ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସେସୁ ବିଦ୍ୟୁତ ଦେୟ ଆଦାୟ କରିବ

ସେସୁର ବୈଷୟିକ ଓ ବ୍ୟବସାୟିକ କ୍ଷତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଶକ୍ତିମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ARUN SAHOOସେସୁର କ୍ଷତି ଏବେ ୪୩%ରେ ପହଞ୍ଚିଛି ଯାହାର ଆନୁମାନିକ ମୂଲ୍ୟ ୧୨୦୦ କୋଟି ଟଙ୍କା | ଫଳରେ ସେସୁ ବିଦ୍ୟୁତ କ୍ରୟମୂଲ୍ୟ ଦେବାରେ ସମର୍ଥ ହେଉନାହିଁ | ବିଦ୍ୟୁତ ଗ୍ରାହକମାନଙ୍କୁ ଉନ୍ନତମାନର ସେବା ଯୋଗାଣ ଲକ୍ଷ୍ୟ ପୂରଣ ହୋଇପାରୁନି |

କେବଳ ଢେଙ୍କାନାଳ ବିଦ୍ୟୁତମଣ୍ଡଳ ଗତ ଆର୍ଥିକ ବର୍ଷରେ ଗ୍ରିଡକୋ ଠାରୁ ୧୦୭୭ ନିୟୁତ ୟୁନିଟ୍ ବିଦ୍ୟୁତ କିଣି ମାତ୍ର ୪୬୦ ନିୟୁତ ୟୁନିଟ୍ ବିଲିଂ କରିପାରିଛି | ଗତ ବର୍ଷ ଏହି ମଣ୍ଡଳରେ ୨୬୨ କୋଟିରୁ ମାତ୍ର ୧୬୦ କୋଟି ଟଙ୍କା ଆଦାୟ ହୋଇଛି | ଉଲ୍ଲଖଯୋଗ୍ୟ ଯେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଦୁଇମାସ ଧରି ବିଲିଂ ଓ କଲେକ୍ସନ କାର୍ଯ୍ୟ ହୋଇପାରି ନ ଥିବାରୁ ପ୍ରତି ମାସରେ ବହୁ କ୍ଷତି ହେଉଛି |

ବୈଠକର ନିଷ୍ପତ୍ତି ଅନୁଯାୟୀ ‘ସେସୁ’ ତା’ର କର୍ମଚାରୀଙ୍କ ଜରିଆରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସଠିକ ଭାବରେ ମିଟର ରିଡିଂ, ବିଲିଂ ଓ ବିଦ୍ୟୁତ ଦେୟ ଆଦାୟ କରିବ |

ଏହି ବୈଠକ ରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଉନ୍ନୟନ କମିଶନର ଯୁଗଳ କିଶୋର ମହାପାତ୍ର, ଆରକ୍ଷୀ ମହାନିର୍ଦ୍ଧେଶକ ପ୍ରକାଶ ମିଶ୍ର, ଅତିରିକ୍ତ ଡି.ଜି. ସଞ୍ଜୀବ ମାରିକ, ଶକ୍ତି ସଚିବ ପ୍ରଦୀପ ଜେନା, ସେସୁର ଅଧ୍ୟକ୍ଷ ବି.ସି ଜେନା ସେସୁର ସିଇଓ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

Share in top social networks!
Powered By Indic IME