ଓଡ଼ିଶା ହାଇକୋର୍ଟରେ ୫ ବିଚାରପତି ଓ ନିମ୍ନ ଅଦାଲତଗୁଡ଼ିକରେ ୩୭ଟି ଜିଲ୍ଲା ଜଜ୍ ସମେତ ୮୧ଟି ବି•ରପତି ପଦବୀ ଖାଲି

ଭୁବନେଶ୍ୱର, ୨୫ା୦୮: ଓଡ଼ିଶା ହାଇକୋର୍ଟରେ ୫ଟି ବି•ରପତି ପଦବୀ ଖାଲି ଥିବା ବେଳେ ନିମ୍ନ ଅଦାଲତଗୁଡ଼ିକରେ ୩୭ଟି ଜିଲ୍ଲା ଜଜ୍, ୨୨ଟି ସିନିଅର୍ ସିଭିଲ୍ ଜଜ୍, ୧୧ଟି ସିଭିଲ୍ ଜଜ୍ ଓ ୧୧ଟି ସ୍ୱତନ୍ତ୍ର ବି•ର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ସମେତ ମୋଟ୍ ୮୧ଟି ବି•ରପତି ପଦବୀ ଖାଲିପଡ଼ିଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଆଇନ୍ ମନ୍ତ୍ରୀ ଅରୁଣ କୁମାର ସାହୁ ।
ଓଡ଼ିଶା ହାଇକୋର୍ଟ ପାଇଁ ୨୭ଟି ମଞ୍ଜୁରୀପ୍ରାପ୍ତ ବି•ରପତି ପଦବୀ ଥିବା ବେଳେ ନିମ୍ନ ଅଦାଲତଗୁଡ଼ିକ ପାଇଁ ୬୯୪ଟି ବି•ରପତି ପଦବୀ ରହିଛି । ଓଡ଼ିଶା ହାଇକୋର୍ଟରେ ଏବେ ୨୨ ଜଣ ବି•ରପତି କାର୍ଯ୍ୟରତ ଅଛନ୍ତି । ନିମ୍ନ ଅଦାଲତଗୁଡ଼ିକରେ ଅଧିକ ସଂଖ୍ୟକ ବି•ରପତି ପଦବୀ ଖାଲିପଡ଼ିଛି । ତେବେ ରାଜ୍ୟରେ ଯେତେ ବକେୟା ମାମଲା ରହିଛି ତାହାର ଫଇସଲା ପାଇଁ ଅଧିକ ୩୯୧ ଜଣ ବି•ର ବିଭାଗୀୟ ଅଧିକାରୀଙ୍କ ଆବଶ୍ୟକତା ଥିବା ବେଳେ ମଞ୍ଜୁରୀପ୍ରାପ୍ତ ପଦବୀରୁ ୮୧ଟି ଖାଲିପଡ଼ିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।
ଆଇନ୍ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ହାଇକୋର୍ଟରେ ୧,୩୪,୫୧୦ ଦେୱାନୀ ଓ ୩୬,୦୮୭ଟି ଫୌଜଦାରୀ ମାମଲାକୁ ମିଶାଇ ମୋଟ୍ ୧,୭୦,୫୯୭ ମାମଲା ପଡ଼ିରହିଛି । ଏଥିରୁ ୬୫,୮୪୩ଟି ଦେୱାନୀ ଓ ୧୫,୪୬୮ଟି ଫୌଜଦାରୀ ମାମଲା ମିଶାଇ ମୋଟ୍ ୮୧,୩୧୧ଟି ମାମଲା ହେଉଛି ୫ ବର୍ଷରୁ ଅଧିକ ପୁରୁଣା । ସେହିଭଳି ନିମ୍ନ ଅଦାଲତଗୁଡ଼ିକରେ ୬୭,୩୮୮ଟି ଦେୱାନୀ ଓ ୩,୫୫,୪୪୫ଟି ଫୌଜଦାରୀ ମାମଲାକୁ ମିଶାଇ ମୋଟ୍ ୪,୮୨,୮୩୩ଟି ମାମଲା ହେଉଛି ୫ ବର୍ଷରୁ ପୁରୁଣା ।
ମୋଟାମୋଟି ଭାବେ ଓଡ଼ିଶା ହାଇକୋର୍ଟ ଓ ନିମ୍ନ ଅଦାଲତଗୁଡ଼ିକରେ ୧୨,୮୬,୯୦୨ଟି ମାମଲା ବି•ର ପାଇଁ ପଡ଼ିରହିଥିବା ବେଳେ ସେଥିରୁ ୫ ବର୍ଷରୁ ପୁରୁଣା ଦେୱାନୀ ଓ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୫,୦୪,୧୪୪ । ଏହି ବକେୟା ମାମଲାଗୁଡ଼ିକର ଫଇସଲା ପାଇଁ ଆଉ ୩୯୧ ଜଣ ବି•ରପତିଙ୍କ ଆବଶ୍ୟକତା ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୧୧ ମସିହାରେ ରାଜ୍ୟ ସରକାର ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ରାଜ୍ୟ ମାମଲା ନୀତି ପ୍ରଣୟନ କରିଛନ୍ତି । ଏହି ମାମଲା ନୀତି ଅନୁଯାୟୀ ୫ ବର୍ଷ ତଳର ସବୁ ମାମଲା ଫଇସଲା ହୋଇଯିବା କଥା । କିନ୍ତୁ ମାମଲା ନୀତି ପ୍ରଣୟନର ୪ ବର୍ଷ ପରେ ପୁରୁଣା ମାମଲା ସବୁ ସଫା ହୋଇଯିବା ପରିବର୍ତ୍ତେ ବଢ଼ି ବଢ଼ି •ଲିଛି । ରାଜ୍ୟ ମାମଲା ନୀତିର କାର୍ଯ୍ୟକାରିତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଓ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ମାନ ଗଠନ କରାଯାଇଥିଲେ ବି ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଏହି କମିଟିର ବୈଠକ ପ୍ରତିବର୍ଷ ନିୟମିତ ବ୍ୟବଧାନରେ ବସୁନାହିଁ । ଫଳରେ ପୁରୁଣା ମାମଲାର ତ୍ୱରିତ ଫଇସଲା ପାଇଁ ସମୀକ୍ଷା ଆଲୋଚନା ଯେଭଳି ହେବା କଥା ତାହା ହୋଇପାରୁନାହିଁ । ରାଜ୍ୟରେ ଯେତେ ସଂଖ୍ୟକ ମାମଲା ବିଭିନ୍ନ ଆଇନ୍ ଅଦାଲତରେ ପଡ଼ିରହିଛି ସେଥିରୁ ଅଧିକାଂଶରେ ରାଜ୍ୟ ସରକାର ନିଜେ ପକ୍ଷଭୁକ୍ତ । କିନ୍ତୁ ବହୁ ହାଲ୍କା ତଥା ମିଛ ମାମଲାର •ପ ଯୋଗୁ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକର ବି•ର ବିଳମ୍ବିତ ହେଉଥିବା ଯୋଗୁ ପ୍ରଶାସନିକ ଓ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି । ତେଣୁ ନାମମାତ୍ର, ହାଲ୍କା, ପ୍ରମାଣ ବିହୀନ ତଥା ଅସତ୍ୟ ଫୌଜଦାରୀ ମାମଲା ଗୁଡ଼ିକର ସମୀକ୍ଷା କରାଯାଇ ପର୍ଯ୍ୟାୟକ୍ରମେ ୧୯୯୦, ୨୦୦୦ ଓ ୨୦୧୦ ପୂର୍ବର ଅଯଥା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନେଲେ ଆଇନ୍ ଅଦାଲତ ଉପରେ ଥିବା •ପ ଅଧାରୁ ଅଧିକ କମିଯିବ ଏବଂ ଆଉ ନୂଆ କୋର୍ଟ କଚେରୀ ଖୋଲିବା ଆବଶ୍ୟକ ପଡ଼ିବ ନାହିଁ ବୋଲି ଅବସରପ୍ରାପ୍ତ ବି•ରପତି ଓ ବରିଷ୍ଠ ଆଇନ୍ଜ୍ଞମାନେ ଯେଉଁ ମତବ୍ୟକ୍ତ କରୁଛନ୍ତି ତାହା ଶ୍ରୀ ରାୟ ସହମତି ପ୍ରକାଶ କରି ବି•ର ବ୍ୟବସ୍ଥାର ମାନ ବଜାୟ ରଖିବା ପାଇଁ ରାଜ୍ୟ ସରକାର ପୁରୁଣା ମାମଲାଗୁଡ଼ିକର ଫଇସଲା ଓ ପ୍ରତ୍ୟାହାର ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଛନ୍ତି ।

Share in top social networks!