ଓଡ଼ିଶାର ଜିଏସ୍ଡିପିକୁ କୃଷି ଅପେକ୍ଷା ପର୍ଯ୍ୟଟନରୁ ମିଳୁଛି ଅଧିକ ଅ।ୟ; ରାଜ୍ୟରେ ୭ ଲକ୍ଷ ହେକ୍ଟର ଜମି ପଡ଼ିଆ

ଓଡ଼ିଶାରେ ୭ ଲକ୍ଷ ହେକ୍ଟରରୁ ଊଦ୍ଧ୍ୱର୍ •ଷ ଜମି ପଡ଼ିଆ ପଡ଼ିଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ବଡ଼ •ଷୀଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ହ୍ରାସ ପାଉଛି । ଏହାଛଡ଼ା ରାଜ୍ୟର ଆଭ୍ୟନ୍ତରୀଣ ମୋଟ୍ ଉତ୍ପାଦନ କ୍ଷେତ୍ରକୁ କୃଷିର ଅବଦାନ ବର୍ଷକୁ ବର୍ଷ କମୁଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ତିନୋଟି ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
କୃଷିମନ୍ତ୍ରୀ କହିଛନ୍ତି ଯେ ୨୦୦୪ ମସିହା ପରଠାରୁ ୨୦୦୫-୦୬ ଓ ୨୦୧୦-୧୧ ବର୍ଷରେ କୃଷି ଜନଗଣନା କରାଯାଇଥିଲା । ଏହି ଦୁଇଟି କୃଷି ଜନଗଣନା ମଧ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବଡ଼ •ଷୀଙ୍କ ସଂଖ୍ୟା ପୂର୍ବାପେକ୍ଷା ୪,୬୦,୦୫୮ କମିଥିବା ବେଳେ ନାମମାତ୍ର •ଷୀଙ୍କ ସଂଖ୍ୟା କିନ୍ତୁ ବଢ଼ିଛି । ୨୦୦୫-୦୬ କୃଷି ଜନଗଣନା ବେଳକୁ ଓଡ଼ିଶାରେ ୧୧,୫୬,୧୬୨ ଜଣ କ୍ଷୁଦ୍ର •ଷୀ, ୫,୯୧,୬୫୮ ଜଣ ମଧ୍ୟମ •ଷୀ ଓ ୧୧,୪୦୮ ଜଣ ବଡ଼ •ଷୀ ଥିବା ବେଳେ ୨୦୧୦-୧୧ କୃଷି ଜନଗଣନା ବେଳକୁ ଏମାନଙ୍କ ସଂଖ୍ୟା ଯଥାକ୍ରମେ ୯୧୮୬୪୭, ୩୭୪୯୪୯ ଓ ୫୫୭୪କୁ ହ୍ରାସ ପାଇଛି । ଅର୍ଥାତ୍ ସରକାରଙ୍କ ପ୍ରଦତ୍ତ ହିସାବ ଅନୁଯାୟୀ ଏହି ଦୁଇଟି କୃଷି ଜନଗଣନା ମଧ୍ୟରେ କ୍ଷୁଦ୍ର •ଷୀଙ୍କ ସଂଖ୍ୟା ୨୩୭୫୧୫ କମିଥିବା ବେଳେ ମଧ୍ୟମ •ଷୀଙ୍କ ସଂଖ୍ୟା କମିଛି ୨୧୧୭୦୯ । ଏହାଛଡ଼ା ବଡ଼•ଷୀଙ୍କ ସଂଖ୍ୟା ବି ଏହି ସମୟ ମଧ୍ୟରେ ୫୮୩୪ ହ୍ରାସ ପାଇଛି । କିନ୍ତୁ ଅନ୍ୟପକ୍ଷରେ ନାମମାତ୍ର •ଷୀଙ୍କ ସଂଖ୍ୟା ୨୫,୯୭,୧୬୪ରୁ ୩୩,୬୮,୨୯୬କୁ ବୃଦ୍ଧି ପାଇଛି । ମୋଟାମୋଟି ଭାବେ ଏହି ଦୁଇଟି କୃଷି ଜନଗଣନା ସମୟ ମଧ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବଡ଼ •ଷୀଙ୍କ ସଂଖ୍ୟା ଆମ ରାଜ୍ୟରେ ୪,୬୦,୦୫୮ କମିଥିବା ବେଳେ ନାମମାତ୍ର •ଷୀଙ୍କ ସଂଖ୍ୟା ୭,୭୧,୧୩୨ ବଢ଼ିଛି । ସର୍ବଶେଷ କୃଷି ଜନଗଣନା ଅନୁଯାୟୀ ଓଡ଼ିଶାରେ ମୋଟାମୋଟି ଭାବେ ଆମ ରାଜ୍ୟରେ ୧୨,୯୯,୧୭୦ କ୍ଷୁଦ୍ର, ମଧ୍ୟମ ଓ ବଡ଼ •ଷୀ ଥିବା ବେଳେ ନାମମାତ୍ର •ଷୀଙ୍କ ସଂଖ୍ୟା ୩୩,୬୮,୨୯୬ ରହିଛି ।
ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ୨୦୧୨-୧୩ ବର୍ଷରେ ଓଡ଼ିଶାରେ ୮.୪୯ ଲକ୍ଷ ହେକ୍ଟର •ଷ ଜମି ପଡ଼ିଆ ପଡ଼ିଥିବା ବେଳେ ୨୦୧୪-୧୫ ୭.୫୬ ଲକ୍ଷ ହେକ୍ଟର ଓ ୨୦୧୪-୧୫ ବର୍ଷରେ ୭.୨୨ ଲକ୍ଷ ହେକ୍ଟର ଜମି ପଡ଼ିଆ ରହିଥିଲା । ତେବେ ଗତ ୫ ବର୍ଷ ଧରି ଲଗାତର ଭାବେ ୨.୨୯ଲକ୍ଷ ହେକ୍ଟର ଜମିରେ କିଛି •ଷ କରାଯାଉନଥିବାରୁ ତାହା ପଡ଼ିଅ ପଡ଼ିଛି । ଚଳିତ ଆର୍ଥôକ ବର୍ଷ ବେଳକୁ ଓଡ଼ିଶାରେ ମୋଟ୍ ୬୧.୮୦ ଲକ୍ଷ ହେକ୍ଟର •ଷ ଜମି ଥିବା ବେଳେ ୨୦୧୪-୧୫ ବର୍ଷ ବେଳକୁ ଖରିଫ୍ ଋତୁରେ ୩୩.୫୩ ଲକ୍ଷ ହେକ୍ଟର ଓ ରବି ଋତୁରେ ୧୬.୫୨ ଲକ୍ଷ ହେକ୍ଟର ଜମି ପାଇଁ ଜଳସେଚନ ବ୍ୟବସ୍ଥା ଥିଲା । ୨୦୧୧ ଜନଗଣନା ଅନୁଯାୟୀ ଆମ ରାଜ୍ୟରେ ୬,୭୩,୭୦୯ ମହିଳା କୃଷି ଶ୍ରମିକଙ୍କ ସମେତ ମୋଟ୍ ୨୪,୨୦,୫୪୦ ଜଣ କୃଷି ଶ୍ରମିକ ଥିବା ମନ୍ତ୍ରୀ କହିଛନ୍ତି । •ଷ କାମ ପାଇଁ ଓଡ଼ିଶାର କୃଷକମାନେ ୨୩,୩୩୩ଟି ଟ୍ରାକ୍ଟର, ୬୩,୮୯୯ ପାୱାର ଟିଲର୍, ୧,୪୪୭ଟି ଟ୍ରାନ୍ସପ୍ଲାଣ୍ଟର ଓ ୯୬୬ଟି ହାର୍ଭେଷ୍ଟର ବ୍ୟବହାର କରୁଥିବା କୃଷିମନ୍ତ୍ରୀ ସୂ•ଇଛନ୍ତି । ଯାନ୍ତ୍ରିକ କୃଷି ପାଇଁ ୨୦୧୨-୧୩ ରୁ ଚଳିତ ଆର୍ଥôକ ବର୍ଷ ସୁଦ୍ଧା ୪ ବର୍ଷରେ ବଜେଟ୍ରେ ୧,୦୨୪ କୋଟି ୪୯ ଲକ୍ଷ ଟଙ୍କା ବରାଦ ହୋଇଥିବା କୃଷି ମନ୍ତ୍ରୀ ସୂ•ଇଛନ୍ତି ।
ସେ ପୁଣି କହିଛନ୍ତି ଯେ ୨୦୧୨-୧୩ ବର୍ଷରେ ଓଡ଼ିଶାର ମୋଟ୍ ଆଭ୍ୟନ୍ତରୀଣ ଉତ୍ପାଦନ ବା ଜିଏସ୍ଡିପିର ପରିମାଣ ୧,୩୫,୦୧,୦୧୦ ଲକ୍ଷ ଟଙ୍କା ଥିବା ବେଳେ ସେଥିରୁ କୃଷି ଓ ପଶୁ ସମ୍ପଦ ଉପକ୍ଷେତ୍ରର ଉତ୍ପାଦନ ପରିମାଣ ଥିଲା ୨୦,୪୩,୭୭୮ ଲକ୍ଷ ଟଙ୍କା । ୨୦୧୪-୧୫ ଆର୍ଥିକ ବର୍ଷ ବେଳକୁ ସରକାରୀ ଆକଳନ ଅନୁଯାୟୀ ଓଡ଼ିଶାର ଜିଏସ୍ଡିପି ପରିମାଣ ୧,୪୮,୫୭,୬୦୮ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ କୃଷି ଓ ପଶୁ ସମ୍ପଦ ଉପକ୍ଷେତ୍ରରେ ଉତ୍ପାଦନ ପରିମାଣ କିନ୍ତୁ ୧୮,୩୨,୫୮୫ ଲକ୍ଷ ଟଙ୍କାକୁ କମି ଆସୁଛି । ୨୦୧୨-୧୩ ବର୍ଷରେ ମୋଟ୍ ଜିଏସ୍ଡିପିର ୧୫.୧୪ ପ୍ରତିଶତ କୃଷି ଓ ପଶୁ ସମ୍ପଦ ଉପକ୍ଷେତ୍ର୍ରରୁ ଆସିଥିବା ବେଳେ ୨୦୧୩-୧୪ ବର୍ଷରେ ଏହା ୧୩.୦୭ ପ୍ରତିଶତ ଓ ୨୦୧୪-୧୫ ବର୍ଷରେ ୧୨.୩୩ ପ୍ରତିଶତକୁ ହ୍ରାସ ପାଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶ୍ରୀ ରାୟଙ୍କୁ ଦେଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ୨୦୧୪-୧୫ ବର୍ଷରେ ଓଡ଼ିଶାର ଜିଏସ୍ଡିପିର ୧୩.୧୯ ପ୍ରତିଶତ ପର୍ଯ୍ୟଟନରୁ ଆସିଥିଲା । ଏହି ଦୁଇ ମନ୍ତ୍ରୀଙ୍କ ବିଧାନସଭାରେ ଦେଇଥିବା ଉତ୍ତରରୁ ଜଣାପଡ଼ିଛି ଯେ ରାଜ୍ୟର ମୋଟ୍ ଆଭ୍ୟନ୍ତରୀଣ ଉତ୍ପାଦନ ବା ଜିଏସ୍ଡିପିକୁ କୃଷି ଅପେକ୍ଷା ପର୍ଯ୍ୟଟନରୁ ଅଧିକ ଆସୁଛି ।
ବିଧାୟକ ଶ୍ରୀ ରାୟ ରାଜ୍ୟର କୃଷି ବ୍ୟବସ୍ଥା ସମ୍ପର୍କରେ ପ୍ରଦତ୍ତ ଏହି ସରକାରୀ ତଥ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପର୍ଯ୍ୟଟନ ଅପେକ୍ଷା କୃଷିରୁ କମ୍ ପ୍ରତିଶତ ଓଡ଼ିଶାର ଜିଏସ୍ଡିପିକୁ ଆସୁଥିବା ସହିତ ବ୍ୟାପକ •ଷ ଜମି ପଡ଼ିଆ ରହିବା ଏବଂ କ୍ଷୁଦ୍ର, ମଧ୍ୟମ ଓ ବଡ଼•ଷୀଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଢେର୍ କମ୍ •ଷ ଜମି ଜଳସେଚିତ ହେବା ରାଜ୍ୟ କୃଷି ଅର୍ଥନୀତି ପ୍ରତି ଏକ ବଡ଼ ଆହ୍ୱାନ ବୋଲି କହିଛନ୍ତି । ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ପ୍ରାୟ ୨୫ ଲକ୍ଷ ଶ୍ରମିକ କୃଷି କ୍ଷେତ୍ରରେ ନିୟୋଜିତ ଥାନ୍ତି । ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତିର ଅଭାବରୁ ଓଡ଼ଶାରେ ଡାଲି, ତୈଳବୀଜ, ଆଳୁ, ପିଆଜ, ପନିପରିବା, ଫଳ, ଫୁଲ ଆଦି ଅର୍ଥକାରୀ ଫସଲ •ହିଦା ମୁତାବକ ଉତ୍ପାଦନ ହୋଇପାରୁନଥିବାରୁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ରହୁଛି । ଫଳରେ କୃଷି ସାମଗ୍ରୀ ଠାରୁ ଆରମ୍ଭ କରି ଅଣ୍ଡା, ମାଛ ଆଦିର ନିଅଣ୍ଟିଆ ସ୍ଥିତି ଭରଣା ଲାଗି ଓଡ଼ିଶାରୁ ହଜାର ହଜାର କୋଟି ଟଙ୍କା ଅନ୍ୟ ରାଜ୍ୟକୁ •ଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

Share in top social networks!