ବ୍ରହ୍ମପୁରଠାରେ ଫୋଟୋଗ୍ରାଫି ଦିବସ ପାଳିତ

jyotiବ୍ରହ୍ମପୁର ସହରର ସର୍ବବୃହତ ଫଟୋଗ୍ରାଫି କ୍ଲବ୍ ବ୍ରହ୍ମପୁର ଫଟୋୱାକସ୍ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ ହେତୁ ଏକ ନିରାଡ଼ମ୍ବର ଉତ୍ସବ ପାଳିତ ହୋଇଯାଇଛି୤ କ୍ଲବର ପ୍ରତିଷ୍ଠାତା ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମକୁ କ୍ଲବର ଅନେକ ସଦସ୍ୟ ଉପସ୍ଥିତ ରହି ପାଳନ କରିଥିଲେ୤ ଏହାପରେ ଉପସ୍ଥିତ ସଦସ୍ୟମାନେ ସହରର ରେଳ ଷ୍ଟେସନ, କମାପଲ୍ଲୀ ବଜାର ଆଦି ଅଞ୍ଚଳରେ ବୁଲି ଚିତ୍ର ଉତ୍ତୋଳନ କରିଥିଲେ୤ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ଥିଲେ ସୟିଦ ଫହିମ୍, ରବି ଶର୍ମା, ଅନିଲ ରାଓ, ଜ୍ଞାନଦୀପ ଷଡ଼ଙ୍ଗୀ, ଅକ୍ଷୟ, ଶୁଭମ, ଲିଟୁ ଏବଂ ଅନ୍ୟମାନେ୤ ଲୋକମାନଙ୍କ ମଧ୍ୟରେ ଏବଂ ସର୍ବୋପରି ଯୁବବର୍ଗଙ୍କ ମଧ୍ୟରେ ଫଟୋଗ୍ରାଫି ବିଷୟରେ ଆଗ୍ରହ ଜନ୍ମାଇବା ପାଇଁ ଏହିପରି କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ବହୁତ ଆବଶ୍ୟକତା ରହିଛି ବୋଲି କ୍ଲବର ପ୍ରତିଷ୍ଠାତା ଡା ପଟ୍ଟନାୟକ ସୂଚନା ଦେଇଥିଲେ୤

Share in top social networks!