ବିଦୁ୍ୟତ୍ ବଣ୍ଟନକାରୀ କମ୍ପାନୀ ଉପରେ ରାଜ୍ୟ ସରକାରଙ୍କର ୨୧୨୬ କୋଟି ବାକି

ରାଜ୍ୟର ୪ଟି ବିଦୁ୍ୟତ୍ ବଣ୍ଟନକାରୀ କମ୍ପାନୀ ଉପରେ ସରକାରଙ୍କର ୨୧୨୬ କୋଟି ୩୨ ଲକ୍ଷ ଟଙ୍କା ବାକି ପଡ଼ିଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ରାଜ୍ୟ ବିଧାନସଭାରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଏହା ଜଣାପଡ଼ିଛି ।
ରାଜ୍ୟରେ ବିଦୁ୍ୟତ୍ ପରି•ଳନାଗତ ଦକ୍ଷତାରେ ସଂସ୍କାର ଆଣି ପରିବହନ ଓ ବଣ୍ଟନଜନିତ କ୍ଷତି କମାଇବା ଲାଗି ସରକାର କେଉଁସବୁ ବିଦୁ୍ୟତ୍ ପରିବଣ୍ଟନକାରୀ କମ୍ପାନୀକୁ କି ସର୍ତ୍ତରେ କେତେ ଟଙ୍କା ଋଣ ଦେଇଛନ୍ତି ଏବଂ ଏଥିରୁ ଏମାନେ କେତେ ଫେରାଇଛନ୍ତି ଓ ଅବଶିଷ୍ଟ ଅର୍ଥ ଫେରିପାଇବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ସରକାରଙ୍କ ଠାରୁ ଜାଣିବାକୁ •ହିଁଥିଲେ । ଏହାଛଡ଼ା ଘରୋଇ କମ୍ପାନୀମାନେ ବିଦୁ୍ୟତ୍ ସରବରାହ ଓ ବଣ୍ଟନ କ୍ଷେତ୍ରରେ କେତେ ପୁଞ୍ଜି ଖଟାଇଛନ୍ତି ଓ ଏ କ୍ଷେତ୍ରରେ ସେମାନେ ପୁଞ୍ଜି ବିନିଯୋଗ କରୁନଥିବା ଘଟଣା ସରକାରଙ୍କ ନଜରକୁ ଆସିବା ପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ମଧ୍ୟ ସେ ଜାଣିବାକୁ •ହିଁଥିଲେ ।
ଉତ୍ତରରେ ଶକ୍ତିମନ୍ତ୍ରୀ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍କୋକୁ ବିଶ୍ୱବ୍ୟାଙ୍କ, ଏପିଡିଆର୍ପି ଓ କ୍ୟାପେକ୍ସ ଯୋଜନାରେ ଋଣ ରାଜ୍ୟ ସରକାର ଦେଇଥିଲେ । ସେସୁ ଉପରେ ଏବେ ସୁଧ ସହ ବକେୟା ଅର୍ଥର ପରିମାଣ ୧୨୩୨ କୋଟି ୫୬ ଲକ୍ଷ ଥିବା ବେଳେ, ୱେସ୍କୋ ଉପରେ ୩୨୩ କୋଟି ୯୭ ଲକ୍ଷ, ନେସ୍କୋ ଉପରେ ୩୨୭କୋଟି ୨୪ ଲକ୍ଷ ଓ ସାଉଥ୍କୋ ଉପରେ ୨୪୨ କୋଟି ୫୪ ଲକ୍ଷ ଟଙ୍କା ବାକିପଡ଼ିଛି । ୱେସ୍କୋ, ନେସ୍କୋ ଓ ସାଉଥ୍କୋ ବିଶ୍ୱବ୍ୟାଙ୍କ ଋଣରୁ ପ୍ରାୟ ୧୨୨ କୋଟି ଟଙ୍କା ଫେରାଇଥିବା ବେଳେ ସେସୁ ଏହି ଋଣ ଫେରାଉନାହିଁ । ଏପିଡିଆର୍ପି ଓ କ୍ୟାପେକ୍ସ ଯୋଜନାରେ ଯେତେ ଅର୍ଥ ଏହି କମ୍ପାନୀମାନଙ୍କୁ ଯୋଗାଯାଇଛି ସେମାନେ ସେଥିରୁ ପଇସାଟିଏ ହେଲେ ସରକାରଙ୍କୁ ଫେରାଉ ନାହାନ୍ତି । ଫଳରେ ମୂଳ ସହିତ ସୁଧର ପରିମାଣ ବଢ଼ି ବଢ଼ି •ଲୁଛି । ଏପିଡିଆର୍ପିରେ ୧୨ ପ୍ରତିଶତ ଓ ବିଶ୍ୱବ୍ୟାଙ୍କ ଋଣରେ ୧୩ ପ୍ରତିଶତ ବାର୍ଷିକ ସୁଧ ରହିଥିବା ବେଳେ କ୍ୟାପେକ୍ସ ଯୋଜନାରେ ଏହି କମ୍ପାନୀମାନଙ୍କୁ ଦିଆଯାଉଥିବା ଅର୍ଥ ସମ୍ପୂର୍ଣ୍ଣ ସୁଧ ମୁକ୍ତ ରହିଛି ।
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଏପିଡିଆର୍ପିରେ ସେସୁ ୩୭ କୋଟି, ବିଶ୍ୱବ୍ୟାଙ୍କ ସହାୟତା ୨୦୪ କୋଟି ୫୧ ଲକ୍ଷ ଓ କ୍ୟାପେକ୍ସ ଯୋଜନାରେ ୨୫୩ କୋଟି ୫୪ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ନେଇଥିଲା । ସେସୁ ପଇସାଟିଏ ହେଲେ ଅର୍ଥ ରାଜ୍ୟ ସରକାରଙ୍କୁ ପରିଶୋଧ ନ କରିଥିବାରୁ ଏହା ଉପରେ ଏବେ ସମୂଳ ସୁଧ ୧୨୩୨ କୋଟି ୫୬ ଲକ୍ଷ ଟଙ୍କା । ସେହିଭଳି ୱେସ୍କୋ ଏପିଡିଆର୍ପିରେ ୧୦କୋଟି ୯୫ କୋଟି, କ୍ୟାପେକ୍ସରେ ୧୨୦କୋଟି ୪୨ ଲକ୍ଷ ଟଙ୍କା ନେଇ ପଇସାଟିଏ ଫେରାଇ ନଥିବା ବେଳେ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କରୁ ଆଣି ଏହି କମ୍ପାନୀକୁ ଦେଇଥିବା ୯୦କୋଟି ୯୫ ଲକ୍ଷ ଟଙ୍କାରୁ ମାତ୍ର ୩୩ କୋଟି ୯୨ ଲକ୍ଷ ଟଙ୍କା ଫେରାଇଛି । ଫଳରେ ଏହା ଉପରେ ଏବେ ରାଜ୍ୟ ସରକାରଙ୍କ ସମୂଳ ସୁଧ ପ୍ରାପ୍ୟ ବଢ଼ି ବଢ଼ି ୩୨୩କୋଟି ୯୭ ଲକ୍ଷ ଟଙ୍କାରେ ପହଞ୍ଚିଲାଣି ।
ନେସ୍କୋକୁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କରୁ ଆଣି ଦେଇଥିବା ୯୧ କୋଟି ୨୭ ଲକ୍ଷ ଟଙ୍କା ଋଣରୁ ଫେରସ୍ତ ମିଳିଛି ମାତ୍ର ୪୩କୋଟି ୩୯ ଲକ୍ଷ ଟଙ୍କା । ଏପିଡିଆର୍ପିରେ ନେସ୍କୋକୁ ରାଜ୍ୟ ସରକାର ୧୨ କୋଟି ୭୩ ଲକ୍ଷ ଓ କ୍ୟାପେକ୍ସରେ ୧୨୧କୋଟି ୧୧ ଲକ୍ଷ ଟଙ୍କା ଦେଇଥିବା ବେଳେ ସେଥିରୁ ପଇସାଟିଏ ବି ଫେରସ୍ତ ମିଳିନାହିଁ । ଫଳରେ ନେସ୍କୋ ଉପରେ ରାଜ୍ୟ ସରକାରଙ୍କ ପ୍ରାପ୍ୟ ଏବେ ୩୨୭ କୋଟି ୨୪ ଲକ୍ଷ ଟଙ୍କା ରହିଛି ।
ସେହିପରି ସାଉଥ୍କୋକୁ ବିଶ୍ୱବ୍ୟାଙ୍କରୁ ଋଣ ଆଣି ରାଜ୍ୟ ସରକାର ୭୨ କୋଟି ୫୯ ଲକ୍ଷ ଟଙ୍କା ଯୋଗାଇଥିଲେ । ଏଥିରୁ ଏହା ୪୪କୋଟି ୫୪ ଲକ୍ଷ ଟଙ୍କା ଫେରାଇଛି । ତେବେ ଉକ୍ତ କମ୍ପାନୀକୁ ରାଜ୍ୟ ସରକାର ଏପିଡିଆର୍ପିରେ ଦେଇଥିବା ୧୩ କୋଟି ୨୫ ଲକ୍ଷ ଓ କ୍ୟାପେକ୍ସରେ ଯୋଗାଇଥିବା ୮୨ କୋଟି ୧୬ ଲକ୍ଷ ଟଙ୍କାରୁ ପଇସାଟିଏ ବି ଫେରସ୍ତ ମିଳିନାହିଁ । ତେଣୁ ରାଜ୍ୟ ସରକାର ସାଉଥ୍କୋ ଠାରୁ ଏବେ ୨୪୨ କୋଟି ୫୪ ଲକ୍ଷ ଟଙ୍କାର ସମୂଳ ସୁଧ ପାଇବାକୁ ଅଛି ।
ଏହି ବିଦୁ୍ୟତ୍ ବଣ୍ଟନକାରୀ କମ୍ପାନୀମାନଙ୍କ ଠାରୁ ଆଇବିଆର୍ଡି ଯୋଜନାରେ ବକେୟା ଅର୍ଥ ଆଦାୟ ଲାଗି ସରକାରୀ ଅଫିସମାନଙ୍କର ବିଜୁଳି ଦେୟ ବାବଦକୁ ଥିବା ଅର୍ଥ ୨୦୧୨ ମସିହାରୁ କଟାଯାଉଛି । ଘରୋଇ କମ୍ପାନୀମାନେ ବିଦୁ୍ୟତ୍ ସରବାରହ ଓ ବଣ୍ଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରୁନଥିବା ଘଟଣା ସରକାରଙ୍କ ନଜରକୁ ଆସିଲା ପରେ ୨୦୧୦-୧୧ ମସିହା ବିଦୁ୍ୟତ୍ ବଣ୍ଟନ ଭିତ୍ତିଭୂମି ବିକାଶ ଲାଗି ୨୪୦୦ କୋଟି ଟଙ୍କାର କ୍ୟାପେକ୍ସ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ଗ୍ରୀଡ୍କୋ ମାଧ୍ୟରେ ରାଜ୍ୟ ସରକାର ବିଦୁ୍ୟତ୍ ବଣ୍ଟନ କମ୍ପାନୀମାନଙ୍କୁ ଋଣ ଆକାରରେ ଅର୍ଥ ଯୋଗାଉଛନ୍ତି । ଏହି ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ଯଦି ବିଦୁ୍ୟତ୍ କମ୍ପାନୀମାନେ ବାର୍ଷିକ ୩ ପ୍ରତିଶତ ବଣ୍ଟନଜନିତ କ୍ଷତି କମାଇବାରେ ସକ୍ଷମ ହୁଅନ୍ତୁ ତେବେ ଉପରୋକ୍ତ ଋଣ ଅନୁଦାନ ଭାବେ ପରିଗଣିତ ହେବ ବୋଲି ଶକ୍ତି ମନ୍ତ୍ରୀ ବିଧାୟକ ଶ୍ରୀ ରାୟଙ୍କୁ ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ।

Share in top social networks!