ଗାଁସାଥୀଙ୍କ ନିଯୁକ୍ତି ପ୍ରସଙ୍ଗ – ବିରୋଧୀ ଦଳ ହିସାବରେ ଦୃଢ ଭୂମିକା ନିଭାଇବା ଦାବିରେ କଂଗ୍ରେସଭବନ ପରିସରରେ ସଂଘ କର୍ମକର୍ତ୍ତାଙ୍କ ଦ୍ୱୀପ ପ୍ରଜ୍ଜ୍ୱଳନ ସହିତ ପ୍ରତୀକ ଅନଶନ ଜାରି

ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନେ୍ଦାଳନ ଜାରି ରଖିଛନ୍ତି ଗାଁସାଥୀ । ଗତ ତା ୪.୧୨.୧୪ରିଖ ଏକ ହାଇଲେବୁଲ୍ କମିଟି ବୈଠକରେ ବର୍ତ୍ତମାନର ମନ୍ତ୍ରୀ ଡଃ. ଅରୁଣ କୁମାର
ସାହୁ ସଂଗଠନର କର୍ମକର୍ତ୍ତାଙ୍କୁ ଦେଇଥିବା ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଏବେ ପାଣିରଗାର ପାଲଟି ଯାଇଛି । ସରକାରଙ୍କର ପଞ୍ଚାୟତିରାଜ ବିଭାଗରେ ଫାଙ୍କା ପଡ଼ିଥିବା ୧୦,୦୦୦ରୁ ଉଦ୍ଧ୍ୱର୍ ପଦପଦବୀରେ ନିଯୁକ୍ତି ମିଳିବା ତ ଦୂରର କଥା, ସେମାନଙ୍କ ନିଜ ମନରେଗା ଯୋଜନାରେ ଫାଙ୍କା ହୋଇଥିବା ୧୫୦୦ରୁ ଉଦ୍ଧ୍ୱର୍ ଏଜଝ, ଇଚଙ, ଗଉ, ଊରବକ୍ଷସଦ୍ଭଶ ଇଗ୍ଦଗ୍ଦଗ୍ଧ ବା ଇୟୟ. ଉକ୍ଟଜ୍ଞକ୍ଟ୍ରବକ୍ସର ଚକ୍ସକ୍ଟଶକ୍ସବଜ୍ଞଜ୍ଞରକ୍ସ (ଇଉଚ) ଆଦି ମାସିକ ପ୍ରୋତ୍ସାହନ ଭିତ୍ତିକ ପଦବୀରେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ·ହୁଁନାହାଁନ୍ତି ।

ଏହିଗୁଡ଼ିକ ସିଧାସଳଖ ବିଜ୍ଞାପନ ମାଧ୍ୟମରେ ପୂରଣ କରିବା ପାଇଁ ଗତ ଜୁନ୍ ୧୨ ତାରିଖରେ ସ୍ୱତନ୍ତ୍ର ଏକ ଚିଠି ବଳରେ ପଞ୍ଚାୟତିରାଜ ସଚିବଙ୍କ ତରଫରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଅବଗତ କରାଯାଇଛି । ମାତ୍ର ଏଯାବତ୍ ସେହି ସମସ୍ତ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହୋଇନାହିଁ । ଏହାକୁ ପ୍ରତିବାଦ କରି ଗତ ଅଗଷ୍ଟ ୨ ରୁ ୧୧ତାରିଖ ୧୦ ଦିନ ଧରି ବିଧାନସଭା ବ୍ୟାରିକେଡ଼ ଆଗରେ ଗାଁସାଥୀମାନେ ଧାରଣାରେ ବସିଥିଲେ ଓ ଲଣ୍ଡା ମଧ୍ୟ ହୋଇଥିଲେ । ଏବେ ଏହି ପ୍ରସଙ୍ଗଙ୍କୁ ତୁରନ୍ତ ପ୍ରତ୍ୟାହାର କରି ନେବା ସହିତ ଯୋଗ୍ୟ ଗାଁସାଥୀଙ୍କ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳର ନେତା ତଥା ବିରୋଧୀ ବିଧାୟକମାନେ ବିଧାନସଭାରେ ଦୃଢ ସ୍ୱର ଉତ୍ତୋଳନ କରିବାର ଦାବି ନେଇ ଆଜି ଠାରୁ ଗାଁସାଥୀ ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ରାଜ୍ୟ ସଂଗଠକ ଯଥା- ସୁଶାନ୍ତ ଜେନା, ସୁରେଶ ନାୟକ, ପ୍ରଶାନ୍ତ ସେନାପତି, ସୁଷମା ବେହେରା, ପ୍ରତିମା ଦାସ, ଅରୁଣ ବେହେରା, ସୀତାରାମ ସେଠୀ, ଶଶଧର ସେଠୀ, ପ୍ରତାପ ମଲ୍ଲିକ ଓ ଅନ୍ୟ କେତେକ ଗାଁସାଥୀ କର୍ମକର୍ତ୍ତା ଆଜି ଅପରାହ୍ନ ଠାରୁ କଂଗ୍ରେସ ଭବନ ପରିସରରେ ଦୀପ ଜାଳି ପ୍ରତୀକ ଅନଶନରେ ବସିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ୨୩ରେ ଗାଁସାଥୀମାନେ ନିଜ ବିଧାୟକମାନଙ୍କୁ ଘେରିବେ ଓ ୨୪ ତାରିଖରେ ବିଜେଡ଼ି, କଂଗ୍ରେସ ଓ ବିଜେପି ଅଫିସ୍ରେ ଶାନ୍ତିପୂର୍ଣ୍ଣ ଭାବେ ଶତାଧିକ ସଂଖ୍ୟାରେ ଗଣଧାରଣାରେ ବସି ରହିବେ ।

Share in top social networks!