ଭୟଂକର ମରୁଡି ପରିସ୍ଥିତି ପାଇଁ ରାଜ୍ୟ ସରକାର ଗମ୍ଭୀର ନୁହନ୍ତି: ବିଜେପି କୃଷକ ମୋର୍ଚ୍ଚା

tiff infomationଆଜି ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ ଶାଖା ତରଫରୁ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କ ସହିତ ସାକ୍ଷାତ ଆଲୋଚନା କରି ସାଂପ୍ରତିକ ଭୟଙ୍କର ମରୁଡି ପରିସ୍ଥିତିକୁ ନେଇ ଏକ ୧୧ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।
ମରୁଡି ପ୍ରଭାବର ରାଜସ୍ୱ ଗ୍ରାମ ସ୍ତରରେ ସରଜମିନ୍ ତଦନ୍ତ କରି କ୍ଷତିର ମୂଲ୍ୟାଙ୍କନ, କୃଷି ବୀମା ସମୟ ସୀମା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି, ଗଭୀର ନଳକୂପ ମାନଙ୍କୁ ବିଜୁଳି ଯୋଗାଇ କାର୍ଯ୍ୟକ୍ଷମ, ପ୍ରତ୍ୟେକ ପଂଚାୟତରେ ବର୍ଷମାପକ ଯନ୍ତ୍ର ପ୍ରତିଷ୍ଠା, ରବି ଫସଲ ପାଇଁ ଚାଷୀଙ୍କୁ ମାଗଣାରେ ବିହନ, ସାର ଯୋଗାଣ, କ୍ରମାଗତ ମରୁଡି, ବନ୍ୟା, ବାତ୍ୟା ପାଇଁ ଦୁର୍ଦ୍ଧଶା ଗସ୍ତ ଚାଷୀଙ୍କ ସମସ୍ତ କୃଷି ଋଣ ଛାଡ, ଜଳ ସେଚନ ପ୍ରକଳ୍ପ ଗୁଡିକ ନିର୍ଦ୍ଧିଷ୍ଟ ସମୟ ସୀମାରେ ସପୂର୍ଣ୍ଣ କରିବା, କେନାଲ ଗୁଡିକର ରକ୍ଷଣା ବେକ୍ଷଣା ଓ ମରାମତି ତଥା ପ୍ରସ୍ତାବିକ ବୃହତ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା, ପୂର୍ବ ପ୍ରତିଶୃତି ମୁତାବକ କୃଷି ପାଇଁ ଉଦ୍ଧଷ୍ଟ ବିଜୁଳି ଦର ୟୁନିଟ୍ ପିଛା ୪୦ ପଇସା କମ୍ ତୁରନ୍ତ କାର୍ଯ୍ୟକାରୀ କରିବା, ଫାଇଲିନ୍ ପ୍ରଭାବିତ ଚାଷୀଙ୍କୁ ପ୍ରତିଶୃତି ମୁତାବକ ଧାନ କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍ ପ୍ରାପ୍ୟ ବଚିଂତ ଚାଷୀଙ୍କୁ ତୁରନ୍ତ ପ୍ରଦାନ, ମାଗଣାରେ ଚାଷୀଙ୍କୁ ପଶୁ ଆହାର ଯୋଗାଣ ଇତ୍ୟାଦି ଦାବୀକୁ ନେଇ ରାଜ୍ୟପାଳଙ୍କ ସହିତ ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ । ବିଭିନ୍ନ ସମୟରେ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁନଥିବାରୁ ରାଜ୍ୟପାଳଙ୍କ ଠାରେ ସରକାର ବିରୁଦ୍ଧରେ ପ୍ରତିନିଧି ମଣ୍ଡଳୀ କ୍ଷୋଭ ପ୍ରକାଶ କରିଥିଲେ । ସାମ୍ପ୍ରତିକ ଭୟଙ୍କର ମରୁଡି ପରିସ୍ଥିତି ପାଇଁ ରାଜ୍ୟ ସରକାର ଆଦୋ÷ଁ ଗମ୍ଭୀର ନୁହନ୍ତି ବୋଲି କୃଷକ ମୋର୍ଚ୍ଚା ଅଭିଯୋଗ କରିଥିଲା ।
ଏହି ପ୍ରତିନିଧି ମଣ୍ଡଳୀରେ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯଦୁମଣୀ ପାଣିଗ୍ରହୀ ଓ ଶ୍ରୀ ହୃଷୀକେଶ ଜେନା, ମୋର୍ଚ୍ଚ ଉପ ସଭାପତି ସୁରଥ ବିଶ୍ୱାଳ, ସମୀର ପାତ୍ର, ସମ୍ପାଦକ ରବିନାରାୟଣ ମହାପାତ୍ର, ଅଜୟ ପ୍ରଧାନ, ପ୍ରଦୀପ କୁମାର ସାହୁ, କେଶରୀ ଦୁର୍ଗା, କୋଷାଧ୍ୟକ୍ଷ ଶଂକର୍ଷଣ ଜେନା, ପ୍ରଦୀପ ଜେନା, ସୂର୍ଯ୍ୟନାରାୟଣ ମହାପାତ୍ର, ପଦ୍ମଚରଣ ପଣ୍ଡା, କୈଳାସ ଚନ୍ଦ୍ର ରାୟ,ପ୍ରଦୀପ ମହାନ୍ତି, ପ୍ରଭାକର ସ୍ୱାଇଁ, ସଂଜୀବ ରଣା, ପ୍ରଦୀପ କୁମାର ମହାନ୍ତ, ଯାମିନୀ ରଂଜନ ଦାସ, ଅଧୀରାଜ ନାୟକ, କୃଷ୍ଣ ଚନ୍ଦ୍ର ବରାଡ ପ୍ରମୁଖ ସାମିଲ ହୋଇଥିଲେ ।

Share in top social networks!