ରାଜ୍ୟରେ ୧.୬୪ ଲକ୍ଷ ଚାକିରି ଖାଲି: ୪୬ହଜାର ପଦବୀ ଉଚ୍ଛେଦ

naveenpatnaikରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୯ହଜାରରୁ ଅଧିକ ପଦବୀରେ ନିଯୁକ୍ତି ହୋଇପାରୁନାହିଁ । ବିଜେପି ବିଧାୟକ ଦିଲିପ ରାୟଙ୍କ ଦ୍ୱାରା ଉତ୍ଥାପିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଯେଉଁ ପରିସଂଖ୍ୟାନ ଦେଇଛନ୍ତି ସେଥିରୁ ଏହା ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କ ସର୍ବଶେଷ ବାର୍ଷିକ ଏଷ୍ଟାବ୍ଲିସ୍ମେଣ୍ଟ ରିଭୁ୍ୟର ତଥ୍ୟ ଅନୁଯାୟୀ କେବେ ସୁଦ୍ଧା କେଉଁ ବିଭାଗରେ କେତେ ସଂଖ୍ୟକ ପଦବୀ ଖାଲିପଡ଼ିଛି ଏବଂ ୧୯୯୯ ଅପ୍ରେଲ ମାସରୁ ଏଯାବତ୍ ରାଜ୍ୟ ସରକାର କେତେ ସଂଖ୍ୟକ ପଦବୀ ଉଚ୍ଛେଦ କରିଛନ୍ତି ବୋଲି ଶ୍ରୀ ରାୟ ବିଧାନସଭାରେ ପ୍ରଶ୍ନ କରିଥିଲେ । ତାହାର ଉତ୍ତରରେ ଅର୍ଥମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସର୍ବଶେଷ ବାର୍ଷିକ ଏଷ୍ଟାବ୍ଲିସ୍ମେଣ୍ଟ ରିଭୁ୍ୟର ତଥ୍ୟ ଅନୁଯାୟୀ ୩୧.୦୩.୨୦୧୩ ସୁଦ୍ଧା ସରକାରଙ୍କ ବିଭିନ୍ନ ବିଭାଗରେ ମୋଟ୍ ୧,୬୪,୩୨୮ ଟି ପଦବୀ ଖାଲିପଡ଼ିଛି । ୧୯୯୯ ଅପ୍ରେଲ ମାସରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାର ୪୫,୫୧୩ଟି ପଦବୀ ଉଚ୍ଛେଦ କରିଥିବା ସେ ଦର୍ଶାଇଛନ୍ତି । ତେବେ ବର୍ତ୍ତମାନର ସର୍ବଶେଷ ପରିସଂଖ୍ୟାନକୁ ହିସାବକୁ ନେଲେ ଉଚ୍ଛେଦ ପଦବୀ ଓ ଖାଲିପଡ଼ିଥିବା •କିରି ସଂଖ୍ୟା ଢେର୍ ଅଧିକ ହେବ ବୋଲି ଶ୍ରୀ ରାୟ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ଅର୍ଥମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୩୧.୦୩.୨୦୧୩ ସୁଦ୍ଧା ପ୍ରଥମ ଶ୍ରେଣୀ ପାହ୍ୟାରେ ୬୧୮୭, ଦ୍ୱିତୀୟ ଶ୍ରେଣୀ ପାହ୍ୟାରେ ୭୨୨୪, ତୃତୀୟ ଶ୍ରେଣୀ ପାହ୍ୟାରେ ୧,୨୨,୬୮୩ ଓ ଚତୁର୍ଥ ଶ୍ରେଣୀ ପାହ୍ୟାରେ ୧୭,୩୮୮ ପଦବୀ ଖାଲିପଡ଼ିଥିଲା । ଏହାଛଡ଼ା ୧୦,୮୪୬ଟି ଗ୍ରାଣ୍ଟ ଇନ୍ ଏଡ୍ ପଦବୀ ମଧ୍ୟ ଖାଲିଥିଲା । ଏସବୁକୁ ହିସାବକୁ ନେଲେ ୨୦୧୩ ମାର୍ଚ୍ଚ ଶେଷ ସୁଦ୍ଧା ୧,୬୪,୩୨୮ଟି ସରକାରୀ •କିରି ଖାଲିପଡ଼ିଛି । ଏହାଛଡ଼ା ୧୯୯୯ରୁ ୨୦୦୮ ମଧ୍ୟରେ ରାଜ୍ୟ ସରକାର ୪୫,୫୧୩ଟି ବିଭିନ୍ନ କିସମର ପଦପଦବୀ ଉଚ୍ଛେଦ କରିଛନ୍ତି । ୨୦୦୮ରୁ ଏଯାବତ୍ କେତେ ପଦବୀ ଉଚ୍ଛେଦ ହୋଇଛି ଓ ଗତ ଦୁଇଟି ଆର୍ଥôକ ବର୍ଷରେ କେତେ ପଦବୀ ଖାଲି ରଖାଯାଇଛି ତାହାର ତଥ୍ୟ ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ଅବଶ୍ୟ ନାହିଁ ।
ତେବେ ସରକାରୀ •କିରି ଖାଲି ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ଯେଉଁ ପରିସଂଖ୍ୟାନ ଦେଇଛନ୍ତି ସେଥିରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୭୫,୦୭୨ •କିରି ଖାଲିଥିବା ବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବା ଘରୋଇ ବିଭାଗରେ ୧୭,୧୮୨, ତୃତୀୟ ସ୍ଥାନରେ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୩,୦୦୪, ଚତୁର୍ଥ ସ୍ଥାନରେ ଥିବା ରାଜସ୍ୱ ବିଭାଗରେ ୧୦,୫୧୯ ଓ ପଞ୍ଚମ ସ୍ଥାନରେ ଥିବା ଉଚ୍ଚଶିକ୍ଷା ବିଭାଗରେ ୮,୩୨୪ଟି •କିରି ଖାଲିପଡ଼ିଛି । ଆଉ ଯେଉଁ ବିଭାଗଗୁଡ଼ିକରେ ୧ହଜାରରୁ ୫ହଜାର ପର୍ଯ୍ୟନ୍ତ କରି •କିରି ଖାଲି ରହିଛି ସେଗୁଡ଼ିକ ମଧ୍ୟରେ ଅଛି ମହିଳା ଓ ଶିଶୁ ବିକାଶ, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ ଓ ପରିବେଶ, ଜଳ ସମ୍ପଦ, ଯୋଜନା ଓ ସମନ୍ୱୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ, ପୂର୍ତ୍ତ, ଆଇନ୍ ବିଭାଗ ଇତ୍ୟାଦି । ଓଡ଼ିଶା ବିଧାନସଭା ସଚିବାଳୟରେ ମଧ୍ୟ ୧୭ଟି ପ୍ରଥମ ଶ୍ରେଣୀ ଓ ୮ଟି ଦ୍ୱିତୀୟ ଶ୍ରେଣୀ ସମେତ ମୋଟ୍ ୧୬୩ଟି ପଦବୀ ଖାଲିପଡ଼ିଛି ।
ଅର୍ଥମନ୍ତ୍ରୀଙ୍କ ବିବରଣୀ ଅନୁଯାୟୀ ରାଜସ୍ୱ ବିଭାଗରେ ସର୍ବାଧିକ ପଦବୀ ଉଚ୍ଛେଦ ହୋଇଥିବା ବେଳେ ଏହି କ୍ରମରେ ଜଳସମ୍ପଦ ବିଭାଗ ଦ୍ୱିତୀୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତୃତୀୟ ସ୍ଥାନରେ ରହିଛନ୍ତି । ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟତର ଥିବା ବେଳେ •କିରି ବାକିରି ନପାଇ •କିରି ପ୍ରତ୍ୟାଶୀ ଆତ୍ମହତ୍ୟା କରୁଛନ୍ତି ଏବଂ କେତେକ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨ଲକ୍ଷ ୧୦ହଜାରରୁ ଅଧିକ •କିରି ପୂରଣ ନ କରିବା •କିରି ପ୍ରତ୍ୟାଶୀମାନଙ୍କ ପାଇଁ ଚରମ ଉପହାସ । ପଦପଦବୀ ପୂରଣ ହେଉନଥିବାରୁ ଗୋଟିଏ ପଟେ ପଞ୍ଚାୟତ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନା ରୂପାୟନ କ୍ଷେତ୍ରରେ ବିଭ୍ରାଟ ଉପୁଜୁଥିବା ବେଳେ ଅନ୍ୟପଟେ ବେକାର ଯୁବକଯୁବତୀଙ୍କୁ •କିରି ନ ଦେଇ ମିତବ୍ୟୟିତା ଆଳରେ ସରକାର ଝିଣ୍ଟିକା ମାରି ବଣି ପୋଶୁଛନ୍ତି । ବିଜେଡି ତାହାର ନିର୍ବାଚନୀ ଇସ୍ତାହାରେ •କିରି ଯୋଗାଇବା କଥା କହିଥିବା ବେଳେ ବ୍ୟାପକ ପଦପଦବୀ ଉଚ୍ଛେଦ ସହିତ ବର୍ଷ ବର୍ଷ ଧରି ନିଯୁକ୍ତି ନ ଦେବା ଏକ ବଡ଼ଧରଣର ପ୍ରତାରଣା ବୋଲି ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିବା ସହ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ତୁରନ୍ତ ସୀମିତ ସମୟ ମଧ୍ୟରେ ଖାଲିଥିବା ଓ ଉଚ୍ଛେଦ ହୋଇଥିବା ସବୁ ସରକାରୀ •କିରି ପୂରଣ କରିବା ଲାଗି ସେ ଦାବି କରିଛନ୍ତି ।

Share in top social networks!