ଶସ୍ତା ଚାଉଳ ବଣ୍ଟନ ପାଇଁ ୫ ବର୍ଷରେ ସବ୍ସିଡି ଦିଆଯାଇଛି ୨୦,୫୩୪ କୋଟି: ଉପକୃତ ହେଉଛନ୍ତି ୬୮ଲକ୍ଷ ପରିବାର

ricenaveenଶସ୍ତା ଚାଉଳ ଯୋଗାଣରେ ଆମ ରାଜ୍ୟର ପ୍ରାୟ ୬୮ଲକ୍ଷ ପରିବାର ଉପକୃତ ହେଉଥିବା ବେଳେ ଏଥିପାଇଁ ଗତ ୫ ବର୍ଷ ଭିତରେ ପ୍ରାୟ ୨୦କୋଟି ୫୩୩ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ସରକାରୀ ସହାୟତା ଦିଆଯାଇଛି । ଏଥିମଧ୍ୟରୁ ସବ୍ସିଡି ଆକାରରେ କେନ୍ଦ୍ର ସରକାର ଓଡ଼ିଶାରେ ଶସ୍ତା ଚାଉଳ ବଣ୍ଟନ ପାଇଁ ୧୪ହଜାର୯୬୦ କୋଟି ଟଙ୍କାରୁ ଅଧିକ ସବ୍ସିଡି ଦେଇଥିବା ବେଳେ ରାଜ୍ୟ ରାଜକୋଷରୁ ପ୍ରାୟ ୫୫୭୪ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହୋଇଛି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି ।
ଶ୍ରୀ ଦାସବର୍ମା ବିଧାନସଭାରେ ଶ୍ରୀ ରାୟଙ୍କୁ ଦେଇଥିବା ତଥ୍ୟରେ ଉଲ୍ଲେଖ କରିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୧୦୩,୨୬,୬୦୧ ମେଟ୍ରିକ୍ ଟନ୍ •ଉଳ ଯୋଗାଯାଇଛି, ଯାହାର ମୂଲ୍ୟ ୨୪,୫୧୫ କୋଟି ଟଙ୍କାରୁ ଅଧିକ । ୨୦୧୦-୧୧ରୁ ୨୦୧୪-୧୫ ବର୍ଷ ମଧ୍ୟରେ ଶସ୍ତାରେ ଚାଉଳ ଯୋଗାଇବା ବାବଦରେ ୨୦,୫୩୩କୋଟି ୮୯ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ସବ୍ସିଡି ଦିଆଯାଇଛି । ଏଥିରୁ ଭାରତ ସରକାର ୧୪,୯୬୦କୋଟି ୧୪ଲକ୍ଷ ୬୦ହଜାର ଟଙ୍କା ବହନ କରିଥିବା ବେଳେ ଓଡ଼ିଶା ସରକାରଙ୍କୁ ୫୫୭୩ କୋଟି ୭୪ଲକ୍ଷ ୭୪ହଜାର ୯୯୯ ଟଙ୍କା ବ୍ୟୟ କରିବାକୁ ପଡ଼ିଛି । କେବଳ ୨୦୧୪-୧୫ ଆର୍ଥôକ ବର୍ଷରେ ଓଡ଼ିଶାରେ ଶସ୍ତା ଚାଉଳ ଯୋଗାଣ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ୩୭୮୪ କୋଟି ୯୩ଲକ୍ଷ ୬୦ହଜାର ଟଙ୍କାର ସବ୍ସିଡି ଦେଇଥିବା ବେଳେ ରାଜ୍ୟ ସରକାର ଏ ବାବଦରେ ୧୨୧୨କୋଟି ୮ଲକ୍ଷ ୧୫ହଜାର ୮୪୩ ଟଙ୍କା ବହନ କରିଛନ୍ତି । ୨୦୧୦-୧୧ ବର୍ଷରେ କିନ୍ତୁ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଓଡ଼ିଶା ପାଇଁ ୨୪୬୭ କୋଟି ଟଙ୍କା ୮୯ ଲକ୍ଷ ଟଙ୍କା ବହନ କରିବାକୁ ପଡ଼ିଥିବା ବେଳେ ରାଜ୍ୟ ରାଜକୋଷ ଉପରେ ୯୨୪ କୋଟି ୪୪ଲକ୍ଷ ୮୭ ହଜାର ଟଙ୍କାର •ପା ପଡ଼ିଥିଲା ।
ଯୋଗାଣ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୧୨ ପ୍ରକାରର ଶସ୍ତା •ଉଳ ଯୋଗାଣ କାର୍ଯ୍ୟକ୍ରମ •ଲିଛି ଓ ଏଥିରେ ୬୭,୯୯,୩୭୩ ପରିବାର ଉପକୃତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଟଙ୍କିକିଆ •ଉଳ ଯୋଗାଣ କାର୍ଯ୍ୟକ୍ରମରେ ୬୭,୧୭,୩୧୦ ପରିବାର ଫାଇଦା ନେଉଥିବା ବେଳେ ରାଜ୍ୟ ସରକାରଙ୍କ ବ୍ୟୟରେ ୬୩,୧୮୦ ପରିବାରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମାସିକ ୧୦ କିଲୋ କରି •ଉଳ ଦିଆଯାଉଛି । ୩୬,୮୪,୯୪୦ ବିପିଏଲ୍ ପରିବାର କେବିକେର ୫,୨୭,୦୭୪ ଏପିଏଲ୍ ପରିବାର ଓ ଅନ୍ୟ ୬,୨୩,୪୨୬ ଗରିବ ପରିବାରଙ୍କୁ ମାସିକ ୨୫ କିଲୋ କରି ଟଙ୍କିକିଆ •ଉଳ ଦିଆଯାଉଥିବା ବେଳେ ଅନ୍ତୋଦୟ ଅନ୍ନ ଯୋଜନାରେ ୧୨,୫୪,୦୨୫ ପରିବାରଙ୍କୁ ମାସିକ ୩୫ କିଲୋ କରି ଟଙ୍କିକିଆ •ଉଳ ମିଳୁଛି । ଏହାଛଡ଼ା ୧,୪୧,୩୯୪ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୧୦ କିଲୋକରି ଟଙ୍କିକିଆ •ଉଳ ଦିଆଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୪,୭୨,୬୫୧ ଛାତ୍ରଛାତ୍ରୀ ଏବଂ କସ୍ତୁରବା ବାଳିକା ବିଦ୍ୟାଳୟର ୭,୮୦୦ ଛାତ୍ରୀମାନଙ୍କ ପାଇଁ ମାସିକ ୧୫ କିଲୋ ପରି ଟଙ୍କିକିଆ •ଉଳ ମିଳୁଛି ।
ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବଣ୍ଟନ କରାଯାଉଥିବା ଶସ୍ତା •ଉଳ ପାଇଁ କେନ୍ଦ୍ର ସରକାର କିଲୋପିଛା ୧୮ ଟଙ୍କା ୪୭ ପଇସାରୁ ୨୩ ଟଙ୍କା ୭୭ ପଇସା ପର୍ଯ୍ୟନ୍ତ ସବ୍ସିଡି ଅର୍ଥ ବହନ କରୁଥିବା ବେଳେ ରାଜ୍ୟ ସରକାର ୨ଟଙ୍କା ୭୧ ପଇସାରୁ ୮ଟଙ୍କା ୩୦ ପଇସା ପର୍ଯ୍ୟନ୍ତ ସବ୍ସିଡି ଦେଉଛନ୍ତି । ବିପିଏଲ୍, କେବିକେର ଏପିଏଲ୍, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀ, ଅନ୍ୟ ଗରିବ ପରିବାରଙ୍କୁ ଦିଆଯାଉଥିବା ଟଙ୍କିକିଆ •ଉଳ ବାବଦରେ କେନ୍ଦ୍ର ସରକାର କିଲୋ ପିଛା ୨୧ଟଙ୍କା ୧୨ ପଇସା ସବ୍ସିଡି ବହନ କରୁଥିବା ବେଳେ ରାଜ୍ୟ ସରକାର ୫ଟଙ୍କା ୪୩ ପଇସାର ସବ୍ସିଡି ଦେଉଛନ୍ତି । ଟଙ୍କିକିଆ ଓ ଅନ୍ୟ ଶସ୍ତା •ଉଳ ବାବଦ ସବ୍ସିଡି ଲାଗି ବର୍ଷକୁ ବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ।
ସରକାରଙ୍କ ତଥ୍ୟ ଉପରେ ନିଜ ପ୍ରତିକ୍ରିୟା ରଖି ଶ୍ରୀ ରାୟ କହିଛନ୍ତି ଯେ ସର୍ବଶେଷ ଜନଗଣନା ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୧,୮୪,୭୮୫ ଘରେ ଲୋକେ ରହୁଛନ୍ତି । ଏଥିରୁ ୬୭,୯୯,୩୭୩ ପରିବାର ଟଙ୍କିକିଆ ଓ ଅନ୍ୟ ଶସ୍ତା •ଉଳ ଯୋଗାଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏଥିରୁ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ଅନୁ୍ୟନ ୭୪ ପ୍ରତିଶତ ବୋଲି ସ୍ପଷ୍ଟ ହେଉଛି । କିନ୍ତୁ ରାଜ୍ୟ ସରକାର ତାଙ୍କ ଆର୍ଥôକ ସର୍ଭେ ରିପୋର୍ଟରେ ଓଡ଼ିଶାର ଦାରିଦ୍ର୍ୟ ସୀମାରେଖା ତଳେ ପ୍ରାୟ ୩୨ ପ୍ରତିଶତ ଲୋକ ରହିଛନ୍ତି ବୋଲି ଦାବି କରିଛନ୍ତି । ଗୋଟିଏ ପଟେ ସରକାରୀ ରିପୋର୍ଟରେ ଦର୍ଶାଯାଇଥିବା ୩୨ ପ୍ରତିଶତ ଦାରିଦ୍ର୍ୟ ଠିକ୍ ନାଁ ଟଙ୍କିକିଆ ଓ ଅନ୍ୟ ଶସ୍ତା •ଉଳ ଗ୍ରହଣ କରୁଥିବା ୭୪ ପ୍ରତିଶତ ତଥ୍ୟ ଠିକ୍ ତାହା ଅର୍ଥ ବିଭାଗ ସ୍ପଷ୍ଟ କରିବା ଆବଶ୍ୟକ । ଶସ୍ତା •ଉଳ ବଣ୍ଟନ କାର୍ଯ୍ୟକ୍ରମରୁ ଓଡ଼ିଶାର ଉକ୍ରଟ ଦାରିଦ୍ର୍ୟ ସ୍ପଷ୍ଟ ବାରିହୋଇଯାଉଥିବା ବେଳେ ମିଛ ସାଫଲ୍ୟ ପାଇଁ ରାଜ୍ୟର ଦାରିଦ୍ର୍ୟର ଚିତ୍ରକୁ କମାଇ ସରକାର ୩୨ ପ୍ରତିଶତ ଦେଖାଇବା ଦରିଦ୍ର୍ୟ ଲୋକଙ୍କ ପାଇଁ ସରକାରୀ କଳର ଉପହାସ ଛଡ଼ା ଆଉ କିଛି ନୁହେଁ ବୋଲି ଶ୍ରୀ ରାୟ ଉଲ୍ଲେଖ କରିଛନ୍ତି ।

Share in top social networks!