ସ୍ୱାକ୍ଷରିତ ହେଲା ଭାରତ- ନେପାଳ ପେଟ୍ରୋଲିୟମ ପାଇପଲାଇନ ବୁଝାମଣା ପତ୍ର; କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନେପାଳର ବାଣିଜ୍ୟ ମନ୍ତ୍ରୀ ସୁନୀଲ ବାହାଦୁର ଥାପା କଲେ ସ୍ୱାକ୍ଷର

ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନେପାଳର ବାଣିଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ସୁନିଲ ବାହାଦୁର ଥାପା ନେପାଳର ରାଜଧାନୀ କାଠମାଣ୍ଡୁ ଠାରେ ଉଭୟ ଦେଶ dpjiମଧ୍ୟରେ ପେଟ୍ରୋଲିୟମ ପ୍ରଡକଫ ପାଇପଲାଇନ ସଂଯୋଗ ପାଇଁ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଏହା ସହ ଭାରତୀୟ ତୈଳ ନିଗମ ନେପାଳର ଆମଲେଖୁଞ୍ଜ ଠାରେ ଥ#ବା ତୈଳ ଡିପୋକୁ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ପାଇପଲାଇନ ଯୋଗେ ତୈଳ ପ୍ରେରଣ କରିବାର ବ୍ୟବସ୍ଥା କରିବାକୁ ବିକଶିତ କରିବାକୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

୪୧ କିମି ଦୈର୍ଘ୍ୟ ବିଶିଷ୍ଟ ପାଇପଲାଇନର ଦୁଇ କିମି ଭାରତରେ ରହିବା ବେଳେ ୩୯ କିମି ନେପାଳରେ ରହିବ । ପ୍ରାଥମିକ ସ୍ତରରେ ପେଟ୍ରୋଲ, ଡିଜେଲ ଓ କିରୋସିନିର ପ୍ରେରଣ ପାଇଁ ଏହି ପାଇପଲାଇନ କାର୍ଯ୍ୟ କରିବ । ୪୧ କିମି ଦୈର୍ଘ୍ୟ ବିଶିଷ୍ଟ ପାଇପଲାଇନରେ ଖର୍ଚ ହେବାକୁ ଥ#ବା ୨୦୦ କୋଟି ଟଙ୍କା ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇଣ୍ଡିଆନ ଅଏଲ କର୍ପୋରେସନ
ନିଜସ୍ୱ ପୂଞ୍ଜିରୁ କରିବ ।

ନେପାଳ ସରକାରଙ୍କର ଆବଶ୍ୟକୀୟ ବୈଧାନିକ ଅନୁମତି ପରେ ଏହି କାର୍ଯ୍ୟ ସମାପନ କରିବାକୁ ୩୦ ମାସ ସମୟ ଲାଗିବ । ଏହି ପ୍ରକଳ୍ପ ସମ୍ବନ୍ଧିତ ଅନ୍ୟାନ୍ୟ ସଂପୃକ୍ତ ସୁବିଧା ସୁଯୋଗ ବିକଶିତ କରିବା ପାଇଁ ନେପାଳ ଅଏଲ କର୍ପୋରେସନ ୭୫ କୋଟି ଟଙ୍କା ବ୍ୟୟ କରିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭାରତ ନେପାଳକୁ ବାର୍ଷିକ ୧.୧ ବିଲିୟନ ଆମେରିକୀୟ ଡଲାରର ତୈଳ ଓ ତୈଳଜାତ ଦ୍ରବ୍ୟ ରପ୍ତାନୀ କରିଥାଏ । ଏହି ପାଇପଲାଇନ ନିର୍ମାଣ ହେବା ପରେ ଅଳ୍ପ ପରିବହନ ଖର୍ଚରେ ତୈଳ ଓ ତୈଳଜାତ ଦ୍ରବ୍ୟର ରପ୍ତାନୀ ହୋଇ ପାରିବ । ଖର୍ଚ କମ ହେବା ସହ ପରିବେଶ ସହଯୋଗୀ ତଥା କମ ସମୟ ଓ ସହଜରେ ତୈଳ ରପ୍ତାନୀ କରାଯାଇ ପାରିବ

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ୨୦୧୪ରେ ତାଙ୍କର ପ୍ରଥମ ସରକାରୀ ଗସ୍ତ ସମୟରେ ଏହି ପେଟ୍ରୋଲିୟମ ପାଇପଲାଇନ ନିର୍ମାଣର ପ୍ରତିଶ୍ରୁତି ଦେଇଥ#ଲେ । ସଦ୍ୟ ସାକ୍ଷରିତ ବୁଝାମଣା ପତ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନର ଚୂଡାନ୍ତ ପଦକ୍ଷେପ । ଏହା ପୂର୍ବରୁ ଭାରତୀୟ କ୍ୟାବିନେଟ ଏହି ବୁଝାମଣା ପତ୍ର ସ୍ୱାକ୍ଷର ପାଇଁ
ନୀତିଗତ ନିଷ୍ପତ୍ତି ନେଇଥ#ଲା ।ୃ ଭାରତ ସରକାରଙ୍କର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଦୁଇ ଦେଶକୁ ସଂଯୁକ୍ତ କରିଥ#ବା
ପେଟ୍ରୋଲିୟମ ପ୍ରଡକଫ ପାଇପଲାଇନ ନିର୍ମାଣରେ ଏହା ଦକ୍ଷିଣ ଏସିଆରେ ପ୍ରଥମ ପଦକ୍ଷେପ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସାର୍କ ଦେଶ ମାନଙ୍କର ମଧ୍ୟରେ ଆଞ୍ଚଳିକ -ଆଥ#ର୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟିର କ୍ରିୟାନ୍ୱୟନ ପାଇଁ ଏହି ବୁଝାମଣାପତ୍ର ପଥ ପ୍ରଦର୍ଶକ ହେବ ।

ଏହି ବୁଝାମଣାପତ୍ର ସ୍ୱାକ୍ଷର ସହ ଦୁଇ ଦେଶର ମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ଥିବା ତୈଳ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥ#ଲେ । ଉଭୟ ଦେଶର ମନ୍ତ୍ରୀ ତୈଳ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଖଥ#ବା ଅନ୍ୟାନ୍ୟ ନୂତନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ବାର୍ତାଳାପ କରିଥ#ଲେ । ଶ୍ରୀ ପ୍ରଧାନଙ୍କ ସହିତ ନେପାଳରେ ଭାରତର ରାଷ୍ଟ୍ରଦୂତ, ବିଦେଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ
ଅଧ#କାରୀ ମାନଙ୍କ ସହ ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉପସ୍ଥିତ ଥ#ଲେ ।

Share in top social networks!