ଜମି ଦୁର୍ନିତୀର ସିବିଆଇ ତଦନ୍ତ ହେବା ସହ ସମସ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବୀରେ ଗୋପ ତହସିଲ୍ କାର୍ଯ୍ୟାଳୟ ଘେରାଉ କଲା ବିଜେପି

goptahashilକିଛି ଉଚ୍ଚପଦସ୍ତ ଅଧିକାରୀ ଏବଂ ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟାରେ ଚାଲିଥିଲା ହଜାର ହଜାର ଏକର ସରକାରୀ ଓ ବେସରକାରୀ ଜମି ହଡପ । ବିବାଦୀୟ ପୋଲିସ ଅଧିକାରୀ ସତୀଶ ଗଜଭିୟେଙ୍କ ସମେତ ବହୁ ଅଧିକାରୀ ଓ ରାଜନୈତିକ ବ୍ୟକ୍ତି ମାଡି ବସିଛନ୍ତି ଏହି ନିରୀହ ଗରିବ ଚାଷୀ ତଥା ସାଧାରଣ ଜନତା ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି । ଯଥାଶୀଘ୍ର ଏହି ଜମିସବୁକୁ ଜବର ଦଖଲରୁ ମୁକ୍ତ କରି ଅସଲ ମାଲିକମାନଙ୍କୁ ଫେରାଇ ଦିଆଯିବା ସହ ତୁରନ୍ତ ସମସ୍ତ ଦୋଷୀମାନଙ୍କୁ ଗିରଫ କରାଯାଇ ଏସମସ୍ତ ମାମଲାର ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମନାକୁ ଆସିପାରିବ ବୋଲି ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଆଜି ଗୋପ ତହସିଲ୍ କାର୍ଯ୍ୟାଳୟ ଘେରାଉ ଅବସରରେ କହିଛନ୍ତି । ହଜାର ହଜାର କର୍ମୀମାନଙ୍କ ଗ୍ରହଣରେ ଆଜି ରାଜ୍ୟର ବହୁ ବରିଷ୍ଠ ନେତା ଏବଂ କର୍ମୀ ଏକ ଶୋଭାଯାତ୍ରାରେ ଆସି ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଗୋପ ତହସିଲଦାରଙ୍କୁ ଦାବୀ ପତ୍ର ଦେଇଛନ୍ତି ।
ଜଳସେଚନ ବିଭାଗ ଦ୍ୱାରା ୬୫ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ଗଭୀର ନଳକୁପକୁ ଭାଙ୍ଗିଦେବା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ କୋଟି ଟଙ୍କା ଖର୍ଚ୍ଚ କରି ଉକ୍ତ ବିବାଦୀୟ ପୋଖରୀ ସ୍ଥଳକୁ ସଡକ ନିର୍ମାଣ କରିବା ଇତ୍ୟାଦି, ସେହି ଅଫିସର ଏବଂ ରାଜନୈତିକ ବ୍ୟକ୍ତି ମାନଙ୍କ ଅସାଧୁ ମେଣ୍ଟର ଅସଲ ପରିଚୟକୁ ଲୋକଲୋଚନକୁ ଆଣି ଦେଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଉକ୍ତ ଘେରାଉ ଓ ପ୍ରତିବାଦ ସଭାରେ ଶ୍ରୀ ମହାପାତ୍ରଙ୍କ ସମେତ ରାଜ୍ୟ ଉପ ସଭାପତି ପୃଥ୍ୱୀରାଜ ହରିଚନ୍ଦନ, ସଂପାଦିକା ପ୍ରଭାତୀ ପରିଡା, ସଂପାଦକ ଡ.ଯତୀନ ମହାନ୍ତି, ବରିଷ୍ଠ ନେତା ବାଇଧର ମଲ୍ଲିକ୍, କୃଷ୍ନ ଜଗଦେ୍ଧବ, ଦିଲ୍ଲୀପ ମଲ୍ଲିକ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ପ୍ରଭଞ୍ଜନ ମହାପାତ୍ର, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!