ପ୍ରକାଶ ମିଶ୍ର ପ୍ରଶଙ୍ଗ ଆଲୋଚନାକୁ ଭୟ କରି ବିଜେଡି କେନ୍ଦ୍ର ଅବହେଳା ପରି ପୁରୁଣା କ୍ୟାସେଟ ବଜାଉଛିି: ବିଜୟ ମହାପାତ୍ର

bijayପ୍ରକାଶ ମିଶ୍ର ପ୍ରଶଙ୍ଗ ବିଧାନସଭାରେ ଆଲୋଚନା ହେଉ । ମୁଖ୍ୟମନ୍ତ୍ରୀଙ୍କ ଭୁମିକା ଲୋକଲୋଚନକୁ ଆସୁ ଏକଥା ସରକାର ଚାହାନ୍ତି ନାହିଁ ସେଥିପାଇଁ ବିଜେଡି ବିଧାୟକ ମାନଙ୍କ ଦ୍ୱାରା ଅପ୍ରସଙ୍ଗୀକ କଥା ଉଠାଇ ବିଧାନ ସଭାକୁ ଶାସକ ଦଳ ଚଳାଇ ଦେଉ ନାହାନ୍ତି । ବିଧାନସଭା ଚଳାଇବାର ମୁଖ୍ୟ ଦାୟିତ୍ୱ ଗୃହର ନେତା ମୁଖ୍ୟମନ୍ତୀ ଓ ବାଚଷ୍ପତିଙ୍କ ଅଟେ ବୋଲି ରାଜ୍ୟ ବିଜେପି ଦଳର ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି । ପ୍ରକାଶ ମିଶ୍ରଙ୍କ ଘଟଣାରେ ଅପଦସ୍ତ ହେଲା ପରେ ଆତ୍ମରକ୍ଷା ପାଇଁ ସରକାରୀ ଦଳ କେବଳ ନାମକୁ ମାତ୍ର କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଉଛନ୍ତି । ବାସ୍ତବରେ ନରେନ୍ଦ୍ର ମୋଦିଙ୍କ ସରକାରର ଓଡିଶାକୁ ପର୍ଯ୍ୟାପ୍ତ ସାହାଯ୍ୟ ଓ ଅନୁଦାନ କେନ୍ଦ୍ର ଅବହେଳା ପ୍ରସଙ୍ଗ ଅପ୍ରସାଙ୍ଗିକ ହୋଇପଡିଛି ।
ଶ୍ରୀ ମହାପାତ୍ର ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ ରାଜ୍ୟର ବିଭିନ୍ନ ସମସ୍ୟା ବିଶେଷ ଭାବେ ପ୍ରକାଶ ମିଶ୍ର ସମ୍ପର୍କରେ ରାଜ୍ୟ ସରକାର ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟରେ ହାରିବା ନେଇ ସାଧାରଣ ଲୋକଙ୍କ ମନରେ ଉଦ୍ବେଗ ସୃଷ୍ଟି ହୋଇଥିବା ବେଳେ ତାହାକୁ ଏଡାଇବା ପାଇଁ ବିଜେଡି ବିଧାୟକ ମାନେ କେନ୍ଦ୍ର ଅବହେଳା ସମ୍ପର୍କୀତ ବ୍ୟାନର ବିଧାନ ସଭାରେ ଦେଖାଇ ବିଧାନସଭାକୁ ଅଚଳ କରୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବାଚଷ୍ପତିଙ୍କ ଦାୟିତ୍ୱ ଗୃହ ଚଳାଇବା ତେବେ ଗୃହ ନଚାଳିବା ଘଟଣାରେ ସେମାନଙ୍କ ଭୁମିକା ସନେ୍ଦହାଷ୍ପଦ ହୋଇ ପଡିଛି ।
ପ୍ରତିଶୋଧ ପରାୟଣ ହୋଇ ପ୍ରକାଶ ମିଶ୍ରଙ୍କୁ ଜାଣିଶୁଣି ଅପଦସ୍ତ କରିବା ତଥା ତାଙ୍କୁ ସିବିଆଇ ନିର୍ଦେଶକ ନ କରିଦେବା ପାଇଁ ଚକ୍ରାନ୍ତ କରି ରାଜ୍ୟ ସରାକର ତାଙ୍କ ବିରୁଦ୍ଧରେ ଯେଉଁ ଅପବାଦ ଏବଂ ଆକ୍ଷେପ ମୁୁଳକ କାର୍ଯ୍ୟ ଗ୍ରହଣ କରିଛନ୍ତି ତାହା ରାଜ୍ୟ ସରକାରଙ୍କୁ ପଦାରେ ପକାଇଛି । ଏହି ସମ୍ପର୍କରେ ରାଜ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ଷନା କରିଥିବା ବେଳେ ରାଜ୍ୟ ସରକାର ବିଭାଗୀୟ ଆଇନ ପରାମର୍ଶର୍ ନନେଇ ସୁପ୍ରିମ କୋର୍ଟରେ ଅଗ୍ରବାଲ ଏସୋସିଏଟ ଜରିଆରେ ନାମୀ ଏବଂ ଦାମୀ ଓକିଲଙ୍କୁ ଲଗାଇ, ବହୁ ଅର୍ଥ ବ୍ୟୟ କରି ଅପିଲ କରିଥିଲେ ଏବଂ ଶେସରେ ରାଜ୍ୟ ସରକାର ଅବଦସ୍ତ ହୋଇଥିଲେ । ମୁଖ୍ୟମନ୍ତୀ ନିଜେ ହାଇକୋର୍ଟ ଆଦେଶ ବିରୁଦ୍ଧରେ ସୁପ୍ରିମ କୋର୍ଟ ଯିବା ପାଇଁ ନିଷ୍ପତି ନେଇଥିଲେ । ତେଣୁ ଏଥିରେ ବ୍ୟୟ ହୋଇଥିବା ପ୍ରଭୁତ ଅର୍ଥ ମୁଖ୍ୟମନ୍ତ୍ରୀ ନିଜସ୍ୱ ଦରମାରୁ ଭରଣା କରିବା ଆବଶ୍ୟକ । ଏହି ଘଟଣାପରେ ରାଜ୍ୟ ସରକାର ଶାସନ କରିବାର ନୈତିକ ଅଧିକାର ହରାଇ ବସିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତାଫା ଦେବା ଉଚିତ ବୋଲି ସେ କହିଥିଲେ । ଜଣେ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ କରିବାରେ ୭ ଦିନରୁ ଅଧିକ ସମୟ ନେଇଥିବା ବେଳେ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ସୁପ୍ରିମ କୋର୍ଟ ଯାଇ ରାଜ୍ୟର ରାଜକୋଶର ପ୍ରଭୁତ ଅର୍ଥ ବ୍ୟୟ କରିଛନ୍ତି । ଏହା ସାର୍ବଜନୀନ ବିଷୟ ହୋଇôଥିବା ବେଲେ ଏହି ଘଟଣାର ସବିଶେଷ ଆଲୋଚନା ପାଇଁ ରାଜ୍ୟ ବିଧାନସଭାରେ ଟାଳଟୁଲ ନୀତି ଅନୁସରଣ କରିବା ପରିତାପର ବିଷୟ ।
ପ୍ରକାଶ ଥଉକି ମୁଖ୍ୟମନ୍ତ୍ରୀ ନିଜେ ପ୍ରକାଶ ମିଶ୍ରଙ୍କ ସମ୍ପର୍କରେ ଭିଜିଲେନ୍ସ ଫାଇଲକୁ ସ୍ୱୀକୃତି ଦେଇଥିବା ହାଇକୋର୍ଟ ରାୟର ପୃଷ୍ଠା ୪୬ ରେଅନ୍ତର୍ଭୁକ୍ତ ହୋଇଛି । ରାଜ୍ୟସରକାର ସୁପ୍ରିମ କୋର୍ଟକୁ ହାଇକୋର୍ଟର ରାୟକୁ ସ୍ଥଗିତ କରିବା, ଭିଜିଲେନ୍ସ ନିର୍ଦେଶକଙ୍କ ବିରୁଦ୍ଧରେ ଦିଆଯାଥିବା ମନ୍ତବ୍ୟ କାଟ କରିବା ଏବଂ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ପୁଣି ମାମଲା ରୁଜୁ କରିବା ପାଇଁ ଆବେଦନ କରିଥିଲେ । ତେବେ ସୁପି୍ରମ କୋର୍ଟ ଏହି ତିନିଗୋଟି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ରାଜ୍ୟ ସରକାର କହୁଛନ୍ତି ଯେ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି ତେବେ ଏହି ଅଭିଯୋଗ କାରୀ କିଏ ତାହା ଜଣାନାହିଁ । ଏହା କେବଳ ଏକ ମନଗଢା ଏବଂ ଆକ୍ରୋଶ ମୁଳକ କାର୍ଯ୍ୟ ତେଣୁ ଏଥିରେ କୌଣସି ଅଭିଯୁକ୍ତ ନାହାନ୍ତି । ଏହି ସବୁ ବିଷୟ ଅତି ସୁସ୍ପଷ୍ଟ ତେଣୁ ଏହା ବିଧାନସଭାରେ ଆଲୋଚନା ହେବାର ଯୋଗ୍ୟ ଏବଂ ଏହି ସମ୍ପର୍କରେ ମୁଖ୍ୟମନ୍ତୀ ନିଜର ବକ୍ତବ୍ୟ ଦେବା ଉଚିତ ।
ରାଜ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଦିଲ୍ଲି ଗସ୍ତବେଳେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଦେଖା କରିଛନ୍ତି ତେବେ କେବେହେଲେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ନାହାନ୍ତି କିମ୍ବା କେନ୍ଦ୍ରମନ୍ତ୍ରୀ ମାନେ ଓଡିଶା ଆସି ତାଙ୍କୁ ଦେଖା କରିବା ସମୟରେ ମଧ୍ୟ କେନ୍ଦୀୟ ଅବହେଳା ବିଷୟ ଆଲୋଚନା କରିନଥିବା ବେଳେ ଲୋକଲୋଚନକୁ ବିଭ୍ରାନ୍ତ କରିବା ପାଇଁ ସେହି ପୁରୁଣା କ୍ୟାସେଟ ବିଜେଡି ବିଧାୟକ ମାନେ ବଜାଇ ଚାଲିଛନ୍ତି ।
ଶ୍ରୀ ମହାପାତ୍ର କହିଲେ ଯେ ୨୦୧୫-୧୬ ଆର୍ଥିକ ବର୍ଷରେ ତା ପୁର୍ବ ବର୍ଷ ତୁଳନାରେ ରାଜ୍ୟ ସରକାର ୭୭୭୨ କୋଟି ଟଙ୍କା ଅଧିôକ ପାଇଛି । ସମ୍ବଳପୁରଠାରେ ଆଇଆଇ ଏମ୍, ବ୍ରହ୍ୱପୁରଠାରେ ନାଇଜର ପ୍ରତିଷ୍ଠା ସହ ୫ ଗୋଟିି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୭୫ ଭାଗ ଅର୍ଥ କେନ୍ଦ୍ର ସରକାର ଅନୁଦାନ ଦେଉଛନ୍ତି । ରାଜ୍ୟରେ ଜାତୀୟ ରାଜପଥର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ୩୫ ହଜାର କୋଟି ଟଙ୍କା ବିନିଯୋଗ କରୁଛନ୍ତି । ଗତ ରେଳ ବଜେଟରେ ରାଜ୍ୟରେ ୩୧ ଶହ କୋଟି ଟଙ୍କାର ଅଧିକ ଦେଇଥିବାରୁ ଖୋଦ ମୁଖ୍ୟମନ୍ତ୍ରୀ ଗଣ ମାଧ୍ୟମ ଆଗରେ କେନ୍ଦ୍ର ସରକାରଙ୍କୁ ସାଧୁ ବାଦ ଦେଇଥିଲେ । ରାଜ୍ୟରେ ବିଜୁ ପଟନାୟକ ଆନ୍ତର୍ଜାତୀୟ ବିମାନଘାଟିର ସମ୍ପ୍ରସାରଣ, ପାରଦ୍ୱୀପ ଠାରେ କେନ୍ଦ୍ର ପେଟ୍ରୋଲିୟମ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ଏକ ଲକ୍ଷ କୋଟି ଟଙ୍କାର ଅଧିକ ବିନିଯୋଗ କରିବା ଏବଂ ପାରଦ୍ୱୀପକୁ ଏକ ସ୍ମାର୍ଟସିଟି ନିର୍ମାଣ ଏବଂ ବ୍ରାହ୍ମ୍ମଣୀ ନଦୀର ପୋଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବିହାରର ଅନୁଦାନ ପରିମାଣଠାରୁ ବହୁ ଅଧିକ ବୋଲି ଶ୍ରୀ ମହାପାତ୍ର କହିଥିଲେ ।
ଶ୍ରୀ ମହାପାତ୍ର କହିଲେ ଯେ ଆଗାମୀ ୨୪ ତାରିଖ ଦିନ ଗୋପ ବ୍ଲକରେ ବିବାଦୀୟ ପୋଲିସ ଅଧିକାରୀ ସତୀଶ ଗଜଭିୟେ ପ୍ରାୟ ୭୦ ଏକର ଜମି ହଡପ କରିବା ଘଟଣା ସମ୍ପର୍କରେ ବିଜେପି ପକ୍ଷରୁ ଗୋପ ତହସିଲକୁ ଘେରାଉ କରାଯିବା ପାଇଁ ବିଜେପି ସ୍ଥିର କରିଛି ।
ଏହିି ସମାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ରବି ନାୟକ, ମୁଖପାତ୍ର ସଜ୍ଜନ ଶର୍ମା, ଦିଲ୍ଲୀପ ମହାନ୍ତି, ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!