ବିଜେପି ବିଧାୟକଦଳ ନେତାଙ୍କ ନେତୃତ୍ୱରେ ଦଳୀୟ ବିଧାୟକଙ୍କ କଟକ ଶିଶୁଭବନ ଅନୁଧ୍ୟାନ

bjpsishubhawanକଟକ ଶିଶୁଭବନରେ ଗତ କିଛିଦିନରେ ବଢି ଚାଲିଥିବା ଶିଶୁ ମୃତ୍ୟୁ ପରିପ୍ରେକ୍ଷୀରେ ଏହି ଚିକିତ୍ସାଳୟ ଗସ୍ତ କରି ବିଜେପି ବିଧାୟକଦଳ ନେତା ବସନ୍ତ ପଣ୍ଡା ଚିକିତ୍ସାଳୟର ଅବ୍ୟବସ୍ଥା ଏବଂ ରାଜ୍ୟସରକାରଙ୍କ ଖାମଖିଆଲି ନୀତିକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି । ରାଜ୍ୟର ସାଧାରଣ ଲୋକମାନଙ୍କର ଶିଶୁ ଓ କମ୍ ବୟସ ପିଲାଙ୍କ ଗୁରୁତର ସ୍ୱାସ୍ଥ୍ୟବସ୍ଥାରେ ଶିଶୁଭବନ ହିଁ ସାହା ଭରସା । ହଠାତ୍ ଏକ ସମୟରେ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁ ସାଧାରଣରେ ଶିଶୁଭବନର ବିଶ୍ୱସନୀୟତା ଉପରେ ସନେ୍ଦହର ବାତାବରଣ ସୃଷ୍ଠି କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଶ୍ରୀ ବସନ୍ତ ପଣ୍ଡା ଦଳୀୟ ବିଧାୟିକା ରାଧାରାଣୀ ପଣ୍ଡା ଓ ପ୍ରଦୀପ ପୁରୋହିତଙ୍କ ସହିତ ଶିଶୁଭବନ ଯାଇ ପ୍ରତ୍ୟକ୍ଷ ଭାବରେ ଚିକିତ୍ସାଧୀନ ଶିଶୁମାନଙ୍କ ଅଭିଭାବକ, ହସପିଟାଲ କତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଚିକିତ୍ସାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ ।
ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ୫ଶହରୁ ଉର୍ଦ୍ଧ ପ୍ରକାରର େଓ÷ାଷଧ ମାଗଣାରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ମତ୍ର ଶିଶୁଭବନରେ ୨୦ଟି ପ୍ରକାରର େଓ÷ାଷଧ ମାଗଣାରେ ଉପଲବ୍ଧ କରାଯାଉଥିବା ବେଳେ ମାଗଣା ତାଲିକାରେ ଥିବା ବହୁ େଓ÷ାଷଧକୁ ଖୋଲା ବଜାରରୁ କିଣିବାକୁ ବାଧ୍ୟ କରାଯାଉଛି । ଶିଶୁଭବନରେ ଥିବା ସୁପରିଟେଣ୍ଡେଣ୍ଟଙ୍କ ସମେତ ପ୍ରାୟ ସମସ୍ତ ବରିଷ୍ଠ ଡାକ୍ତରମାନେ ଆଖପାଖରେ ଥିବା ବେସରକାରୀ ନର୍ସିଂ ହୋମରେ ଶିଶୁଭବନର ଡ୍ୟୁଟି ସମୟରେ ମଧ୍ୟ କାମ କରୁଥିବା କାରଣରୁ ଚିକିତ୍ସାମାନର ଦୃତ ଅବନତି ଘଟିଛି । ରାତିରେ ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ରହିବାର ନିୟମକୁ ସଂପୂର୍ଣ ଉଲ୍ଲଂଘନ କରାଯାଉଥିବା ବିଜେପି ପ୍ରତିନିଧି ଦଳ ସରଜମିନ ତଦନ୍ତ ବେଳେ ନିର୍ଦ୍ଧିଷ୍ଠ ଅଭିଯୋଗମାନ ଶୁଣିବାକୁ ପାଇଛନ୍ତି ।
ଶିଶୁଭବନ ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ଏକ ପ୍ରତିବନ୍ଧକ ହୋଇନଥିବା ବେଳେ ଭିତ୍ତିଭୂମି ସଂପ୍ରସାରିତ କରିବାରେ କଣ ସମସ୍ୟା ରହିଛି ବୋଲି ବିଜେପିର ବିଧାୟକମାନେ ପ୍ରଶ୍ନ କରିଛନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ତୈଳ ନିଗମ ୧୦ କୋଟି ଟଙ୍କା ଏହି ଚିକିତ୍ସାଳୟର ବିକାଶ କାର୍ଯ୍ୟ ପାଇଁ ପ୍ରଦାନ କରିଛି । ଜାପାନ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରଚୁର ଅର୍ଥ ପ୍ରଦାନ କରାଯାଇଅଛି । ଏଠାରେ ଥିବା ମାତ୍ର ୨୧ଟି ଆଇସିୟୁ ବେଡ୍ ମଧ୍ୟରୁ ୯ଟି ନବଜାତ ଶିଶୁଙ୍କ ପାଇଁ ଏବଂ ୧୨ଟି ସାଧାରଣ ଶିଶୁଙ୍କ ପାଇଁ ଉଦ୍ଧିଷ୍ଠ । ଚିକିତ୍ସାଳୟରେ ମାତ୍ର ୧୨ଟି ଭେଣ୍ଟିଲେଟରର ବ୍ୟବସ୍ଥା ଅଛି । ସର୍ଦ୍ଧାର ପଟେଲଙ୍କ ନାମରେ ନାମିତ ଏହି ଚିକିତ୍ସାଳୟ ପୂର୍ବ ଭାରତରେ ଶିଶୁ ଚିକିତ୍ସା ପାଇଁ ସର୍ବୋକ୍ରୃଷ୍ଠ ସ୍ଥାନ ବୋଲି ମାନ୍ୟତା ପାଇଛି । ଦୈନିକ ୪ଶହରୁ ଅଧିକ ଶିଶୁ ରୋଗୀ ଏଠାକୁ ଆସୁଥିବା ବେଳେ ମାତ୍ର ୪୦୦ ପାଖାପାଖି ବେଡ୍ ରହିଛି । ହସପିଟାଲରେ ଆଡମିଟ ହେବା ପାଇଁ ବହୁ ଅଧିକ ରୋଗୀ ଲାଇନରେ ଥିବା ବେଳେ ମୋଟ ଦୈନିକ ୩୦ରୁ ୪୦ ରୋଗୀଙ୍କୁ ଗ୍ରହଣ କରାଯାଉଛି । ଏହାର ଫାଇଦା ଆଖପାଖର ନର୍ସିଂହୋମ ଗୁଡିକ ଦଲାଲ ମାନଙ୍କ ଦ୍ୱାରା ନେବା ସହ ଶିଶୁଭବନର ଡାକ୍ତରମାନେ ସହେଯାଗୀର ଭୂମିକାରେ ଅଛନ୍ତି । ଆସିୟୁରେ ସିସିଟିଭି ଲାଗିବା ଜରୁରୀ ଏବଂ ଏଥି ପାଇଁ ଅର୍ଥ ପ୍ରତିବନ୍ଧକ ନଥିବା ବେଳେ କଣ ପାଇଁ ଏହା ହେଉ ନାହିଁ ବୋଲି ବିଜେପି ବିଧାୟକମାନେ ପ୍ରଶ୍ନ କରିଛନ୍ତି ।
ହସପିଟାଲରେ ଥିବା ଦେୟଯୁକ୍ତ ବେଡ୍ ଗୁଡିକରେ ଏସିର ବ୍ୟବସ୍ଥା ନାହିଁ । ଏପରିକି ଶଲ୍ୟ ଚିକିତ୍ସା ପରେ ଏସି ଅତ୍ୟାବଶ୍ୟକ ସୁବିଧା ହୋଇଥିଲେ ମଧ୍ୟ କଣ ପାଇଁ ଏହାର ବ୍ୟବସ୍ଥା କରାଯାଇ ପାରିନାହିଁ । ଅତ୍ୟାଧୁନିକ ଅପରେସନ ଥିଏଟର୍ର ଏବେ ମଧ୍ୟ ବ୍ୟବସ୍ଥା କରାଯାଇପାରିନାହିଁ । ଶିଶୁଭବନ ପରି ଏକ କ୍ରିଟିକାଲ କେୟାର ଚିକିତ୍ସାଳୟରେ ରକ୍ତଭଣ୍ଡାରର ସୁବିଧା ନାହିଁ । ମୁମୁର୍ଷ ଅବସ୍ଥାରେ ଥିବା ରୋଗୀମାନଙ୍କ ପାଇଁ ଏସସିବି ମେଡିକାଲ କଲେଜକୁ ଯାଇ ରକ୍ତ ଯୋଗାଡ କରିବାକୁ ପଡୁଛି । ଏପରି ସ୍ଥଳରେ ଅନେକ ଶିଶୁଙ୍କର ଅକାଳ ମୃତ୍ୟୁ ହେଉଥିବାର ପ୍ରମାଣ ସ୍ଥାନୀୟ ବାସିନ୍ଦା ଏହି ପ୍ରତିନିଧି ଦଳ ସାମନାରେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି ହସପିଟାଲରେ ନିଜସ୍ୱ ପାଥୋଲୋଜି ଓ ଅନ୍ୟାନ୍ୟ ପରୀକ୍ଷା ବ୍ୟବସ୍ଥା ନଥିବା କାରଣରୁ ରୋଗୀମାନଙ୍କୁ ବେସରକାରୀ ସଂସ୍ଥାମାନଙ୍କ ପାଖକୁ ଯିବା ପାଇଁ ପଡୁଛି । ଆସିୟୁରେ ରହିଲେ ସର୍ବନିମ୍ନ ୨ରୁ ଅଢେଇ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି । ଏପରିକି ବିପିଏଲ୍ କାର୍ଡଧାରୀମାନଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ସରକାର ନୀତିଗତ ଭାବରେ ବ୍ୟବସ୍ଥା କରିଥିଲେ ମଧ୍ୟ ଏଠାରେ ଏହି ବର୍ଗର ରୋଗୀମାନଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗମାନ ବିଜେପି ବିଧାୟକମାନଙ୍କ ପାଖକୁ ଆସିଛି ।
କତ୍ତୃପକ୍ଷଙ୍କ ନୀରବଦ୍ରଷ୍ଠା ଯୋଗୁଁ ଏହି ହସପିଟାଲ କ୍ରମଶଃ ନିଶାକାରୀ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହୋଇପଡିଛି । ବିଶେଷ କରି ରାତିରେ ଆଟେଣ୍ଡାଣ୍ଟ ମହିଳା ଓ ମହିଳା କର୍ମଚାରୀ ମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି । ପୋଲିସ୍ ମଧ୍ୟ ନୀରବଦ୍ରଷ୍ଠା ସାଜିଛି । ନର୍ସ,୪ର୍ଥ ଶ୍ରେଣୀ କର୍ମଚାରୀ ଏବଂ ବିଶେଷ ଭାବରେ ସଫେଇ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା, ରୋଗୀସେବା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ କରାନଯିବା କାରଣରୁ ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ୍ ସମସ୍ୟା ଭିତରେ କାହିଁକି ରହୁଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି । ଘଟଣା ଘଟିଯିବାର ଏତେଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ତାଙ୍କ ସରକାରଙ୍କ କୈାଣସି ପ୍ରତିନିଧି ଏପର୍ଯ୍ୟନ୍ତ ସେଠାକୁ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାମାନ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏସମସ୍ତ ସମସ୍ୟାର ସମାଧାନ ହୋଇପାରିଲାନାହିଁ । ରୋଗୀ ଡାକ୍ତର ଅନୁପାତ, ନର୍ସ ସଂଖ୍ୟା, ପାରା ମେଡିକାଲ ଷ୍ଟାଫ୍ ଏବଂ ସଫେଇ କର୍ମଚାରୀ ସଂଖ୍ୟା ପୂରଣ ପାଇଁ ରାଜ୍ୟ ସରକାରଙ୍କ ଖାମଖିଆଲି ନୀତିକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ଥଫା ଦାବୀ କରିଛନ୍ତି ।

Share in top social networks!