ବିହାରକୁ ସ୍ୱତନ୍ତ୍ର ଅନୁଦାନ, ଓଡ଼ିଶା କ’ଣ ସାବତ ପୁଅ ?; କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବି•ରକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ପ୍ରସାଦ

prasadପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ୧ଲକ୍ଷ ୨୫ ହଜାର କୋଟିର ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ଘୋଷଣା କେବଳ ନିର୍ବାଚନୀ ଧୂଆଁବାଣ ବୋଲି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି । ପ୍ରଧାନ ମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଯେଉଁଭଳି ଭାବେ ନିଲାମ ଡାକରାରେ ବୋଲି ଛଡ଼ାଯାଏ ସେହିଭଳି ନିଜ ସୁଟ୍ ପକେଟରୁ ଟଙ୍କା କାଢ଼ି ଦେଲାପରି ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିବା ଜଣେ ଏକଛତ୍ରବାଦୀ ଶାସକର ମାନସିକତାକୁ ପ୍ରମାଣିତ କରୁଛି । ସଂସଦୀୟ ଗଣତନ୍ତ୍ରରେ ଏହି ନାଟକୀୟ ଢ଼ଙ୍ଗରେ ପ୍ରଧାନ ମନ୍ତ୍ରୀ ସ୍ୱତନ୍ତ ଅନୁଦାନ ଘୋଷଣା କରି କେବଳ ନିଜ ପଦମର୍ଯ୍ୟଦାର ଉଲ୍ଲଙ୍ଘନ କରିନାହାନ୍ତି ବରଂ ଲୋକଙ୍କର ଭାବବେଗ ପ୍ରତି ଉପହାସ କରିଛନ୍ତି । ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ଯେ ପ୍ରଧାନ ମନ୍ତ୍ରୀଙ୍କର ଏହି ଘୋଷଣା ନୂଆ ନୁହେ କିମ୍ବା ଏଥିରେ ନୂତନତ୍ୱ ନାହିଁ ।

ପ୍ରଧାନ ମନ୍ତ୍ରୀ ହେବାପରେ କଳାଟଙ୍କା ଫେରାଇ ଆଣିବା ଏବଂ ସ୍ୱଚ୍ଛ ଶାସନ ଦେବା ଘୋଷଣା ଏବେ ମଧ୍ୟ ଲୋକମାନଙ୍କ ମନରେ ସଂଦେହର ପ୍ରହେଳିକା ସୃଷ୍ଟି କରୁଛି । ବ୍ୟାପମ୍ ଦୁର୍ନୀତି ଠାରୁ ଲଳିତ ଗେଟ ଦୁର୍ନୀତି ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀଙ୍କ ନିରବତା ତାଙ୍କର ଶାସନର ସ୍ୱଚ୍ଛତାକୁ ପ୍ରମାଣିତ କରୁଛି । ଏବେ ବିହାର ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏହି ଘୋଷଣା ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ସୂଚେଇ ଦେଇଛନ୍ତି ଯେ ‘ପ୍ୟାକେଜ ନିଅ ଭୋଟ ଦିଅ’ । ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହିଭଳି ଆଚରଣ ଓ ଉଚ୍ଚାରଣ କେବଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁହିଁ ଆଶା କରାଯାଏ । ୨୦୧୩ ସେପ୍ଟେମ୍ବରରେ ରଘୁରାଜନ କମିଟି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଗଚଉ ଭବଗ୍ଦର ସଦ୍ଭୟରଙ୍ଘ ହିସାବରେ ଉଡ଼ିଶା ହେଉଛି ସବୁଠୁ ଅନଗ୍ରସର ରାଜ୍ୟ ।

ଏହି ରାଜ୍ୟର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଆବଶ୍ୟକତା ରହିଛି ବୋଲି ରଘୁରାଜନ କମିଟି ସୁପାରିଶ କରିଥିଲେ । ସେହି ସୁପାରିଶର ଆକଳନରେ ତତ୍କାଳୀନ ପ୍ରଧାମନ୍ତ୍ରୀ ମନମୋହନ ସିଂହ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରିଥିଲେ । କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ହେଲାପରେ କେବଳ ଯେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଅନୁଦାନକୁ ବନ୍ଦ କରି ଦେଇ ନାହାନ୍ତି ବିଭିନ୍ନ କେନ୍ଦ୍ରୀୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାକୁ ବନ୍ଦ କରିଦେଇଛନ୍ତି । ଏନଡିଏ ସରକାରରେ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲା ବେଳେ ରାଞ୍ଚôଠାରେ ଏକ ସଭାରେ ଘୋଷଣା କରିଥିଲେ ଓଡ଼ିଶାକୁ ୬ ମାସ ଭିତରେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ । କେବଳ ସେତିକି କରିନାହାନ୍ତି ପ୍ରତ୍ୟେକ ବିଧାନ ସଭା ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ନବୀନ ବାବୁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ପ୍ରସଙ୍ଗ ମଧ୍ୟ ସ୍ଥାନୀତ ହୋଇ ଆସୁଅଛି । ୟୁପିଏ ସରକାର ସମୟରେ କେନ୍ଦ୍ରୀୟ ଅବହେଳାର ପ୍ରସଙ୍ଗକୁ ନେଇ କଥା କଥାକେ ଗୋଡ଼ କଚାଡ଼ୁଥିବା ବିଜେଡ଼ି ସରକାର ଆଜି କାହିଁକି ନୀରବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ନବୀନ-ନରେନ୍ଦ୍ରର ବନ୍ଧୁତ୍ୱ ବର୍ତ୍ତମାନ ରାଜ୍ୟବାସୀଙ୍କୁ ଅଛପା ନାହିଁ ।

ଛୁପି ଛୁପି ଅନ୍ଧାର ରାତିରେ ସେମାନେ ପରସ୍ପରକୁ ଭେଟୁଛନ୍ତି । କେନ୍ଦ୍ରସରକାରଙ୍କର ରାଜ୍ୟ ପ୍ରତି ଅବି•ର ମନୋଭାବକୁ ବିରୋଧ ନକରି ନବୀନ ବାବୁ ଓ ବିଜେଡ଼ି ଦଳ ନିରବ କାହିଁକି? ଚିଟ୍ ଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତ ନବୀନ ବାବୁଙ୍କର ବ୍ୟକ୍ତିଗତ ସହାୟକ ସରୋଜ ସାହୁ ମାଧ୍ୟମରେ ନବୀନ ନିବାସ ପର୍ଯ୍ୟନ୍ତ ପହଞ୍ଚôଯାଇଥିବା ଯୋଗୁ ଏ ସରକାର ବିମାତାର ପଣତକାନି ତଳେ ଆଶ୍ରୟ ନେଇଛନ୍ତି । ଯଦି ନବୀନ ବାବୁଙ୍କର ସତ୍ସାହସ ଅଛି ତେବେ କେନ୍ଦ୍ରର ମୋଦି ସରକାର ବିରୁଦ୍ଧରେ ଯୁଦ୍ଧ ଡାକରା ଦିଅନ୍ତୁ । କେବଳ ବିଧାନ ସଭାରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଲୋକ ଦେଖାଣିଆ ଭାବେ ହୋ ହାଲା କରିବା କେବଳ ଧର୍ମକୁ ଆଖିଠାର । ବାସ୍ତବରେ ଏ ସରକାର ଲାଙ୍ଗୁଡ଼ ଜାକି ବସିଛନ୍ତି ।

ଏ ସରକାର ଚାହାଁନ୍ତି କେନ୍ଦ୍ରରେ ଆସୁଥିବା ସରକାର ଓଡ଼ିଶା ପ୍ରତି ଏହି ଅବି•ର କରନ୍ତୁ ଓ ଏହି ଅବି•ରକୁ ଆଳକରି ବିଜେଡ଼ି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥାଉ । ରାଜ୍ୟର ହିତ ଓ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନବୀନ-ନରେନ୍ଦ୍ରର ଯେଉଁ ସଲାକୁସ୍ତି କରୁଛନ୍ତି ତାହାକୁ କଂଗ୍ରେସ କେବେବି ବରଦାସ୍ତ କରିବ ନାହିଁ ଏବଂ ଓଡ଼ିଶା ପ୍ରତି ଏହି ବିଶ୍ୱାସଘାତକତା ପାଇଁ ରାଜ୍ୟବାସୀ କେବେବି କ୍ଷମା ଦେବେ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଓଡ଼ିଶାର ସ୍ୱାର୍ଥପାଇଁ ରାଜରାସ୍ତକୁ କଂଗ୍ରେସ ଓହ୍ଲାଇଛି ଓ ଏହି ପ୍ରସଙ୍ଗକୁ ନେଇ ମଧ୍ୟ କଂଗ୍ରେସ ଯୋରଦାର ଜନଆନେ୍ଦାଳନ ଗଢ଼ିତୋଳିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

Share in top social networks!