ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୮ ତାରିଖରେ କଂଗ୍ରେସର ବିକ୍ଷୋଭ

CONGRESSନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଉକôଟ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ଆହ୍ୱାନ କ୍ରମେ ଆସନ୍ତା ତା ୨୮.୦୮.୨୦୧୫ ରିଖ ଦିନ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଆୟୋଜିତ କରାଯିବ ।
ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବିଶେଷକରି ପିଆଜ ଓ ଡାଲିର ଦର ଦିନକୁ ଦିନ ଅହେତୁକ ଭାବେ ବଢ଼ିଚାଲିଛି । ରାଜ୍ୟରେ ଥିବା ନବୀନ ସରକାର ଓ କେନ୍ଦ୍ରରେ ଥିବା ମୋଦି ସରକାର ଉଭୟଙ୍କର ବଜାର ଦର ଉପରେ କୌଣସି ନିୟନ୍ତ୍ରଣ ନଥିବାର ଜଣାପଡୁଛି । ଦରଦାମ ବୃଦ୍ଧିକୁ ଏକ ଆୟୁଦ୍ଧ କରି ସରକାରକୁ ଆସିଥିବା ବିଜେପି ଏବେ ଏ ପ୍ରସଙ୍ଗରେ ଚୁପ୍ ରହୁଛି । କୁଆଡେ ଗଲା ସେହି ଅଚ୍ଛେ ଦିନ୍, ଯେଉଁ ସ୍ଲୋଗାନ ଦେଇ ନରେନ୍ଦ୍ର ମୋଦି ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ । ସରକାରକୁ ଆସିଲେ ୧୦୦ ଦିନ ମଧ୍ୟରେ ଦରଦାମ୍ ନିୟନ୍ତ୍ରଣ କରିବାର ପ୍ରତିଶ୍ରୁତି ଏବେ ପାଣିର ଗାର । ରାଜ୍ୟରେ ନବୀନ ସରକାର ମଧ୍ୟ ୧୬ ବର୍ଷ ଶାସନ ମଧ୍ୟରେ ଚାଷ ଓ ଚାଷୀଙ୍କର ଉନ୍ନତିରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି । ଫଳରେ ତା’ର ଶିକାର ହୋଇଛନ୍ତି ସାଧାରଣ ଜନତା ।
ବିଭିନ୍ନ ଖାଦ୍ୟ ସାମଗ୍ରୀର ଆକାଶଛୁଅାଁ ବଜାର ଦର ବୃଦ୍ଧିକୁ ନେଇ ଉଭୟ ନବୀନ ଓ ମୋଦି ସରକାର ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆସନ୍ତା ୨୮ ତାରିଖ ଶୁକ୍ରବାର ଦିନ ୧୧ଟା ସମୟରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି । ତେଣୁ ଏଥିରେ ସାଧାରଣ ଜନତା, ଗ୍ରାହକ ବିଶେଷକରି ଗୃହିଣୀ ଓ ମହିଳାମାନେ ସାମିଲ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି ।

Share in top social networks!