ସରକାରଙ୍କ ବିରୋଧରେ ସାମ୍ବାଦିକଙ୍କ ରଣହୁଙ୍କାର; ୧୨ ଦଫା ଦାବିରେ ବିଧାନସଭା ଆଗରେ ଓୟୁଜେର ଗଣଧାରଣା

OUJବହୁତ ହେଲା ପ୍ରତିଶ୍ରୁତି ଓ ପ୍ରତାରଣା । ରାଜ୍ୟ ସରକାରଙ୍କ ସାମ୍ବାଦିକ ବିରୋଧୀ ଆଚରଣ ଆଉ ବରଦାସ୍ତ କରାଯିବ ନାହିଁ । ଓଡିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ପକ୍ଷରୁ ବିଧାନସଭା ଆଗରେ ଦିଆଯାଇଥିବା ପ୍ରତୀକ ଧାରଣାରେ ରାଜ୍ୟ ସରକାରଙ୍କ ବିରୋଧରେ ଏପରି ରଣହୁଙ୍କାର ଦେଇଛନ୍ତି ସାମ୍ବାଦିକ । ରାଜଧାନୀରୁ ଆରମ୍ଭ ହୋଇଥିବା ଆନେ୍ଦାଳନକୁ ରାଜ୍ୟବ୍ୟାପି ସଂପ୍ରସାରିତ କରିବାକୁ ନିଆଯାଇଛି ଦୃଢ ନିଷ୍ପତ୍ତି ନିଆଯାଇଛି ।

୧୨ ଦଫା ଦାବି ନେଇ ବୁଧବାର ବିଧାନସଭା ଆଗରେ ଆୟୋଜିତ ଗଣଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୫ ଶହରୁ ଉଦ୍ଧ୍ୱର୍ ସାମ୍ବାଦିକ ଯୋଗ ଦେଇ ରାଜ୍ୟ ସରକାରଙ୍କ ସାମ୍ବାଦିକ ବିରୋଧୀ ନୀତିର ଦୃଢ ନିନ୍ଦା କରିଛନ୍ତି । ଆଜିର ଧାରଣା ପରେ ସରକାରଙ୍କ ନିଦ ନ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ସମାବେଶ ଆୟୋଜନ କରି ରାଜ୍ୟ ସରକାରଙ୍କ ସାମ୍ବାଦିକ ବିରୋଧୀ ଆଚରଣ ସମ୍ପର୍କରେ ଜନମତ ସୃଷ୍ଟି କରିବା ପାଇଁ ମଧ୍ୟ ସାମ୍ବାଦିକମାନେ ଚେତାବନୀ ଦେଇଛନ୍ତି । ଆବଶ୍ୟକ ହେଲେ ନାର୍ଯ୍ୟ ଦାବି ହାସଲ ପାଇଁ ଆନେ୍ଦାଳନକୁ ବ୍ଲକସ୍ତରକୁ ନେବାକୁ ମଧ୍ୟ ପ୍ରସ୍ତାବ ରଖାଯାଇଛି । ସାମ୍ବାଦିକ ଚିହ୍ନଟକରଣ, ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍, କଲ୍ୟାଣ ପାଣ୍ଠି ଆାକାର ୫ କୋଟିକୁ ବୃଦ୍ଧି ଓ ଏହାର ସୁବିଧା ସାମ୍ବାଦିକ ପରିବାରକୁ ଉପଲବ୍ଧ, ବୀମା କରଣ, କାର୍ଯ୍ୟରତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ମିଡିଆ ଏକାଡେମୀ ଗଠନ, ବ୍ଲକଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁ ସାମ୍ବାଦିକଙ୍କୁ ଆବାସିକ ସୁବିଧା ପ୍ରଦାନ, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧା ଯୋଗାଇ ଦେବା ପାଇଁ ପୁନଃ ବିଜ୍ଞପ୍ତି ଜାରି ଆଦି ୧୨ ଦଫା ଦାବି ନେଇ ଏହି ଗଣଧାରଣା ଦିଆଯାଇଥିଲା ।

ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନପତି, କଂଗ୍ରେସ ଦଳ ପ୍ରବକ୍ତା ସୁଲୋଚନା ଦାସ, ବିଜେପି ଜାତୀୟ ସାଧାରଣ ସଂପାଦକ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା, ଓଷ୍ଠା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ଦିଲ୍ଲୀପ ଶତପଥୀ, ପ୍ରଦୁ୍ୟମ୍ନ ଶତପଥୀ, ସତ୍ୟ ପ୍ରକାଶ ନାୟକ, ଅଦେ୍ର୍ଧନ୍ଦୁ ଦାସ ପ୍ରମୁଖ ଏହି ଧାରଣାରେ ସାମିଲ ହୋଇ ଦାବି ହାସଲ ଯାଏଁ ଆନେ୍ଦାଳନ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଜାତୀୟ ସାମ୍ବାଦିକ ୟୁନିଅନ୍ ମହାସଚିବ ପ୍ରସନ୍ନ ମହାନ୍ତି ଏହି ଧାରଣାକୁ ସଂଯୋଜନା କରିଥିଲେ । ଏଥିରେ ଓୟୁଜେ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ଅଜୟ କୁମାର ସାହୁଙ୍କ ସମେତ ସମସ୍ତ କର୍ମମର୍ତ୍ତା ଉପସ୍ଥିତ ଥିଲେ । ପରେ ଓୟୁଜେ ଭବନରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ଆନେ୍ଦାଳନକୁ ବ୍ୟାପକ କରିବା ପାଇଁ ସ୍ଥିର ହୋଇଥିଲା ।

Share in top social networks!