ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଆୟୁଷ ମିଶନ ଶୁଭାରମ୍ଭ; ୫୦ ଶଯ୍ୟା ବିଶିଷ୍ଟ ସମ୍ମନ୍ୱିତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ହେବ

ayushmissionରାଜ୍ୟରେ ଆୟୁଷ ମିଶନର ଶୁଭାରମ୍ଭ ହୋଇଛି । ଆୟୋଜିତ ଉଦ୍ଘାଟନୀ ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଆୟୁଷ ଚିକିତ୍ସା ପଦ୍ଧତି ମାଧ୍ୟମରେ ସ୍ୱଳ୍ପ ବ୍ୟୟରେ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଭିତିଭୂମି ବିକାଶ , ଶିକ୍ଷାର ମାନ ବୃଦ୍ଧି , ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଗୁଣବତା ନିୟନ୍ତ୍ରଣ ଏବଂ ଔଷଧୀୟ ବୃକ୍ଷର ଯତ୍ନ ତଥା ବିକାଶ ଆଦି ଏହି ମିଶନ ମାଧ୍ୟମରେ କରାଯିବ । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ୫୦ ଶଯ୍ୟା ବିଶିଷ୍ଟ ସମ୍ମନ୍ୱିତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସମ୍ବଲପୁର , ରାଉରକେଲା , ବ୍ରହ୍ମପୁର , ପୁରୀ ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଯୋଗ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକରିବ । ରାଜ୍ୟରେ ଔଷଧୀୟ ଉଦ୍ୟାନ ସୃଷ୍ଟିକୁ ବ୍ୟାପକ କରାଯିବ ।

ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଲେଖା ଗାଁ କୁ ଆ୍ୟୁଷ ଗ୍ରାମ ଭାବେ ଗ୍ରହଣ କରାଯାଇଛି । ସମଗ୍ର ରାଜ୍ୟରେ ଆୟୁଷ ଚିକିତ୍ସା ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲିନ୍ନ୍୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ଆୟୁଷ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ ଏହି ଚିକିତ୍ସା ପଦ୍ଧତିକୁ ନିଷ୍ଠା ଓ ଆନ୍ତରିକତାର ସହ ଲୋକମାନଙ୍କ ନିକଟରେ ପହଂଚାଇବା ଦିଗରେ ମିଶନ କାର୍ଯ୍ୟକରିବ ବୋଲି କହିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆୟୁଷ ଚିକିତ୍ସାକୁ ପ୍ରୋତ୍ସାହିତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଏହି ଅବସରରେ ଆୟୁଷ ମିଶନ ପ୍ରଣୟନ ସମ୍ବନ୍ଧୀୟ ଏକ ପୁସ୍ତକ ଏବଂ ଆୟୁଷ ନିଦେ୍ର୍ଧଶାଳୟ ପକ୍ଷରୁ ପୁରାତନ ତାଳପତ୍ର ପୋଥିରୁ ସଂଗୃହୀତ ହୋଇ ପ୍ରସ୍ତୁତ “ପର୍ଯ୍ୟାୟ ମୁକ୍ତାବଳୀ” ପୁସ୍ତକକୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ ଉନ୍ମୋଚନ କରିଥିଲେ । ଜାତୀୟ ଆୟୁଷ ମିଶନ ନିଦେ୍ର୍ଧଶକ ବାସୁଦେବ ବାହିନିପତି ସ୍ୱାଗତ ଭାଷଣ ପ୍ରଦାନ କରି ମିଶନ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଉଦ୍ଘାଟନୀ ସମାରୋହ ପରେ ଆୟୁଷ ମିଶନର କାର୍ଯ୍ୟଧାରା , ପରିସର ଓ ବିଭିନ୍ନ ଉପାଦାନ ସଂପର୍କରେ ପୁଂଖାନୁପୁଂଖ ଆଲୋଚନା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଜିଲ୍ଲାର ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସା ଅଧିକାରୀ , ଆୟୁର୍ବେଦ ଓ ହୋମିଓପାଥି କଲେଜର ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Share in top social networks!