ସାମାଜିକ ସୁରକ୍ଷାରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରାଇବ ବିଜେପି; ଯୋଗଦେବେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତା ଅଗଷ୍ଟ ୨୯ ତାରିଖ ରକ୍ଷାବନ୍ଧନ ଉସôବକୁ ଭାରତୀୟ ଜନତା ପାର୍ଟି ‘‘ରକ୍ଷାବନ୍ଧନ ସାମାଜିକ ସୁରକ୍ଷା ପର୍ବ’’ ଭାବେ ପାଳନ କରିବାକୁ ଯାଉଅଛି । ଆମର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ମହିଳାମାନଙ୍କ ଜୀବନ ସୁରକ୍ଷାଭଳି ଏକ ସମାଜିକ କାର୍ଯ୍ୟ ହାତକୁ ନେଇଛି ବିଜେପି । ଏହି ପବିତ୍ର ଅବସରରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ବେଳେ ଭାଇମାନେ ଯେପରି ଭଉଣୀମାନଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଇ ସେମାନଙ୍କ ଜୀବନର ସୁରକ୍ଷା ନିମନ୍ତେ ବୀମା କରିବେ । ଏହି ପରିପେକ୍ଷୀରେ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୩ଟାରେ ଓଡିଶାରେ କେନ୍ଦ୍ର ତୈଳ ଓ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂବନେଶ୍ୱର ଜାଗମରାସ୍ଥିତ ବାରଭୂଜା ମନ୍ଦିର ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମକୁ ବୁଥ୍ ସ୍ତରରୁ ମହିଳାମାନଙ୍କୁ ବୀମା ଫର୍ମ ପୂରଣ କରି ଓ ବୀମା ରାଶି ବ୍ୟାଙ୍କ୍ / ଲିଡ୍ ବ୍ୟାଙ୍କରେ ଚେକ୍ ଆକାରରେ ଡିପୋଜିଟ୍ କରିବା ପାଇଁ ସ୍ଥିର କରାଯାଇଅଛି । ପ୍ରତି ନିର୍ବାଚନମଣ୍ଡଳୀରେ ଅତି କମ୍ରେ ୧୧୦୦୦ ମହିଳାଙ୍କୁ ଏହି ଅବସରରେ ‘‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’’ ରେ ଅର୍ନ୍ତଭୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଅଛି । ଆସନ୍ତା ଅଗଷ୍ଟ ୨୯,୩୦ ଓ ୩୧ ତିନିଦିନ ଧରି ସମଗ୍ର ରାଜ୍ୟରେ ‘‘ରକ୍ଷାବନ୍ଧନ ସାମାଜିକ ସୁରକ୍ଷା ସମାରୋହ’’ ଆୟୋଜିତ କରାଯାଇ ବ୍ୟାପକ ଭାବେ ମହିଳାମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ସେ ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ତୃଣମୂଳ ସ୍ତରରେ ଧ୍ୟାନ ଦେବାପାଇଁ ଅନୁରୋଧ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ବ୍ୟାପକ ସଫଳ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ରାଜ୍ୟ ସଂଯୋଜିକା ଶ୍ରୀମତୀ ପ୍ରଭାତୀ ପରିଡା ସମସ୍ତ ଦଳୀୟ ସକ୍ରିୟ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!