରିବା ପାଇଁ ଶ୍ରୀ ରାୟ କହିଛନ୍ତି ।

Share in top social networks!