ସ୍ମାର୍ଟସିଟି ହେବ ଭୁବନେଶ୍ୱର ଏବଂ ରାଉରକେଲା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇଥିବା ୯୮ଟି ସ୍ମାର୍ଟସିଟିରେ ଓଡିଶାର ଭୂବନେଶ୍ୱର ଏବଂ ରାଉରକେଲା ଅର୍ନ୍ତଭୂକ୍ତ ହୋଇଥିବାରୁ ରାଜ୍ୟ ବିଜେପି ପକ୍ଷରୁ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଦେଶର ୧୨ଟି ବନ୍ଦର ଭିତିକ ସ୍ମାର୍ଟସିଟିରେ ପାରାଦୀପକୁ ସାମିଲ୍ କରାଯାଇଛି । ଏଥିପାଇଁ ମଧ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ସ୍ମାର୍ଟ ସିଟି ଘୋଷଣା ପରେ ଭୁବନେଶ୍ୱର, ରାଉରକେଲା ଏବଂ ପାରାଦ୍ୱୀପ ସହରମାନଙ୍କୁ ବିଶ୍ୱସ୍ତରୀୟ ସହର ଭଳି ବିକାଶ କରାଯିବ । ପ୍ରତ୍ୟେକ ସହରକୁ ଅତ୍ୟାଧୁନିକ ହାଇଟେକ୍ ବ୍ୟବସ୍ଥା, ୱାଇଫାଇ ବ୍ୟବସ୍ଥା, ରାସ୍ତାଘାଟର ବିକାଶ, ନାଳନର୍ଦମାରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ସମେତ ସମାଜିକ ସୁରକ୍ଷା ଭଳି ଭିବିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ । ବିଦ୍ୟାଳୟ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟନ ଦିଆଯିବ । କେନ୍ଦ୍ର ସରକାର ଏହି ସହର ଗୁଡିକରେ ଅନୁ୍ୟନ ୧୦୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ଜଣାଯାଇଛି । ରାଜ୍ୟ ସରକାର ଅନ୍ୟାନ୍ୟ ସହର ଗୁଡିକର ଭିତିଭୁମି ବିକାଶ କରି ସ୍ମାର୍ଟ ସିଟି ପାଇଁ ଉପଯୋଗୀ କରାଇବା ପାଇଁ ପ୍ରଚେଷ୍ଟା କରିବା ଉଚିତ । ଆଗାମୀ ବର୍ଷମାନଙ୍କରେ ଓଡିଶାର ଆହୁରି ଅଧିକ ସ୍ଥାନ ଏହି ସ୍ମାର୍ଟସିଟି ତାଲିକାରେ ଅର୍ନ୍ତଭୂକ୍ତ ହେବ ବୋଲି ଶ୍ରୀ ସିଂହଦେଓ ଆଶାବ୍ୟକ୍ତ କରିଛନ୍ତି ।

Share in top social networks!