ବୋର୍ଡ଼ ଅଫ ରେଭିନୁ୍ୟ କୋର୍ଟ ସ୍ଥାନାନ୍ତରକୁ ଆଇନ୍ଜୀବୀଙ୍କ ବିରୋଧ

ସ୍ଥାନୀୟ ବନେ୍ଦାବସ୍ତ କମିଶନର ମାମଲା ଏବଂ ବୋର୍ଡ଼ ଅଫ୍ ରେଭିନୁ୍ୟ କୋର୍ଟକୁ ଭୁବନେଶ୍ୱରରୁ କଟକକୁ ସ୍ଥାନାନ୍ତର କରିବା ଲାଗି ଗତ ଜୁଲାଇ ୧୫ ତାରିଖରେ ରାଜସ୍ୱ ବିଭାଗ ଏକ ନିଦେ୍ର୍ଧଶନାମା ଜାରି କରିଥିଲେ । ଏହାକୁ ବିରୋଧ କରି ଗତ ଏକମାସ ଧରି ଭୁବନେଶ୍ୱର ରାଜସ୍ୱ ବାର୍ ପକ୍ଷରୁ ବିକ୍ଷୋଭ ଓ ଧାରଣା ·ଲିଛି । ଏହାକୁଭୁବନେଶ୍ୱର ଓକିଲସଂଘ ମଧ୍ୟ ସମର୍ଥନ ଦେଇ
ଆସୁଛି । ଓଡ଼ିଶା ବନେ୍ଦାବସ୍ତ ଆଇନ୍ର ଧାରା ୩୩ ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବନେ୍ଦାବସ୍ତ ମାମଲା ବି·ର କରିବା ଲାଗି ମୋଟ ୧୩ଜଣ କମିଶନର, ଯୁଗ୍ମ କମିଶନର ଓ ଆରଡ଼ିସି ମଧ୍ୟରେ ବଣ୍ଟନ କରାଯାଇଅଛି । ଭୁବନେଶ୍ୱର ଉପଖଣ୍ଡ ଓ ପୁରୀ ଜିଲ୍ଲାର ଗୋପ ତହସିଲ୍କୁ ୧୩ଜଣ କମିଶନର କିମ୍ବା ଆରଡ଼ିସିଙ୍କୁ ଦିଆ ନ ଯାଇ ମେମ୍ବର ବୋର୍ଡ଼ ଅଫ୍ ରେଭିନୁ୍ୟଙ୍କ ଅଧୀନରେ ରଖାଗଲା । ଜନସାଧାରଣଙ୍କ ସୁବିଧା ଲାଗି ଏକ କ୍ୟାମ୍ପ କୋର୍ଟ ଭୁବନେଶ୍ୱରରେ ·ଲୁଅଛି ।

ଗତ ଜୁଲାଇ ୧୫ ତାରିଖରେ ଏହି କ୍ୟାମ୍ପ କୋର୍ଟକୁ ଭୁବନେଶ୍ୱରରୁ କଟକକୁ ସ୍ଥାନାନ୍ତର ଲାଗି ଏକ ନିଦେ୍ର୍ଧଶନାମା ପ୍ରକାଶିତ ହୋଇଥିଲା । ଏହାକୁ ବିରୋଧ କରି ଆନେ୍ଦାଳନକୁ ଓହ୍ଲାଇଥିଲା ରାଜସ୍ୱ ବାର୍ର କିଛି ସଦସ୍ୟ ବୁଧବାର ରାଜସ୍ୱ ମନ୍ତ୍ରୀଙ୍କ ସହିତ ସଚିବଙ୍କୁ ମଧ୍ୟ ସାକ୍ଷାତ୍ କରିଥିଲେ । ଏହି ନିଦେ୍ର୍ଧଶନାମାକୁ ବାତିଲ୍ କରିବା ଲାଗି ମନ୍ତ୍ରୀ ଦୃଢ ପ୍ରତିଶ୍ରୁତି ଦେଇଥିବା ବାର୍ର ସଭାପତି ସୁଧୀର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ବାର୍ ସଦସ୍ୟଙ୍କ ହକିବା ଅନୁସାରେ ବନେ୍ଦାବସ୍ତରୁ ପଟ୍ଟା ମିଳିବା ପରେ ତାହା ଠିକ୍ ଭାବେ ହୋଇନଥିଲେ ଆଇନ୍ଗତ ଭାବେ ଏହାର ସଂଶୋଧନ କରିବା ପାଇଁ ଓଡ଼ିଶା ସର୍ଭେ ସେଟେଲ୍ମେଣ୍ଟ ଆଇନ୍ର ୧୫ ଧାରାରେ ବୋର୍ଡ଼ ଅଫ ରେଭିନୁ୍ୟକୁ କ୍ଷମତା ଦିଆଯାଇଛି । ସେହି ଆଇନ୍ର ୩୩ଧାରାରେ ଉପରୋକ୍ତ ନିଦେ୍ର୍ଧଶନାମା ଅନୁସାରେ ଆରଡ଼ିସି କିମ୍ବା ତଦୁଦ୍ଧ୍ୱର୍ ଅଧିକାରୀଙ୍କୁ ଏହି ସଂଶୋଧନ କ୍ଷମତା ପ୍ରଦାନ
କରାଯାଇଛି । ୨୦୦୨ରେ କମିଶନର, ଯୁଗ୍ମ କମିଶନର ଓ ଆରଡ଼ିସିଙ୍କୁ ମିଶାଇ ୧୩ଜଣଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।

ହେଲେ ହଠାତ୍ ୨୦୦୭ରେ ସମସ୍ତ ରିଭିଜିନାଲ୍ କେସ୍ ମେମ୍ବର, ବୋର୍ଡ଼ ଅଫ ରେଭିନୁ୍ୟ କଟକକୁ ବି·ର ପାଇଁ ପଠାଯିବା ଲାଗି ନିଦେ୍ର୍ଧଶନାମା ଜାରି ହୋଇଥିଲା । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟଙ୍କ ରାୟ ପରେ ଏହି ନିଦେ୍ର୍ଧଶନାମା ରଦ୍ଧ ହୋଇଥିଲା । ତଥାପି ଭୁବନେଶ୍ୱର ଓ ଜଟଣୀ ତହସିଲ୍ର ସମସ୍ତ ବନେ୍ଦାବସ୍ତ ରିଭିଜନାଲ କେସ୍ ଦାଖଲ ଓ ବି·ର କ୍ଷମତା ପୁଣି ବୋର୍ଡ଼ ଅଫ୍ ରେଭିନୁ୍ୟ, କଟକକୁ ଦେଲେ । ପୁଣି ହାଇକୋର୍ଟ ଅବମାନନା ମାମଲା ରୁଜୁ କରାଯିବାରୁ ସପ୍ତାହାର ଦିନଟିଏ କ୍ୟାମ୍ପ କୋର୍ଟ ଭୁବନେଶ୍ୱରରେ ହେଲା । ଫଳରେ ମୋକଦ୍ଧମା ସଂଖ୍ୟ ଯେଉଁଭଳି ଭାବେ ବଢି ·ଲିଲା, ତାହା ବି·ର ନ ହୋଇ ଏଠାରେ ପଡ଼ିରହିଲା । ୨୦୧୨ରେ
ଭୁବନେଶ୍ୱର ଚକବନ୍ଦୀ ବନେ୍ଦାବସ୍ତ କମିଶନର କୋର୍ଟକୁ ଏହି ମାମଲା ହସ୍ତାନ୍ତର କରାଗଲା । ହେଲେ ପୁଣି ଗତ ଜୁଲାଇ ୧୫ ତାରିଖରେ
କଟକକୁ ସ୍ଥାନାନ୍ତରିତ କରିବାକୁ ନିଦେ୍ର୍ଧଶନାମା ଜାରି କରାଗଲା ବୋଲି ଆଇନ୍ଜୀବୀ ସଂଘ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ।
ବାରମ୍ବାର ସ୍ଥାନାନ୍ତରକୁ ନେଇ ବିଭିନ୍ନ ସ୍ତରରେ ଅସନ୍ତୋଷ ସୃଷ୍ଟି ହୋଇଛି । କିନ୍ତୁ ମେମ୍ବର ମହାଶୟ ଓ ରାଜସ୍ୱ ସଚିବ ଉପରୋକ୍ତ ପରିସ୍ଥିତିର
ଗୁରୁତ୍ୱ ଅନୁଭବ ନ କରି ସରକାରଙ୍କୁ ବଦନାମ କରାଇବା ପାଇଁ ଏପରି ଜନବିରୋଧୀ କାର୍ଯ୍ୟକ୍ରମ ଗ୍ରହଣ କରିବା କେତେଦୂର ଯଥାର୍ଥ ତାହା
ରାଜସ୍ୱ ମନ୍ତ୍ରୀ ବି·ର ନ କରିବାରୁ ଏହାର ପ୍ରତିବାଦରେ ୧୯.୮.୨୦୧୫ରେ ଓକିଲମାନେ ରାସ୍ତାରୋକ କରିବା ପାଇଁ ନୋଟିସ୍ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ରାଜସ୍ୱମନ୍ତ୍ରୀ ତାଙ୍କ ଆସେମ୍ଲି ଚ୍ୟାମ୍ବରରେ ଓକିଲ ପ୍ରତିନିଧିମାନଙ୍କୁ ଭେଟି ୧୫.୭.୨୦୧୫ର ନୋଟିଫିକେଶନ
ସଂଶୋଧ କରି ପୂର୍ବବସ୍ଥା ବଜାୟ ରଖିବା ପାଇଁ ଦୃଢ ପ୍ରତିଶ୍ରୁତି ଦେବାରୁ ଓକିଲମାନେ ରାସ୍ତାରୋକ ଡ଼ାକରାରୁ ଓହରିଥିଲେ । ଏହି ପ୍ରତିନିଧି
ଦଳରେ ରେଭିନୁ୍ୟ ବାର୍ର ସଭାପତି ସୁଧୀର ମହାନ୍ତି, ରେଭିନୁ୍ୟ ବାର୍ର ସଦ୍ୟସ୍ୟ ଯଥା :- ଜଳନ୍ଧର ପ୍ରଧାନ, ଦିଲ୍ଲୀପ ତ୍ରିପାଠୀ, ପ୍ରଦୀପ
କୁମାର ପଟ୍ଟନାୟକ, ଗୌତମ ନାୟକ, ଅନନ୍ତ ଜେନା, ଅଭିମନୁ୍ୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!