ଭାରତୀୟ ଭ୍ରମଣ ପରିଚାଳକ ସଂଘ (ଆଇ.ଏ.ଟି.ଓ.) ସମାରୋହରେ ଓଡଶା ପର୍ଯ୍ୟଟନକୁ ଶ୍ରେଷ୍ଠ ମଣ୍ଡପର ପୁରଷ୍କାର

iatoମଧ୍ୟ ପ୍ରଦେଶର ଈନେ୍ଦାର ସହରର ଗ୍ରାଣ୍ଡ ଭଗବତୀ ପ୍ୟାଲେସ୍ ରେ ଚଳିତ ମାସ ତା ୨୦.୦୮.୨୦୧୫ ରିଖ ଠାରୁ ୨୨.୦୮.୨୦୧୫ ପର୍ଯ୍ୟନ୍ତ ଭାରତୀୟ ଭ୍ରମଣ ସଂଘ (ଆଇ.ଏ. ଟି.ଓ) ତରଫରୁ ଏକ ଉସôବ ଥିଲା ଭାରତୀୟ ପର୍ଯ୍ୟଟନ ପଞ୍ଜିକାରେ ସର୍ବଶ୍ରେଷ୍ଠ ସମାରୋହ । ଯେଉଁଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭ୍ରମଣ ପରିଚାଳନାକାରି ଏବଂ ଭ୍ରମଣ ପ୍ରତିନିଧି ବିମାନ ସେବା ପ୍ରତିନିଧି ୧୨୦୦ ରୁ ଉର୍ଦ୍ଧ ପ୍ରତିନିଧି ଯୋଗଦାନ କରିଥିଲେ । ଏତଦ୍ବ୍ୟତିତ ଘରୋଇ, କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କର ତଥା ଦେଶ ବିଦେଶରୁ ନୀତି ନିର୍ଦ୍ଧାରକମାନେ ଯୋଗଦାନ କରିଥିଲେ ।

ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପର୍ଯ୍ୟଟନ ନିଦେ୍ର୍ଧଶକ ଓ ଅତିରିକ୍ତ ସଚିବ ଶ୍ରୀ ଅନିଲ କୁମାର ସାମଲ, ଆଇ.ଏ.ଏସ୍, ପର୍ଯ୍ୟଟନ ଅଧିକାରୀ ଶ୍ରୀ ରତିକାନ୍ତ ପଟ୍ଟନାୟକ ଯୋଗଦାନ କରିଥିଲେ ।

ଏହି ସମାରୋହ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଡଃ ମହେଶ ଶର୍ମା, ଓଡିଶାର ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ରୂପେ ଯୋଗଦାନ କରିଥିଲେ ।

ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଓଡିଶା ତାଙ୍କ ଅଭିଭାଷଣରେ ଓଡିଶାର ପର୍ଯ୍ୟଟନ ବିଭବ ଉପରେ ଗଭିର ଆଲୋକପାତ କରିବା ସହିତ ଭୂବନେଶ୍ୱର ଠାରୁ ବାରଣାସୀ ପର୍ଯ୍ୟନ୍ତ ବିମାନ ସେବା ବ୍ୟବସ୍ଥା ସହିତ ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟ ମାନଙ୍କରେ ପର୍ଯ୍ୟଟନ ର ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ । ଏତଦ୍‍ବ୍ୟତୀତ ଅଧିକରରୁ ଅଧିକ ପର୍ଯ୍ୟଟକଙ୍କୁ ଓଡ଼ିଶା ପଠାଇବା, ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେସ ଏବଂ ୠଇଗ ଟ୍ରିପ୍‍ରେ ଓଡ଼ିଶାକୁ ଆସିବାପାଇଁ ଟୁର୍‍ ଅପରେଟର୍‍ମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ଓଡିଶା ପର୍ଯ୍ୟଟନ ନିଦେ୍ର୍ଧଶକ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ଅନିଲ କୁମାର ସାମଲ ରାଜ୍ୟର ପର୍ଯ୍ୟଟନ ବିଭବର ମନୋଜ୍ଞ୍ୟ ଉପସ୍ଥାପନ କରିବା ସହିତ, ଶାମୁକା ପ୍ରକଳ୍ପ, ଉକୋ ଟୁରିଜିମ୍, ଚିଲିକା ହ୍ରଦ ଏବଂ ନିକଟରେ ଧଉଳିଠାରେ ନିର୍ମିତ ହୋଇଥିବା ଶଦ୍ଧ ଓ ଆଲୋକ ବ୍ୟବସ୍ଥା ଉପରେ ଦୃଢ ଆଲୋକପାତ କରିଥିଲେ ।

ଉକ୍ତ ଉସôବରେ ଓଡିଶା ପର୍ଯ୍ୟଟନର ମଣ୍ଡପରେ ଓଡିଶାର ବିବିଧ ପର୍ଯ୍ୟଟନର ଦୃଶ୍ୟାବଳୀ ସ୍ଥାନ ପାଇଥିଲା । ଏହି ଉସôବରେ ଅନେକ ଟୁର ଅପରେଟର, ଟ୍ରାଭେଲ ଏଜେଣ୍ଟ ଓ ଅନ୍ୟାନ୍ୟ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶା ପର୍ଯ୍ୟଟନ ପୁସ୍ତିକା, ସିଡି, ପାରସ୍ପାରିକ ଭାବ ବିନିମୟ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ କରାଯାଇଥିଲା ।

ଓଡିଶା ପର୍ଯ୍ୟଟନ ମଣ୍ଡପକୁ ଶ୍ରେଷ୍ଠ ମଣ୍ଡପର ମାନ୍ୟତା ମିଳିବା ସହିତ ସର୍ବୋଚ୍ଚ ମୂଲ୍ୟବାନ ପୃଷ୍ଠପୋଷକ ମାନ୍ୟତା ମିଳିଥିଲା । ଏହି ସର୍ବଭାରତୀୟ ପର୍ଯ୍ୟଟନ ମେଳାରେ ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଦିଗ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।

Share in top social networks!