କମ୍‍ ଆଳୁ ଉତ୍ପାଦନ ହୋଇଥିବା ବେଳେ କୃଷିମନ୍ତ୍ରୀ ବଢ଼େଇଚଢ଼େଇ ତଥ୍ୟ ଦେଉଛନ୍ତି ବୋଲି ଦିଲିପ ରାୟଙ୍କ ଅଭିଯୋଗ

1004873_1597257533831887_3924487838721793922_nଓଡ଼ିଶାରେ ଆଳୁ ଉତ୍ପାଦନ ସଂକ୍ରାନ୍ତରେ ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି ବୋଲି ବିଜେପି ବିଧାୟକ ଦିଲିପ ରାୟ ଗୁରୁତର ଅଭିଯୋଗ କରିଛନ୍ତି । ରାଜ୍ୟରେ ବାର୍ଷିକ ଆଳୁ ଉତ୍ପାଦନ ୧ଲକ୍ଷ ଟନ୍‍ରୁ ଅଧିକ ହେଉନଥିବା ବେଳେ ରାଜ୍ୟ ସରକାର କପୋଳକଳ୍ପିତ ତଥ୍ୟ ଦେଇ ଗୃହକୁ ତଥା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି ।
ରାଜ୍ୟ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୧୦ ମସିହାରୁ ଏଯାବତ୍‍ କେଉଁ ବର୍ଷ କେତେ ପରିମାଣର ଆଳୁ ଓ ପିଆଜ ରାଜ୍ୟରେ ଉପôାଦିତ ହେଉଛି ଓ ଏହା କେତେ ପରିମାଣର ଜମିରେ ଚାଷ କରାଯାଉଛି ବୋଲି ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବରେ ବିଧାନସଭାରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ବିଧାନସଭାରେ ପୂର୍ବରୁ ଉପସ୍ଥାପିତ ଓଡ଼ିଶା ଆର୍ଥିକ ସର୍ଭେ ରିପୋର୍ଟର ବିବରଣୀ ଠାରୁ ଢେର୍‍ ଅଧିକ ।

କୃଷି ବିଭାଗ ଅଧିନସ୍ଥ ବିଭିନ୍ନ ନିଦେ୍ର୍ଧଶାଳୟରୁ ପ୍ରାପ୍ତ ହିସାବକୁ ଆଧାର କରି ୨୦୧୪-୧୫ ବର୍ଷର ଆର୍ଥିକ ସର୍ଭେ ରିପୋର୍ଟରେ ୨୦୧୦-୧୧ ବର୍ଷରେ ରାଜ୍ୟରେ ୭୬ହଜାର ମେଟି୍ରକ ଟନ୍‍, ୨୦୧୧-୧୨ବର୍ଷରେ ୬୩ ହଜାର ମେଟି୍ରକ୍‍ ଟନ୍‍, ୨୦୧୨-୧୩ ବର୍ଷରେ ୬୫ ହଜାର ମେଟି୍ରକ୍‍ ଟନ୍‍ ଓ ୨୦୧୩-୧୪ ବର୍ଷରେ ୭୧ ହଜାର ମେଟ୍ରିକ୍‍ ଟନ୍‍
ଆଳୁ ଉପôାଦିତ ହୋଇଥିବା ଉଲ୍ଲେଖ ରହିଛି । ଏହି ରିପୋର୍ଟ ପୂର୍ବରୁ ବିଧାନସଭାର ବଜେଟ୍‍ ଅଧିବେଶନ ସମୟରେ ଉପସ୍ଥାପିତ ହୋଇଛି ।

ଅନ୍ୟପକ୍ଷରେ କୃଷିମନ୍ତ୍ରୀ ଆଜି ବିଧାନସଭାରେ ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଉପଲବ୍ଧ ତଥ୍ୟ ଅନୁଯାୟୀ ୨୦୧୦-୧୧ ବର୍ଷରେ ୧,୯୧,୩୬୭ ମେଟି୍ରକ୍‍ ଟନ୍‍ ଆଳୁ ଉପôାଦିତ ହୋଇଥିବା ବେଳେ ୨୦୧୧-୧୨ ବର୍ଷରେ ୨,୦୧,୦୪୯ ମେଟି୍ରକ୍‍ ଟନ୍‍, ୨୦୧୨-୧୩ ବର୍ଷରେ ୨,୦୧, ୧୬୩ ମେଟି୍ରକ୍‍ ଟନ୍‍, ୨୦୧୩-୧୪ ବର୍ଷରେ ୨,୪୯,୭୫୯ ମେଟି୍ରକ୍‍ ଟନ୍‍ ଓ ୨୦୧୪-୧୫ ବର୍ଷରେ ୨,୬୮,୮୪୯ ମେଟ୍ରିକ୍‍ ଟନ୍‍ ଆଳୁ ଉପôାଦିତ ହୋଇଛି ।

ବିଧାନସଭାରେ ଉପସ୍ଥାପିତ ରାଜ୍ୟ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ୨୦୧୦-୧୧ ରିପୋର୍ଟରେ ଆଳୁ ଉପôାଦନ ସଂକ୍ରାନ୍ତରେ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି କୃଷିମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ତାହାର ୨/୩ ଗୁଣରୁ ଅଧିକ ବୋଲି ଶ୍ରୀ ରାୟ ଦର୍ଶାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ବର୍ଷଗୁଡ଼ିକରେ ଓଡ଼ିଶାରେ ପିଆଜ ଉପôାଦନ ସଂକ୍ରାନ୍ତରେ ଯେଉଁ ତଥ୍ୟ ରହିଛି ତାହା ବିଧାନସଭାରେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ସହ ମେଳ ଖାଉଥିବା ବେଳେ ଆଳୁ ଉପôାଦନ କ୍ଷେତ୍ରରେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ କିନ୍ତୁ ସମ୍ପୂର୍ଣ୍ଣ ଅମେଳ । ଓଡ଼ିଶାରେ ୨୦୧୦-୧୧ ବର୍ଷ ବେଳକୁ ୩,୮୫,୯୧୩ ମେଟ୍ରିକ୍‍ ଟନ୍‍ ପିଆଜ ଉପôାଦିତ ହେଉଥିବା ବେଳେ ୨୦୧୩-୧୪ ବର୍ଷରେ ଏହାର ପରିମାଣ ୪,୩୨,୦୫୨ ମେଟ୍ରିକ୍‍ ଟନ୍‍ ଥିଲା । ତେବେ ୨୦୧୪-୧୫ ବର୍ଷରେ ଏହା ୩,୯୫,୯୬୩ ମେଟ୍ରିକ୍‍ ଟନ୍‍କୁ କମି ଆସିଛି ।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତବର୍ଷ ପୂର୍ବବର୍ଷ ଅପେକ୍ଷା ଅଧିକ ଜମିରେ ଆଳୁ ଚାଷ ହୋଇଥିବା ବେଳେ ପିଆଜ ଚାଷ ହୋଇଥିବା ଜମି ପରିମାଣ କିନ୍ତୁ କମିଛି । ଆର୍ଥିକ ସର୍ଭେ ରିପୋର୍ଟ ଏକ ବିଶ୍ୱାସନୀୟ ସରକାରୀ ତଥ୍ୟ । କୃଷିମନ୍ତ୍ରୀ ଏହି ରିପୋର୍ଟରେ ଥିବା ବିଭାଗୀୟ ତଥ୍ୟକୁ ଉପସ୍ଥାପନ ନ କରି ଆଳୁ ଉପôାଦନ ସଂକ୍ରାନ୍ତରେ ବିଧାନସଭାରେ ବଢ଼େଇଚଢ଼େଇ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଶ୍ରୀ ରାୟ ଅଭିଯୋଗ କରିଛନ୍ତି । ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ଡା. ଦାମୋଦର ରାଉତ କହିଛନ୍ତି ଯେ ୨୦୧୦ ମସିହାରୁ ଏଯାବତ୍‍ ରାଜ୍ୟରେ
ଉପôାଦିତ ଆଳୁକୁ ସଂରକ୍ଷିତ ରଖିବା ପାଇଁ ସମବାୟ ବିଭାଗ ଅଧିନରେ ପୁରୀ ଜିଲ୍ଲାର ନିମାପଡ଼ା, ସାତଶଙ୍ଖ, କଟକର ଜଗତ୍‍ପୁର ଓ ଭୁବନେଶ୍ୱର ଠାରେ ୪ଟି ଶୀତଳ ଭଣ୍ଡାର ରହିଛି । ଏହି ଶୀତଳ ଭଣ୍ଡାରଗୁଡ଼ିକରେ ୨୦୧୪-୧୫ ବର୍ଷରେ ୧୩,୫୨୦ କ୍ୱିଣ୍ଟାଲ ଆଳୁ ସଂରକ୍ଷିତ କରି ରଖାଯାଇଥିବା ବେଳେ ଚଳିତ ବର୍ଷ ନିମାପଡ଼ା ସମବାୟ ଶୀତଳ ଭଣ୍ଡାରରେ ୧୬ହଜାର କ୍ୱିଣ୍ଟାଲ, ସାତଶଙ୍ଖ ଉତ୍ତରାୟଣୀ ଶୀତଳ ଭଣ୍ଡାରରେ ୯୦୫୯ କ୍ୱିଣ୍ଟାଲ, ଭୁବନେଶ୍ୱର ଶୀତଳ ଭଣ୍ଡାର ୬୬୪ କ୍ୱିଣ୍ଟାଲ ଓ ଜଗତ୍‍ପୁର ଶୀତଳ ଭଣ୍ଡାରରେ ୩୯୮୮ କ୍ୱିଣ୍ଟାଲ
ଆଳୁ ସଂରକ୍ଷିତ ରଖାଯାଇଥିଲା । ଅର୍ଥାତ୍‍ ୩ହଜାର ମେଟ୍ରିକ୍‍ ଟନ୍‍ରୁ କମ୍‍ ପରିମାଣର ଆଳୁ ରାଜ୍ୟର ଶୀତଳ ଭଣ୍ଡାରଗୁଡ଼ିକରେ ସଂରକ୍ଷିତ ହୋଇ ରହିଛି । ଓଡ଼ିଶା ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଯେତିକ ଆଳୁ ଉପôାଦିତ ହୋଇଥିବା କଥା ଦର୍ଶାଯାଇଛି ତାହାର ୨/୩ ଗୁଣରୁ ଅଧିକ ଆଳୁ ଫଳାଇଥିବା କଥା କୃଷିମନ୍ତ୍ରୀ ଉଲ୍ଲେଖ କରିଥିବା ବେଳେ ଏହି ବର୍ଦ୍ଧିତ ଆଳୁ ଚାଷ ଚାଷୀଙ୍କ ଜମିରେ ନୁହେଁ ବରଂ କାଗଜକଲମରେ ହୋଇଛି ବୋଲି ଶ୍ରୀ ରାୟ ଉଲ୍ଲେଖ କରିବା ସହିତ ବିଧାନସଭା ଭଳି ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ସଂକ୍ରାନ୍ତରେ ସରକାର ବଢ଼େଇଚଢ଼େଇ ଭୁଲ୍‍ ତଥ୍ୟ ଦେବା ଏକ ବିପଦଜ୍ଜନକ ପରମ୍ପରା ବୋଲି ଶ୍ରୀ ରାୟ କହିଛନ୍ତି ।

Share in top social networks!