ଗଜଭିୟେ ଜମି ଦୁର୍ନିତି ହଡପ ପଛରେ ପ୍ରତ୍ୟକ୍ଷ ସରକାରୀ ହାତ; ଚାଂଚଲ୍ୟକାରୀ ତଥ୍ୟ ସହ ଫେରିଲା ବିଜେପି ଶୀର୍ଷ ପ୍ରତିନିଧି ଦଳ

11224854_1631686757048335_5363441493212516277_n ଆଜି ବିଜେପିର ଏକ ଶୀର୍ଷ ପ୍ରତିନିଧି ଦଳ ବହୁ ଚର୍ଚ୍ଚିତ ଗଜଭିୟେ ଜମି ହଡପ ଦୁର୍ନିତୀର ପ୍ରାଥମିକ ତଦନ୍ତ ସାରି ଅନେକ ଚାଂଚଲ୍ୟକର ତଥ୍ୟ ନେଇ ଫେରିଛି । ଗତ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ଏହି ଦୁର୍ନିତିଗ୍ରସ୍ତ ସରକାରି ଅଫିସର୍ ନିଜ ପତ୍ନୀଙ୍କ ନାମରେ ବିସ୍ତୃତ୍ୱ ଜମିକୁ ଜମି ମାଫିଆ ଏବଂ କିଛି ଅସାମାଜିକ ଲୋକଙ୍କ ମଧ୍ୟସ୍ଥତାରେ ନିରିହ ଗ୍ରାମବାସୀଙ୍କୁ ଭୟଭୀତ କରାଇ କିଣିବା ପରେ ତଥ୍ ସଂଲଗ୍ନ ସହ ସହ ଏକର ସରକାରୀ ଅନାବାଦି, ଗୋଚର, ଜଳାଶୟ ଜମି ସହିତ ବହୁ ପରିପାଣର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିକୁ ବେଆଇନ୍ ଭାବେ ଦଖଲ କରି ସେଠାରେ ବିସ୍ତୃତ ପୋଖରୀ ଖୋଲିଛନ୍ତି । ଏହା କଦାପି ରାଜସ୍ୱ କର୍ମଚାରୀ, ଅଧୀକାରି, ତଥା ଖୋଦ୍ ପୁରୀ ଜିଲ୍ଲ୍ାପାଳଙ୍କ ଅଗୋଚରରେ ଘଟିବା ସମ୍ଭବ ନୁହେଁ । ଏହାଠାରୁ ଆହୁରି ଚାଂଚଲ୍ୟକର କଥା ଯେ, ଗଜଭିୟେର ଏହି ମାଛ ଚାଷକୁ ପ୍ରତ୍ୟକ୍ଷରେ ସାହାଯ୍ୟ କରିବାକୁ ଯାଇ ସରକାର ଗଜଭିୟେଙ୍କ ପୋଖରି କଡରେ ସରକାରୀ ଖର୍ଚ୍ଚରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ୫କୋଟି ବ୍ୟୟରେ ସଡକ ନିର୍ମାଣ କରିଛନ୍ତି । ଏହା କିଭଳି ଭାବେ ସମ୍ଭବ ହୋଇପାରିଛି ଆଜି ରାଜ୍ୟବାସୀ ତାହାର ଉତ୍ତର ଚାଁହୁଛନ୍ତି । ଦ୍ୱିତୀୟରେ ଗଜଭିୟେ ଏହି ବିଶାଳ ପୋଖରୀ ବନ୍ଧ ଯୋଗୁଁ ପାଖାପାଖି ଓ ଉପରମୁଣ୍ଡରେ ଥିବା ହଜାର ହଜାର ଏକର ଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଯାହା ଫଳରେ ସେହି ଅଂଚଳର ଫସଲହାନୀ ଘଟୁଛି । ଏହି ବିଷୟରେ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନର ଦୃଷ୍ଠି ଗୋଚର କରି ଆସୁଥିଲେ ମଧ୍ୟ ଉପରିସ୍ଥ ଚାପ ଯୋଗୁଁ ସେମାନଙ୍କ ଅଭିଯୋଗ ଶୁଣାଯାଉନାହିଁ ।
ଏହି ପରିସ୍ଥିତିରେ କେତେକ ସ୍ୱାଭାବିକ ପ୍ରଶ୍ନ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର ଉଲ୍ଲେଖ କରି କହିଥିଲେ ଯେ ଗଜଭିୟେ କେଉଁ ସୁତ୍ରରୁ ମାତ୍ର ୧୨ ବର୍ଷ ଚାକିରୀ କାଳରେ ଏତେ ପରିମାଣ ସଂପତ୍ତିର ମାଲିକ ହୋଇପାରିଲେ ? ଗଜଭିୟେର ପୋଖରୀପ୍ରକଳ୍ପକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ର୍ରୀ ଗ୍ରାମ୍ୟ ସଡକ ଯୋଜନା କେଉଁ ନିୟମ ଆଧାରରେ ନିର୍ମାଣ କରାଯାଇଅଛି ? ସ୍ଥାନୀୟବାସୀଙ୍କ ଉପୁଡି ଥିବା ଚାଷ ପାଇଁ କିଏ ଦାୟୀ ରହିବ ?
ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ସେଠାକୁ ଯାଇଥିବା ପ୍ରତିନିଧି ମଣ୍ଡଳରେ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ ଉପ ସଭାପତି ପ୍ରତାପ ଷଢଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦିକା ପ୍ରଭାତି ପରିଡା, ଯତୀନ୍ ମହାନ୍ତି, ଦିଲ୍ଲିପ୍ ମଲ୍ଲ୍ିକ୍୍ ସୀମନ୍ତିନି ଜେନା, ବସନ୍ତ ନାୟକ, ଜୟନ୍ତୀ ପଢୀଆରୀ, କାଳନ୍ଦୀ ସାମଲ୍, ଅମୀୟ ଦାଶ, ଜଗନ୍ନାଥ ଫ୍ରଧାନ, ଦିଲ୍ଲିପ୍ ମହାନ୍ତି, କୃଷ୍ନ ଜଗଦେ୍ଧବ, ପ୍ରଭଞ୍ଜନ ମହାପାତ୍ର, ସୁରଥ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।

Share in top social networks!