ଓଡ଼ିଶାରେ ୫ ବର୍ଷରେ ୨୩,୯୩୫ ଆତ୍ମହତ୍ୟା

oddପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ ୨୨୬୮ ସଂଖ୍ୟକ ବେକାର ଓ ୭୦୪ ଜଣ କୃଷି ଭିତ୍ତିକ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ମୋଟାମୋଟି ଭାବେ ଗତ ୫ ବର୍ଷରେ ଆମ ରାଜ୍ୟରେ ୨୩,୯୩୫ଜଣ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବିସ୍ତୃତ ତଥ୍ୟ ଦେଇଛନ୍ତି ସେଥିରେ ଏହା ଉଲ୍ଲେଖ କରାଯାଇଛି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ ୨୦୧୦ ବର୍ଷରେ ୪୨୫୫, ୨୦୧୧ ବର୍ଷରେ ୫୨୪୧, ୨୦୧୨ରେ ୫୦୨୭, ୨୦୧୩ରେ ୫୨୫୨ ଓ ୨୦୧୪ ବର୍ଷରେ ୪୧୬୦ ଜଣଙ୍କୁ ମିଶାଇ ମୋଟ୍ ୨୦,୯୩୫ ଜଣ ଆତ୍ମହତ୍ୟା କରିଛନ୍ତି । ଏହି ୫ ବର୍ଷ ଭିତରେ ଆମ ରାଜ୍ୟରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୯୯୪୯ ଜଣ ହେଉଛନ୍ତି ମହିଳା ।
ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରର ହିସାବ ଅନୁଯାୟୀ ୨୦୧୦ରୁ ୨୦୧୪ ବର୍ଷ ମଧ୍ୟରେ ୨୨୬୮ ଜଣ ବେକାରୀ କାରଣରୁ ଆତ୍ମହତ୍ୟା କରିଥିବା ବେଳେ କୃଷିଭିତ୍ତିକ କାରଣରୁ ୭୦୪ ଜଣ ଆତ୍ମହତ୍ୟା କରିଛନ୍ତି । ଏହାଛଡ଼ା ଏହି ୫ ବର୍ଷ ମଧ୍ୟରେ ୧୭୩୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କେବଳ ୨୦୧୪ ବର୍ଷରେ ପାରିବାରିକ ସମସ୍ୟା ଯୋଗୁ ଆମ ରାଜ୍ୟରେ ୩୩୭ ଜଣ ମହିଳାଙ୍କ ସମେତ ୭୪୮ ଜଣ ଆତ୍ମହତ୍ୟା କରିଥିବା ବେଳେ ଯୌତୁକଜନିତ କାରଣରୁ ୮୦ ଜଣ, ବିବାହ ବିଚ୍ଛେଦଜନିତ କାରଣରୁ ୫ ଜଣ ମହିଳା ଜୀବନ ହାରିଛନ୍ତି । ବିବାହ ସମ୍ପର୍କୀତ କାରଣରୁ ୭୯ ଜଣ ମହିଳାଙ୍କ ସମେତ ୧୧୦ ଜଣ ଆତ୍ମହତ୍ୟାର ପଥ ବାଛି ନେଇଥିବା ବେଳେ ୩୬୫ ଜଣ ମହିଳାଙ୍କ ସମେତ ୭୦୦ ଜଣ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ ।
ଓଡ଼ିଶାରେ ନିଯୁକ୍ତି ନପାଇ ବେକାର ଯୁବକଯୁବତୀ ଏବଂ ବେସାହାରା ହୋଇ •ଷୀମାନେ ଯେଭଳି ଆତ୍ମହତ୍ୟା କରୁଛନ୍ତି ସେଥିଘେନି ବିଧାୟକ ଶ୍ରୀ ରାୟ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସରକାର ଦଳମତରୁ ଊଦ୍ଧ୍ୱର୍ରେ ଏହି ମାନବୀୟ ସମସ୍ୟା ପ୍ରତି ଗୁରୁତ୍ୱାରୋପ କରିବାକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ସ୍ୱୀକାର କରିଛନ୍ତି ଯେ ୧୯୯୯ରୁ ୨୦୧୩ ବର୍ଷ ମଧ୍ୟରେ ଆମ ରାଜ୍ୟରେ କୃଷିକୁ ଆତ୍ମନିଯୁକ୍ତିର କ୍ଷେତ୍ର ଭାବେ ଗ୍ରହଣ କରିନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୬୦୨ଜଣ ଆତ୍ମହତ୍ୟା କରିଛନ୍ତି ।

Share in top social networks!