ମିଲ୍କ୍ ମନ୍ତ୍ର ଦ୍ୱାରା ବିଶ୍ୱର ପ୍ରଥମ ହଳଦୀ ଯୁକ୍ତ ମିଲ୍କ୍ଶେକ୍ର ବଜାର ପ୍ରବେଷ

milkmantraaପ୍ରଥମ ଦିନରୁ ଦୁଗ୍ଧଶିଳ୍ପର ସମୁହ ବିକାଶ ଲାଗି ବିପ୍ଳବ ଶୃଷ୍ଟି କରିଥିବା ଦେଶର ଦୃତ ପ୍ରଗତିଶୀଳ ଦୁଗ୍ଧଜାତ ଦ୍ରବ୍ୟ ଉପôାଦନକାରୀ କମ୍ପାନି ମିଲ୍କ୍ ମନ୍ତ୍ର ଆଜି ଭୁବନେଶ୍ୱରଠାରେ ବିଶ୍ୱର
ପ୍ରଥମ ହଳଦୀ ଯୁକ୍ତ ମିଲ୍କ୍ଶେକ୍ – ‘ମୁଶେକ୍’ର ବଜାର ପ୍ରବେଶ କରାଇ ଏ କ୍ଷେତ୍ରରେ ପୁଣିଥରେ ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି । ଏହି ଏକ୍ସାଇଟିଂ ମିଲ୍କ୍ଶେକ୍ରେ ରହିଛି ହଳଦୀରେ ଥିବା ହିତକର ଓ ବିଶୁଦ୍ଧ କର୍କୁ୍ୟମିନ୍ । ହଳଦୀର ହିତକର ଗୁଣ ସହିତ, କ୍ଷୀର ଏବେ ଆହୁରୀ ସୁପର୍!!!

କର୍କୁ୍ୟମିନ୍ରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏବଂ ଆଣି୍ଟଅକ୍ସିଡାଣ୍ଟ ଗୁଣ ହେତୁ ମୁଶେକ୍ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୁର କରିବା ସହିତ ଏହାର ନିଆରା ସ୍ୱାଦ ଲାଗି ବଜାରରେ ମାତ୍ରାଧିକ ଚିନି ଯୁକ୍ତ ଫ୍ଲେଭର୍ଡ ମିଲ୍କ୍ମାନଙ୍କ ଠାରୁ ନିଜକୁ ଭିନ୍ନ କରିପାରିଛି । ମୁଶେକ୍ରେ କୌଣସି ପ୍ରକାର ସିନ୍ଥେଟିକ୍ କଲର୍ ବା ପ୍ରିଜର୍ଭେଟିଭ୍ ନାହିଁ । ଏହା ୧୬୦ ଏମ୍ଏଲ୍ ବିଶିଷ୍ଟ ଉପଯୁକ୍ତ ସାଇଜ୍ ପ୍ୟାକ୍ରେ ବଜାରରେ ଉପଲବ୍ଧ ଯାହା ପିଲାମାନଙ୍କଠାରୁ ଆରମ୍ଭ କରି ବଡ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଉପଯୁକ୍ତ ହୋଇପାରିଛି ।

ବହୁ ବର୍ଷ କଠିନ ପରିଶ୍ରମ ଓ ରିଶର୍ଚ କରାଯିବା ପରେ ଦୁଗ୍ଧରେ କର୍କୁ୍ୟମିନ୍ର ସ୍ଥାୟିତ୍ୱ ବଜାୟରଖିବା ନିମନ୍ତେ ଏକ ନୂତନ ବୈଷୟିକ ଜ୍ଞାନକୌଶଳ ଉଦ୍ଭାବନ କରାଯାଇଥିଲା । ଏହି ଜ୍ଞାନକୌଶଳକୁ ଖୁବ୍ ଶିଘ୍ର ପେଟେଣ୍ଟ କରାଯିବ । ରିଶର୍ଚ ଏପରି କରାଯାଇଥିଲା କି ଯେପରି ଦୁଗ୍ଧରେ ହଳଦୀର କଡା ବାସ୍ନା କିମ୍ବା ସ୍ୱାଦ ଜାଣି ହେବ ନାହିଁ । ବିଶ୍ୱର କୋଣ ଅନୁକେଣରୁ ବଛା ହୋଇ ଆସୁଥିବା ସବୁଠାରୁ ଭଲ ଇନ୍ଗ୍ରିଡିଏଣ୍ଟ ରେ ପ୍ରସ୍ତୁତ ହୋଇଥିବା ‘ଓ ସୋ ଚକ୍ଲେଟି, ସ୍ଲର୍ପି ମ୍ୟାଙ୍ଗୋ, ନଟି ବାଦାମ୍ ଓ ପିଚି ଷ୍ଟ୍ରବେରୀ’ ପରି ୪ଟି ଏକ୍ସାଇଟିଂ ସ୍ୱାଦରେ ମୁଶେକ୍ ଉପଲବ୍ଧ ।

ମୁଶେକ୍ ହେଉଛି ପୁରାତନ ଆୟୁର୍ବେଦିକ ଜ୍ଞାନ, ଆଧୁନିକ ଦ୍ରବ୍ୟ ଉପôାଦନକାରୀ ବିଜ୍ଞାନ ଏବଂ ପ୍ରୋସେସିଂ ଟେକ୍ନୋଲୋଜିର ଏକ ମିଶ୍ରଣ । ପ୍ରତି ମୁଶେକ୍ ପ୍ୟାକେଟ୍ରେ ୦.୦୫% କର୍କୁ୍ୟମିନ୍ ରହିଛି ବୋଲି ମିଲ୍କ୍ ମନ୍ତ୍ରର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ମିଶ୍ର କହିଥିଲେ । କିଛି ଦିନ ପୂର୍ବରୁ ବ୍ୟାଙ୍ଗଲୋର୍ ଓ ଏବେ ଭୁବନେଶ୍ୱରରେ ବଜାର ପ୍ରବେଶ ପରେ ଆଗକୁ ବମ୍ବେ, ଦିଲ୍ଲୀ, ଚେନ୍ନେଇ, କୋଲକାତା ଓ ହାଇଦ୍ରାବାଦ୍ପ ରି ସହରରେ ମୁଶେକ୍ର ବଜାର ପ୍ରବେଶ କରାଯିବାର ଯୋଜନା ରହିଛି ।

ମୁଶେକ୍ ବ୍ୟତୀତ ମିଲ୍କ୍ ମନ୍ତ୍ର ନିଜର ଫ୍ଲାଗ୍ସିପ୍ ବ୍ରାଣ୍ଡ ମିଲ୍କୀ ମୁ ଖାଣ୍ଟି କ୍ଷୀର, ପନୀର୍, ଭାରତର ପ୍ରଥମ ପ୍ରୋ- ବାୟୋଟିକ୍ ଦହି, ଲସି, ଘୋଳଦହି ଓ ମିଠି ମିଷ୍ଟି ଦହି ପରି ଦୁଗ୍ଧଜାତ ଦ୍ରବ୍ୟ ଉପôାଦନ କରୁଛି । ନିଜର ସ୍ୱତନ୍ତ୍ର ଏଥିକାଲ୍ ମିଲ୍କ ସୋର୍ସିଂ ଯୋଜନା ଅନ୍ତର୍ଭେୁକ୍ତ ୩୫,୦୦୦ରୁ ଅଧିକ ଦୁଗ୍ଧ ଚାଷୀ ସମ୍ବଳିତ ମିଲ୍କ୍ ମନ୍ତ୍ର ପୁରୀ ତଥା ସମ୍ବଲପୁର ଜିଲ୍ଲା ସ୍ଥିତ ଦୁଇଟି ଅତ୍ୟାଧୁନିକ ପ୍ରକ୍ରିୟାକରଣ ପ୍ଲାଣ୍ଟରୁ ଦୈନିକ ପାଖାପାଖି ୮୦,୦୦୦ ଲିଟର୍ ଦୁଗ୍ଧ ଉପôାଦନ କରୁଛି ।

Share in top social networks!