ମଧ୍ୟାହ୍ନ ଭୋଜନ ପାଇଁ ୪ ବର୍ଷରେ ଖର୍ଚ୍ଚ ୨୯୬୯ କୋଟି: କେନ୍ଦ୍ର ସରକାର ଦେଇଛନ୍ତି ୨୨୦୦ କୋଟି ଟଙ୍କା

MIDDAYMEALଓଡ଼ିଶାର ବିଦ୍ୟାଳୟମାନଙ୍କରେ •ଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ୪ ବର୍ଷରେ ପ୍ରାୟ ୨୯୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ କେନ୍ଦ୍ର ସରକାର ୨୨୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ବହନ କରିଛନ୍ତି । ରାଜ୍ୟର ୬୨,୬୪୨ଟି ବିଦ୍ୟାଳୟର ୫୫,୪୧,୨୩୮ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଦ୍ୱାରା ଉପକୃତ ହେଉଛନ୍ତି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
୨୦୧୧-୧୨ରୁ ୨୦୧୪-୧୫ ବର୍ଷ ମଧ୍ୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ୨୯୬୯ କୋଟି ୪୮ଲକ୍ଷ ୩୪ ହଜାର ଟଙ୍କାର ବଜେଟ୍ ବ୍ୟବସ୍ଥା ଥିବା ସ୍ଥଳେ ସେଥିରୁ କେନ୍ଦ୍ର ସରକାର ୨୨୦୯ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ଓ ରାଜ୍ୟ ସରକାର ଦେଇଛନ୍ତି ୭୬୦ କୋଟି ୩୪ ଲକ୍ଷ ୪୦ହଜାର ଟଙ୍କା ବହନ କରିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ପ୍ରତି ପିଲା ପାଇଁ ମଧ୍ୟାହ୍ନ ଭୋଜନ ବାବଦରେ ମୁଣ୍ଡପିଛା ୪ଟଙ୍କା ୪ ପଇସା ଗତବର୍ଷ ବ୍ୟୟ ହୋଇଥିବା ବେଳେ ସେଥିରୁ କେନ୍ଦ୍ର ସରକାର ମୁଣ୍ଡପିଛା ୨ ଟଙ୍କା ୬୯ ପଇସା ଓ ରାଜ୍ୟ ସରକାର ୧ ଟଙ୍କା ୩୫ ପଇସା ବହନ କରିଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଲାଗି ଗତ ଆର୍ଥôକ ବର୍ଷରେ ମୁଣ୍ଡପିଛା ୬ ଟଙ୍କା ୩ ପଇସା କରି ବ୍ୟବସ୍ଥା ଥିବା ବେଳେ ଏଥିରୁ କେନ୍ଦ୍ର ସରକାର ୪ଟଙ୍କା ୪ ପଇସା ଓ ରାଜ୍ୟ ସରକାର ୧ଟଙ୍କା ୯୯ ପଇସା ବହନ କରିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୧-୧୨ ବର୍ଷରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଲାଗି ମୁଣ୍ଡପିଛା ୩ ଟଙ୍କା ୪୫ ପଇସା ବ୍ୟବସ୍ଥା ଥିବା ବେଳେ ଉଚ୍ଚ ପ୍ରାଥମିକ ପିଲାଙ୍କ କ୍ଷେତ୍ରରେ ୫ ଟଙ୍କା ୧୫ ପଇସା ରହିଥିଲା ।
ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ବିଭିନ୍ନ ଜିଲ୍ଲାରେ ୧୯,୬୬୧ଟି ସ୍କୁଲ ଲାଗି ସ୍ୱୟଂସହାୟକ ଗୋଷ୍ଠୀ ଦାୟିତ୍ୱ ନେଇଥିବା ବେଳେ ୪୦,୬୬୨ଟି ସ୍କୁଲରେ ବିଦ୍ୟାଳୟ ପରି•ଳନା କମିଟି ଓ ଗ୍ରାମ୍ୟ ଶିକ୍ଷା କମିଟି ଆଦି ଦାୟିତ୍ୱ ନେଇଛନ୍ତି । ଆଉ ୨୧୧୯ଟି ସ୍କୁଲ ଲାଗି ମଧ୍ୟାହ୍ନ ଭୋଜନ ବେସରକାରୀ ସଂଗଠନ ମାନେ ଯୋଗାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
ରାଜ୍ୟର ୬୨,୬୪୨ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ •ଲୁଥିବା ବେଳେ ଭୋଜନ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନରେ ୩୬,୧୨୧ଟି ରୋଷେଇ ଘର ନିର୍ମାଣ ସରିଛି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆମ ମଧ୍ୟାହ୍ନ ଭୋଜନ ରୋଷେଇ ଘର ନିର୍ମାଣ କାର୍ଯ୍ୟକ୍ରମରେ ୨୦୧୩-୧୪ ଆର୍ଥôକ ବର୍ଷରେ ୧୭୪ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାହୋଇଛି । ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୬୯,୧୫୨ଟି ରୋଷେଇ ଓ ଭଣ୍ଡାର ଘର ନିର୍ମାଣ ପାଇଁ ୨୦୦୬-୦୭ରୁ ୨୦୧୨-୧୩ ବର୍ଷ ମଧ୍ୟରେ ୪୨୦ କୋଟି ୭୪ ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଥିବା ବେଳେ ଏଥିରୁ ୨୧ କୋଟି ୬୭୨ ଲକ୍ଷ ଟଙ୍କା ବ୍ୟୟରେ ୩୬,୧୨୧ଟି ରୋଷେଇ ଘର ନିର୍ମାଣ ସରିଛି । ରାଜ୍ୟ ସରକାରଙ୍କ ଆମ ମଧ୍ୟାହ୍ନ ଭୋଜନ ରୋଷେଇ ଘର କାର୍ଯ୍ୟକ୍ରମରେ ୧୪,୫୦୯ଟି ବିଦ୍ୟାଳୟରେ ରୋଷେଇ ଘର ନିର୍ମାଣ ଲାଗି ମଞ୍ଜୁରୀ ଦିଆଯାଇଥିବା ବେଳେ ସେଥିରୁ ୮୫୮୦ରେ ଘର ତିଆରି ଶେଷ ହୋଇଛି ।

Share in top social networks!