ଗଜଭିୟେଙ୍କ ଜମି ଦୁର୍ନୀତିରେ ଶାସକ ସରକାରୀ ଦଳର ବହୁ ମନ୍ତ୍ରୀ ଓ ନେତା ସଂପୃକ୍ତ : ବିଜେପି

bjpbijayyyଗୋପ ତହସିଲ ଅଞ୍ଚଳର ହଜାର ହଜାର ଏକର ସରକାରୀ ଓ ବେସରକାରୀ ଚାଷ ଜମି ଏବେ ଜମି ମାଫିଆ, ଚିଙ୍ଗୁଡି ମାଫିଆ, ଶାସକ ଦଳର ମନ୍ତ୍ରୀ ଏବଂ ନେତା ଓ ଚିଟ୍ଫଣ୍ଡ୍ ଦୁର୍ନିତୀ ଆଦିରେ ସଂଶ୍ଲିଷ୍ଟ ଥିବା ପୋଲିସ୍ ଅଧିକାରୀ ସତୀଶ ଗଜଭିୟେଙ୍କ ଜବର ଦଖଲରେ । ଖୋଦ୍ ସରକାରଙ୍କ ପୋ୍ରତ୍ସାହନ ଓ ସ୍ଥାନୀୟ ଅସାମାଜିକ ଗୁଣ୍ଡା ଏବଂ ଜମି ମାଫିଆଙ୍କ ସହଯୋଗରେ ଗଜଭିୟେ ଶହ ଶହ ଚାଷ ଜମିକୁ ହଡପ କରିବା ସାଙ୍ଗକୁ ସରକାରୀ ଅନାବାଦୀ ଗୋଚର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିକୁ ଜବର ଦଖଲ କରି ମାଛ ଚାଷ ପାଇଁ ବଡ ବଡ ପୋଖରୀ ଖୋଳିଛନ୍ତି ।
ଏ ସମସ୍ତ ଜମି ହଡପ ଘଟଣା, ପୂର୍ବରୁ ସରକାରଙ୍କ ତରଫରୁ ୬୩ ଲକ୍ଷ ଟଙ୍କା ବ୍ୟୟରେ ସେଠାରେ ନିର୍ମିତ ଏକ ଏଲ୍ଆଇ ପଏଣ୍ଟ ଚୋରି ଇତ୍ୟାଦିର ସିବିଆଇ ତଦନ୍ତ ଦାବୀରେ ଆସନ୍ତା ଅଗଷ୍ଟ ୨୪ ତାରିଖରେ ରାଜ୍ୟ ବିଜେପି ବ୍ୟାପକ ଭାବେ ଗୋପ ତହସିଲ କାର୍ଯ୍ୟାଳୟ ଘେରାଉ କରିବ । ବିଜେପିର ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସମେତ ରାଜ୍ୟର ବହୁ ନେତା ଓ କର୍ମୀ ଯୋଗ ଦେବେ ବୋଲି ଦଳର ମୁଖପାତ୍ର ଶ୍ରୀ ସଜ୍ଜନ୍ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!