୫୫୫ ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ପଦବୀରୁ ୧୬୭ ଖାଲି: ଡେପୁଟେସନ୍ରେ ଯାଇଛନ୍ତି ୭୧ ଜଣ ଅଧିକାରୀ

odishagovଓଡ଼ିଶାରେ ଆଇଏଏସ୍, ଆଇପିଏସ୍ ଠାରୁ ଆରମ୍ଭ କରି ଓଏଏସ୍ ଓ ଓପିଏସ୍ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ବ୍ୟାପକ ପଦପଦବୀ ଖାଲିପଡ଼ିଛି । ରାଜ୍ୟ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ପାହ୍ୟାରେ ଯେତେ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ସେଥିରୁ ଅନେକ ଖାଲିପଡ଼ିଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଏହା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶା ପାଇଁ ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ରେ ୫୫୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରେ ଏବେ ୩୮୮ ଜଣ କାର୍ଯ୍ୟରତ ଅଧିକାରୀ ଅଛନ୍ତି ଓ ୧୬୭ଟି ପଦବୀ ଖାଲିପଡ଼ିଛି । ଏହାଛଡ଼ା କେନ୍ଦ୍ରୀୟ ଓ ଅନ୍ତଃରାଜ୍ୟ ଡେପୁଟେସନ୍ରେ ୭୧ ଜଣ ଅଫିସର ବାହାରେ ଅଛନ୍ତି । ଓଡ଼ିଶା ପାଇଁ ୨୨୬ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀ ଥିବା ବେଳେ ସେଥିରେ ୧୮୨ ଜଣ କାର୍ଯ୍ୟରତ ଅଛନ୍ତି ଏବଂ ୩୧ ଜଣ କେନ୍ଦ୍ରକୁ ଓ ୫ ଜଣ ଅନ୍ୟ ରାଜ୍ୟକୁ ଡେପୁଟେସନ୍ରେ ଯାଇଛନ୍ତି । ସେହିଭଳି ୧୮୮ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ମଧ୍ୟରୁ ୧୦୬ ଜଣ ଅଧିକାରୀ ଥିବା ବେଳେ ୨୩ଜଣ କେନ୍ଦ୍ରକୁ ଓ ଜଣେ ଅନ୍ୟ ରାଜ୍ୟକୁ ଡେପୁଟେସନ୍ରେ ଯାଇଛନ୍ତି । ଓଡ଼ିଶା ପାଇଁ ଆଇଏଫ୍ଏସ୍ ପାହ୍ୟାରେ ୧୪୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରେ ୧୦୦ ଜଣ ଅଧିକାରୀ ଅଛନ୍ତି ଓ ୧୧ ଜଣ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଛନ୍ତି । ଏହି ତିନୋଟି ସର୍ବଭାରତୀୟ ସେବା କ୍ୟାଡର୍ ଲାଗି ରାଜ୍ୟରୁ ୧୧୦ଜଣ ପଦୋନ୍ନତି ଭିତ୍ତିରେ ନିଯୁକ୍ତି ପାଇବା କଥା । ମୋଟାମୋଟି ଭାବେ ଓଡ଼ିଶା କ୍ୟାଡ୍ରେ ଥିବା ଏହି ସର୍ବଭାରତୀୟ ଅଧିକାରୀମାନଙ୍କ ମଧ୍ୟରୁ ୭୧ ଜଣ କେନ୍ଦ୍ର ଓ ଅନନ୍ୟ ରାଜ୍ୟକୁ ଯାଇଥିବ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।
ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପୁଣି ସୂ•ଇଛନ୍ତି ଯେ ଓଡ଼ିଶା ପ୍ରଶାସନିକ ସେବା ପାଇଁ ୧୪୧୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୩୧୦ଟି ଖାଲିପଡ଼ିଛି । ଓଡ଼ିଶା ପୋଲିସ ସର୍ଭିସ୍ର ୫୮୨ଟି ମଞ୍ଜୁରୀପ୍ରାପ୍ତ ପଦବୀରୁ ୯୪ଟି, ଓଡ଼ିଶା ଅର୍ଥ ସେବାର ୭୦୯ଟି ପଦବୀରୁ ୧୦୧ଟି ଓ ଓଡ଼ିଶା ଜଙ୍ଗଲ ସେବାର ୯୭୯ଟି ମଞ୍ଜୁରୀପ୍ରାପ୍ତ ପଦବୀରୁ ୪୯୪ଟି ଖାଲିପଡ଼ିଛି । ମୋଟାମୋଟି ଭାବେ ଓଡ଼ିଶା ସଭିଲ୍ ସର୍ଭିସ୍ର ଏହି ୪ଟି କ୍ୟାଡର୍ରେ ହଜାରେ ପଦବୀ ଖାଲିଥିବା ମୁଖ୍ୟମନ୍ତ୍ରୀଙ୍କ ଉଞ୍ଚଣ୍ଟରରୁ ଜଣାପଡ଼ିଛି ।

Share in top social networks!