ଇତିହାସ ସଂକଳନ ସମିତି,ଓଡିଶାର ନୂତନ ରାଜ୍ୟ କାର୍ଯ୍ୟକାରିଣୀ

ଭାରତୀୟ ଇତିହାସ ସଂକଳନ ସମିତି,ଓଡିଶାର ରାଜ୍ୟସ୍ତରୀୟ ସାଧାରଣ ସଭା ସ୍ଥାନୀୟ ୟୁନିଟ-୩ ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ର, ବିଦ୍ୱତ ପରିଷଦ ପ୍ରମୁଖ ଡ.ଦଧିବାମନ ମିଶ୍ର ଓ କ୍ଷେତ୍ରୀୟ ସଂଗଠନ ସଚିବ କମଳେଶ ଦାଶ ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ସମିତିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ରାମଚନ୍ଦ୍ର ମିଶ୍ର ସଭାପତି, ଡା.ଭାଗବତ ତ୍ରୀପାଠୀ ଉପସଭାପତି, ଡା. ନୀଳକଣ୍ଠ ସାହୁ ଉପସଭାପତି, ଡା. ଭାରତୀ ପାଲ ମହିଳା ପ୍ରକୋଷ୍ଠ ପ୍ରମୁଖ, ଗୋପାଳ ଚନ୍ଦ୍ର ମହାପାତ୍ର ସଚିବ, ସୁକାନ୍ତ କୁମାର ସାହୁ କୋଷାଧ୍ୟକ୍ଷ,ବିଜୟ କୁମାର ପଣ୍ଡା କାର୍ଯ୍ୟାଳୟ ସଂପାଦକ, ଇଂ.ହିମାଶୁଂ ବଳ, କାର୍ତିକ ଚନ୍ଦ୍ର ରାଉତ, ଅର୍ଜ୍ଜୁନ ମହାପାତ୍ର, ଉମାକାନ୍ତ ମହାରଣା ସଦସ୍ୟ ରୂପେ ମନୋନୀତ ହୋଇଥିବା ବେଳେ ପ୍ରଫେସର ଗୋପାଳ କୃଷ୍ଣ ଦାଶ ମାର୍ଗ ଦର୍ଶକ ପ୍ରମୁଖ, ଡ.ଦଧିବାମନ ମିଶ୍ର ବିଦ୍ୱତ୍ ପରିଷଦ ପ୍ରମୁଖ, ଅରୁଣ କୁମାର ଉପାଧ୍ୟାୟ ପୁରାଣାନ୍ତର୍ଗତ ଇତିହାସ ପ୍ରମୁଖ,ଶଙ୍କର ଅଗ୍ରୱାଲ ସଂରକ୍ଷକ ପ୍ରମୁଖ, ବିକ୍ରମ କେଶରୀ ମହାପାତ୍ର ଜନଜାତି ପ୍ରମୁଖ ରୂପେ ସର୍ବ ସମ୍ମତୀକ୍ରମେ ମନୋନୀତ ହୋଇଛନ୍ତି ।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାନ୍ତ ସଚିବ ଗୋପାଳ ଚନ୍ଦ୍ର ମହାପାତ୍ର ଅତିଥିମାନଙ୍କର ସମ୍ୟକ ପରିଚୟ ପ୍ରଦାନ କରିଥିଲେ । ସେ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ମଧ୍ୟ ପ୍ରଦାନ କରିଥିଲେ । ଡଃ.ଦଧିବାମନ ମିଶ୍ର ଇତିହାସ ସଂକଳନ ସମିତିର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସମ୍ବନ୍ଧରେ ତାଙ୍କର ବକ୍ତବ୍ୟ ରଖିଥିଲେ । ମାର୍ଗ ଦର୍ଶକ ପ୍ରମୁଖ ପ୍ରଫେସର ଗୋପାଳ କୃଷ୍ଣ ଦାଶ ସ୍ୱଧ୍ୟାୟ ସମ୍ବନ୍ଧରେ ତାଙ୍କର ଅଭିଭାଷଣ ରଖିଥିଲେ । କମଳେଶ ଦାଶ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଇତିହାସ ପାଠ୍ୟକ୍ରମରେ ରହିଥିବା ତ୍ରୁଟି ବିଚୁ୍ୟତିକୁ ସଂଶୋଧନ କରି, ନୂତନ ଖସଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ସମିତିର ସଦସ୍ୟତା ଅଭିଯାନ,ଇତିହାସ ଦର୍ପଣ ପତ୍ରିକାର ଗ୍ରାହକ ସଂଖ୍ୟା ବୃ୍ଦ୍ଧି, ଆଗାମୀ ବର୍ଷ ପାଇଁ ଯୋଜନା ସମ୍ବନ୍ଧରେ ଆଲୋଚନା କରାଯାଇ ପ୍ରସ୍ତାବମାନ ଗୃହୀତ କରାଗଲା । ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନା ନିଦେ୍ର୍ଧଶାନୁଯାୟୀ ୪ଟି ପ୍ରକଳ୍ପ ଯଥା-ଇତିହାସ ଲିଖନ,ପୁରାଣ ଅନ୍ତର୍ଗତ ଇତିହାସ, ଜନଜାତି ଓ ଓଡିଶାର ପ୍ରତି ଜିଲ୍ଲାମାନଙ୍କର ଇତିହାସ ଲିଖନ ନିମନ୍ତେ ବିଭିନ୍ନ ସଦସ୍ୟା/ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଅପରାହ୍ନ ଅଧିବେଶନରେ ଇତିହାସ ଲିଖନର ଡ.ଭାରତୀ ପାଲ, ଜନଜାତି ଇତିହାସର ଡ. ଅହଲ୍ୟା ଗଡତିଆ, ପୁରାଣ ଅନ୍ତର୍ଗତ ଇତିହାସର ଡ. ମମତା ଦାଶ ଓ ଜିଲ୍ଲା ଇତିହାସର ଗଣେଷ ପରିଡା ଏବଂ ସେମାନଙ୍କ ଦଳ ଦ୍ୱାରା ଯୋଜନା ରୂପରେଖର ଉପସ୍ଥାପନ କରାଯାଇଥିଲା । ଶେଷରେ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!