ଏସ୍ଇବିସି ବର୍ଗଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ତଥ୍ୟ ନାହିଁ: ସଂରକ୍ଷଣ ଆଇନ କୋର୍ଟରେ ନାକଚ

ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ (ଏସ୍ଇବିସି) ବର୍ଗର ଲୋକସଂଖ୍ୟା ଓଡ଼ିଶାରେ କେତେ ଏବଂ ଏ ସଂକ୍ରାନ୍ତୀୟ ଜନଗଣନା କେଉଁ ବର୍ଷରେ ହୋଇଥିଲା ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିକଟରେ ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟ ଏ ପ୍ରସଙ୍ଗରେ ଉଠାଇଥିବା ପ୍ରଶ୍ନର ବିଭାଗୀୟ ମନ୍ତ୍ରୀ ଲାଲବିହାରୀ ହିମିରିକା ଯେଉଁ ଉତ୍ତର ରଖିଛନ୍ତି ସେଥିରୁ ଏହା ଜଣାପଡ଼ୁଛି ।
ସରକାରଙ୍କ ସର୍ବଶେଷ ହିସାବ ଅନୁଯାୟୀ ରାଜ୍ୟର ଏସ୍ଟି, ଏସ୍ସି ଓ ଏସ୍ଇବିସି ବର୍ଗର ଲୋକସଂଖ୍ୟା କେତେ ଏବଂ ଏମାନଙ୍କ ଭିତରେ ମହିଳା ଓ ପୁରୁଷଙ୍କ ସଂଖ୍ୟା କେତେ, ଏସ୍ଇବିସି ଗଣନା କେଉଁ କେଉଁ ବର୍ଷରେ କରାଯାଇଛି, ଏବେ ସରକାରୀ •କିରି କ୍ଷେତ୍ରରେ ଏହି ବର୍ଗଙ୍କ ଲାଗି କି ପ୍ରକାରର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ପ୍ରଶ୍ନ ପ•ରିଥିଲେ । ଏହାର ବିଭାଗୀୟ ମନ୍ତ୍ରୀ ଶ୍ରୀ ହିମିରିକା ଯେଉଁ ଲିଖିତ ଉତ୍ତର ଦେଇଛନ୍ତି ସେଥିରେ ଏସ୍ଇବିସି ଗଣନା କେଉଁ କେଉଁ ବର୍ଷରେ କରାଯାଇଛି ଏବଂ ଆମ ରାଜ୍ୟରେ ଏହି ବର୍ଗର ଲୋକସଂଖ୍ୟା କେତେ ଏବଂ ସେମାନଙ୍କ ଭିତରେ ମହିଳା ଓ ପୁରୁଷଙ୍କ ସଂଖ୍ୟା କେତେ ସେଥିଘେନି ମନ୍ତ୍ରୀ ସମ୍ପୂର୍ଣ୍ଣ ନୀରବ ରହିଥିବାରୁ ସରକାରଙ୍କ ନିକଟରେ ଏ ସଂକ୍ରାନ୍ତରେ କିଛି ତଥ୍ୟ ନାହିଁ ବୋଲି ଧରିନିଆଯିବ ବୋଲି ବିଧାୟକ ଶ୍ରୀ ରାୟ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୪୭,୨୭,୭୩୨ ପୁରୁଷ ଓ ୪୮,୬୩,୦୨୪ ମହିଳା ସମେତ ମୋଟ୍ ୯୫,୯୦,୭୫୬ ଜଣ ଅନୁସୂଚିତ ଜାନଜାତିର ଲୋକ ଅଛନ୍ତି । ଏଥିରୁ ଏହି ବର୍ଗରେ ପୁରୁଷଙ୍କ ଠାରୁ ମହିଳାଙ୍କ ସଂଖ୍ୟା ପ୍ରାୟ ୧ଲକ୍ଷ ୩୫ ହଜାରରୁ ଅଧିକ ଥିବା ଜଣାପଡ଼ିଛି । ସେହିପରି ଆମ ରାଜ୍ୟରେ ୩୬,୧୭,୮୦୮ ପୁରୁଷ ଓ ୩୫,୭୦,୬୫୫ ମହିଳାଙ୍କ ସମେତ ମୋଟ୍ ୭୧,୮୮,୪୬୩ ଜଣ ଅନୁସୂଚିତ ଜାତି ବର୍ଗର ଲୋକ ଅଛନ୍ତି । ଏହି ବର୍ଗରେ କିନ୍ତୁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ପ୍ରାୟ ୪୭ ହଜାର ଅଧିକ ଥିବା ଜଣାପଡ଼ିଛି ।
୨୦୧୧ ଜନଗଣନାରେ ସାମାଜିକ ତଥା ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଜାତିଭିତ୍ତିକ ଆକଳନ କରାଯାଇନାହିଁ । କେନ୍ଦ୍ର ସରକାର ଜାତୀୟ ସ୍ତରର •କିରି କ୍ଷେତ୍ରରେ ଏସ୍ସିଙ୍କ ପାଇଁ ୭.୫ ପ୍ରତିଶତ, ଏସ୍ସିଙ୍କ ପାଇଁ ୧୫ ପ୍ରତିଶତ ଓ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିଛନ୍ତି । ରାଜ୍ୟ ସରକାର ୨୦୦୮ର ଏସ୍ଇବିସି ଆଇନ୍ ଅନୁଯାୟୀ ଏହି ବର୍ଗଙ୍କ ପାଇଁ ମୂଳ ପଦବୀ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ସ୍ୟାଟ୍ ୨୦୧୩ ଡିସେମ୍ବର ମାସରେ ଦେଇଥିବା ରାୟରେ ସୁପ୍ରିମ୍କୋର୍ଟଙ୍କ ନଜିର୍ ଦେଇ ସମୁଦାୟ ସଂରକ୍ଷଣକୁ ୫୦% ମଧ୍ୟରେ ସୀମିତ ରଖିବାକୁ ଆଦେଶ ଦେବା ସହ ଏସ୍ଇବିସି ଆଇନ୍କୁ ନାକଚ୍ କରିଦେଇଛନ୍ତି । ତେବେ ଏହି ରାୟ ବିରୁଦ୍ଧରେ ଓଡ଼ଶା ସରକାର ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ଓ ଏହି ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଉକ୍ତ ବର୍ଗଙ୍କ ପାଇଁ •କିରି କ୍ଷେତ୍ରରେ ସଂରକ୍ଷଣ ସୀମାକୁ ୨୭ରୁ କମାଇ ୧୧.୨୫ ପ୍ରତିଶତରେ ସୀମିତ ରଖିଛନ୍ତି ।
ମନ୍ତ୍ରୀଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ସୁପ୍ରିମ୍କୋର୍ଟଙ୍କ ବିଭିନ୍ନ ଐତିହାସିକ ରାୟ ପରିପ୍ରେକ୍ଷୀରେ ଏସ୍ଇବିସିଙ୍କ ପାଇଁ •କିରି କ୍ଷେତ୍ରରେ ସଂରକ୍ଷଣ ଆଇନ୍ ପ୍ରଣୟନ କରିବା ପୂର୍ବରୁ ରାଜ୍ୟ ସରକାର “କ୍ୱାଣ୍ଟିଫିଏବଲ୍ ଡାଟା’ ସଂଗ୍ରହ କରିବା କଥା । ଏଥିରେ ଏହି ବର୍ଗର ଲୋକସଂଖା ଏବଂ •କିରି କ୍ଷେତ୍ରରେ ଏହି ବର୍ଗର ପ୍ରତିନିଧିତ୍ୱ ସ୍ଥାନ ପାଇବା ଆବଶ୍ୟକ । ଏହାଛଡ଼ା ଉକ୍ତ ଆଇନ୍କୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ ପାଇଁ ପଠାଯାଇଥିବା ବେଳେ ତରବରିଆ ଭାବେ ରାଜ୍ୟ ସରକାର ଏହାକୁ ଲାଗୁ କରି ନିଜ ଆଇନକୁ ନିଜେ ହତ୍ୟା କରିବାର ବାଟ ସଫା କରିଛନ୍ତି । ଏଥିଯୋଗୁ ଏସ୍ଇବିସି ବର୍ଗର ପ୍ରାର୍ଥୀମାନେ ନିରାଶ ହେବା ସ୍ୱାଭାବିକ । ଏଥିରୁ ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନଥିବା ସ୍ପଷ୍ଟ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଇନ୍ ଅଦାଲତରେ ବିଚିତ୍ର ଯୁକ୍ତି ଉପସ୍ଥାପନ କରାଯାଇ ଜାତୀୟ ସଂରକ୍ଷଣ ହାର ତୁଳନାରେ ଓଡ଼ିଶାରେ ଏସ୍ଟି ଓ ଏସ୍ସିଙ୍କ ପାଇଁ •କିରି କ୍ଷେତ୍ରରେ ଢେର୍ ଅଧିକ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଥିବାରୁ ଏହା ବିରୁଦ୍ଧରେ ଆବେଦନକାରୀ ମାମଲା କାହିଁକି ରୁଜୁ କଲେ ନାହିଁ ବୋଲି କୁହାଯିବା ବାସ୍ତବରେ ରାଜ୍ୟ ସରକାରଙ୍କ ଏସ୍ଟି ଓ ଏସ୍ସି ବିରୋଧୀ ମନୋଭାବର ସ୍ପଷ୍ଟ ପରି•ୟକ । କେବଳ ସେତିକି ନୁହେଁ ଏଭଳି ଯୁକ୍ତି ରଖି ରାଜ୍ୟ ସରକାର ଏସ୍ଟି ଓ ଏସ୍ସିଙ୍କ ସାମ୍ବିଧାନିକ ଅଧିକାର ବିରୁଦ୍ଧରେ ଅନ୍ୟ ବର୍ଗଙ୍କୁ ଉସୁକାଉଛନ୍ତି ବୋଲି ଶ୍ରୀ ରାୟ ଅଭିଯୋଗ କରିଛନ୍ତି । ମୋଟାମୋଟି ଭାବେ ରାଜ୍ୟରେ ଉଚ୍ଛେଦ ହୋଇଥିବା ସରକାରୀ ପଦପଦବୀକୁ ମିଶାଇ ୨ଲକ୍ଷ ୧୦ହଜାରୁ ଅଧିକ •କିରି ଖାଲି ପଡ଼ିଥିବା ବେଳେ ଉଦେ୍ଧଶ୍ୟମୂଳକ ଭାବେ ଏଗୁଡ଼ିକ ପୂରଣ କରିବା କ୍ଷେତ୍ରରେ ସରକାର ମନ୍ଥରତା ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତୁରନ୍ତ ସବୁ ପଦପଦବୀ ପୂରଣ ପାଇଁ ସେ ଦାବି କରିଛନ୍ତି ।

Share in top social networks!