ଓପି ଜିନ୍ଦଲ କମୁ୍ୟନିଟି କଲେଜ (ଓପିଜେସିସି)କୁ ମହିଳା ଦକ୍ଷତା ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସର୍ବୋତମ ଶିକ୍ଷାନୁଷ୍ଠାନ ରୂପେ ଆସୋଚାମ ପୁରସ୍କାର

opjcଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଫାଉଣ୍ଡେସନ ଦ୍ୱାରା ସ୍ଥାପନ କରାଯାଇଥିବା ଅନନ୍ୟ ଶିଳ୍ପ ତାଲିମ କେନ୍ଦ୍ର ଓପି ଜିନ୍ଦଲ କମୁ୍ୟନିଟି କଲେଜ (ଓପିଜେସିସି)କୁ ମହିଳା ଦକ୍ଷତା ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସର୍ବୋତମ ଶିକ୍ଷାନୁଷ୍ଠାନ ରୂପେ ଆସୋଚାମ ପୁରସ୍କାର ପ୍ରଦାନ କରାଯାଇଛି । ନିର୍ମାଣ ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ କାର୍ଯ୍ୟକୈାଶଳ କ୍ଷେତ୍ରରେ ମହିଳାମାନଙ୍କ ଦକ୍ଷତା ବିକାଶ ନିମନ୍ତେ ବିଭିନ୍ନ ଅଭିନବ ପଦକ୍ଷେପମାନ ଗ୍ରହଣ କରାଯାଇଥିବାରୁ ଓପି ଜିନ୍ଦଲ କମୁ୍ୟନିଟି କଲେଜକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଆସୋଚାମ, ଭୁବନେଶ୍ୱର ପକ୍ଷରୁ ଆଜି ଏଠାରେ ଆୟୋଜିତ ‘ସ୍କିଲିଂ ଇଣ୍ଡିଆ’ ନାମକ ଏକ ବର୍ଣାଢ୍ୟ କାର୍ଯ୍ୟକ୍ରମରେ ଓପିଜେସିସିର ନିଦେ୍ର୍ଧଶକ ସୁଶ୍ରୀ ମିରିୟମ କାର୍ଟରଙ୍କ ପକ୍ଷରୁ ଓପିଜେସିସି (ବଡବିଲ)ର ପ୍ରିନ୍ସିପାଲ ଶ୍ରୀ ଆର.ଏନ୍. ମହାପାତ୍ର, ଅପରାଜିତା ପ୍ରକଳ୍ପ ସଂଯୋଜକ ସୁଶ୍ରୀ ସୋନୁ ଗୁପ୍ତା, ଓ ସୁଶ୍ରୀ ବାଣୀ ସା, ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ ।
ଓପିଜେସିସିର ଏହି ଅଭିନବ ଅପରାଜିତା ପ୍ରକଳ୍ପଟି ଗ୍ରାମୀଣ ମହିଳାମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମ ପ୍ରଦାନ କରିଆସୁଛି । ଏହି କାର୍ଯ୍ୟକ୍ରମଟି ସଫଳତାର ସହ ପ୍ରାୟ ୪୪୧ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରିବା ସଙ୍ଗେସଙ୍ଗେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇପାରିଥିବାରୁ ସେମାନେ ଆଜି ନିର୍ମାଣ କ୍ଷେତ୍ରରେ କୁଶଳୀ ତଥା ସ୍ୱୀକୃତିପ୍ରାପ୍ତ ଶ୍ରମିକ, ପର୍ଯ୍ୟବେକ୍ଷକ ତଥା ଠିକାଦାର ଭାବେ ପାଦ ଥାପିବା ନିମନ୍ତେ ପ୍ରସ୍ତୁତ ହୋଇସାରିଛନ୍ତି । ଓପିଜେସିସିର ପ୍ରଶିକ୍ଷକମାନେ ଗାଁମାନଙ୍କରେ ପ୍ରାୟ ୨ ରୁ ୩ ମାସ ରହି ଏହି ଗ୍ରାମୀଣ ମହିଳାମାନଙ୍କୁ ତାଲିମ ପ୍ରଦାନ କରିବା ସଙ୍ଗେସଙ୍ଗେ ଧନ୍ଦାମୂଳକ କାର୍ଯ୍ୟର ଉପାଦେୟତା ସମ୍ପର୍କରେ ଜ୍ଞାନ ବାଢି ସେମାନଙ୍କ ମାନସିକତାରେ ପରିବର୍ତନ ଆଣିବାରେ ସକ୍ଷମ ହୋଇପାରିଛନ୍ତି । ନିର୍ମାଣ ଓ ଶ୍ରମ କ୍ଷେତ୍ରରେ ଅଧିକ ପାରଦର୍ଶିତା ତଥା ଜ୍ଞାନ ବୃଦ୍ଧି ନିମନ୍ତେ ଗ୍ରାମ୍ୟ ଭିତିକ ତାଲିମକୁ ଆଧାର କରି ପ୍ରଦାନ କରାଯାଉଥିବା ଏହି ୨ ମାସିଆ ତାଲିମ ମହିଳାମାନଙ୍କୁ ଓପିଜେସିସି ଏବଂ ଏହାର ନିକଟବର୍ତୀ ନିର୍ମାଣ ସାଇଟକୁ ପରିଦର୍ଶନରେ ନେଇ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷାର୍ଥୀମାନେ ସଫଳତାର ସହ ତାଲିମ ପ୍ରାପ୍ତ ହୋଇସାରିଲା ପରେ, ସେମାନେ ଯେ କୈାଣସି ନିର୍ମାଣ ପ୍ରକଳ୍ପ ହାତକୁ ନେଇପାରିବେ ବୋଲି ଉସôାହପ୍ରକାଶ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ମହିଳାମାନଙ୍କ ଦ୍ୱାରା ବିଭିନ୍ନ ମହିଳା କୈନ୍ଦ୍ରିକ କୋପରେଟିଭ ସଂସ୍ଥାମାନ ନିର୍ମାଣ କରାଯିବା ନେଇ ସମସ୍ତ ସହାୟତା ଓପିଜେସିସି ପକ୍ଷରୁ ଯୋଗାଇଦିଆଯାଉଛି । ଏହି ଉଦ୍ୟୋଗୀଦଳ ନିଜ ଗ୍ରାମ ବା ଗ୍ରାମ ବାହାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ବା ପ୍ରକଳ୍ପ ନିମନ୍ତେ ଠିକା ପାଇଥାନ୍ତି । ପ୍ରାୟ ୮୨ ପ୍ରତିଶତ ଅପରାଜିତା ନିର୍ମାଣ ପ୍ରଶିକ୍ଷାର୍ଥୀ ବର୍ତମାନ ସୁଧା ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ସଙ୍ଗେସଙ୍ଗେ ନିଜର ଜୀବିକା ନିର୍ବାହ କରୁଛନ୍ତି । ଛତିଶଗଡର ପୁଞ୍ଜିପଥରାରୁ ସର୍ବାଧିକ ପ୍ରଶିକ୍ଷାର୍ଥୀ ହୋଇଥିବା ସ୍ଥଳେ ଓଡିଶାର ବଡ଼ବିଲ ଦ୍ୱିତୀୟ ସ୍ଥାନରେ ରହିଛି ।
ଏହି ପରିପ୍ରେକ୍ଷୀରେ ସୁଶ୍ରୀ ମିରିୟମ କହିଛନ୍ତି ଯେ, “ଭାରତର ଜିଡିପି ବୃଦ୍ଧିରେ ନିର୍ମାଣ କ୍ଷେତ୍ରର ସର୍ବାଧିକ ଅବଦାନ ରହିଥିବାବେଳେ, ପ୍ରାୟ ୩୦ ମିଲିୟନ ଲୋକ ଏହି କ୍ଷେତ୍ରରେ କାର୍ଯ୍ୟରତ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ହେଉଛନ୍ତି, ଅଣକୁଶଳୀ ମହିଳା । ଲିଙ୍ଗଗତ ଭେଦଭାବ ତଥା ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ଲାଗିରହିଥିବା କୁଶଳୀ ଶ୍ରମିକଙ୍କ ଅଭାବ ଜନିତ ସମସ୍ୟାକୁ ଦୂର କରିବା ନିମନ୍ତେ, ଓପିଜେସିସି ପକ୍ଷରୁ ଗତ ୨୦୧୩ ମସିହାରେ ଏହି ଅପରାଜିତା ପ୍ରକଳ୍ପଟି ଆରମ୍ଭ କରାଯାଇଥିଲା । ଆସୋଚାମ ପକ୍ଷରୁ ମିଳିଥିବା ଏହି ପୁରସ୍କାର, ଆମ୍ଭ ଆତ୍ମବିଶ୍ୱାସକୁ ସୁଦୃଢ କରିବା ସହ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଗ୍ରାମୀଣ ମହିଳା ତଥା ସେମାନଙ୍କ ପରିବାରର ଜୀବନ ଶୈଳୀରେ ମାନ ପରିବର୍ତନ ନିମନ୍ତେ ବେଶ୍ ସହାୟକ ହେବ ବୋଲି ମୋର ବିଶ୍ୱାସ” ।
ଏଠାରେ ଉଲ୍ଲେଖଯୋଗ୍ୟଯେ, ଜେଏସପିଏଲର ଅଧ୍ୟକ୍ଷ ତଥା ମୁଖ୍ୟ ଶ୍ରୀଯୁକ୍ତ ନବୀନ ଜିନ୍ଦଲଙ୍କ, ବୟସ, ଜାତି, ଧର୍ମ, ଲିଙ୍ଗ, ଶିକ୍ଷା, ସାମାଜିକ-ଅର୍ଥନୈତିକ ସ୍ଥାନ, ଜନ୍ମସ୍ଥାନ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷାଗତ ତଥା ଅର୍ଥନୈତିକ ସାମର୍ଥ୍ୟତା ଯୋଗାଇଦେବାର ଯେଉଁ ମୂଳ ଦୃଷ୍ଟି ଓ ବଦ୍ଧପରିକରତା ରହିଥିଲା ତାହାକୁ ପ୍ରତିଫଳିତ କରିବା ନିମନ୍ତେ, ୨୦୦୭ ମସିହାରେ ଏହି ଓପିଜେସିସି ଅନୁଷ୍ଠାନଟି ଏକ ଯାନ୍ତ୍ରିକ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ସଂସ୍ଥା ଭାବେ ସ୍ଥାପନ କରାଯାଇଥିଲା । ନିର୍ମାଣ ତଥା ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ରରେ ବିଭିନ୍ନ ଅଭିନବମୂଳକ ସମନ୍ୱିତ ଓ ଆବଶ୍ୟକୀୟ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରଦାନ ଲକ୍ଷ୍ୟ ନେଇ ଏହି ଅନୁଷ୍ଠାନଟି ସମଗ୍ର ଦେଶରେ ଯାନ୍ତ୍ରିକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ସୃଷ୍ଟି କରିଛି । ବର୍ତମାନ ଓପିଜେସିସି ଅନୁଷ୍ଠାନଟି ଛତିଶଗଡ, ଝାରଖଣ୍ଡ ଓ ଓଡିଶା ଆଦି ତିନୋଟି ରାଜ୍ୟର ୫ଟି ସ୍ଥାନରେ ସ୍ଥାପିତ ହୋଇଛି, ଯେଉଁଠାରେ ଭାରତର ୮ରୁ ଅଧିକ ରାଜ୍ୟରୁ ଆସିଥିବା ପ୍ରଶିକ୍ଷାର୍ଥୀମାନେ ତାଲିମ ଗ୍ରହଣ କରୁଛନ୍ତି । ଅନୁଷ୍ଠାନଗୁଡିକ ଦୃଷ୍ଟାନ୍ତପ୍ରଦାନକାରୀ ଧନ୍ଦାମୂଳକ ତାଲିମ, ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ ଏବଂ ଶିକ୍ଷାର୍ଥୀମାନଙ୍କୁ ଉଚ୍ଚ ଚାହିଦା ସଂପନ୍ନ ଶ୍ରମ କ୍ଷେତ୍ର ଓ ଉଚ୍ଚ ବିକାଶମୂଳକ ଯାନ୍ତ୍ରିକ କର୍ମକ୍ଷେତ୍ର ନିମନ୍ତେ ପ୍ରସ୍ତୁତ କରାଇବାରେ ବେଶ ଖ୍ୟାତି ଅର୍ଜନ କରିପାରିଛି ।

Share in top social networks!