ପ୍ରକାଶ ମିଶ୍ର ମାମଲାରେ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଥାପଡ଼; ଖୋଲିଗଲା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା

bjpmlasପୂର୍ବତନ ଓଡ଼ିଶା ପୁଲିସ୍ ଡିଜି ତଥା ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ରାଜ୍ୟ ସରକାର ଯେଉଁ ହୀନ ଚକ୍ରାନ୍ତ କରିଥିଲେ ତାହା ଧରାପଡ଼ିଯାଇଛି । ନିଜର ବ୍ୟକ୍ତିଗତ ଅହଙ୍କାର ଓ ସ୍ୱାର୍ଥ ସାଧନ ପାଇଁ ପ୍ରକାଶଙ୍କ ଭଳି ସଚ୍ଚୋଟ ଅଫିସରଙ୍କୁ ବଦନାମ କରିବା ପାଇଁ ମୁଖ୍ୟମନ୍ତ୍ରୀ କେତେ ତଳସ୍ତରକୁ ଖସିପାରନ୍ତି ଏହା ତାହାର ଏକ ବଡ଼ ଉଦାହରଣ । ନବୀନଙ୍କ ଏହି ଚକ୍ରାନ୍ତ ଯୋଗୁଁ ଜଣେ ଓଡ଼ିଆ ଅଫିସର ସିବିଆଇ ନିଦେ୍ର୍ଧଶକ ଭଳି ସମ୍ମାନଜନକ ପଦବୀରେ ନିଯୁକ୍ତି ପାଇବାରୁ ବଂଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଆ ଜାତିର ଟେକ ରଖିବା ବଦଳରେ ସେ ଯେଉଁ କୁତ୍ସିତ କାର୍ଯ୍ୟ କରିଛନ୍ତି ତାଙ୍କୁ ଏ ଜାତି କେବେ କ୍ଷମା ଦେବନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଗତ ବର୍ଷେ ହେଲା ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ପୂରା ପ୍ରଶାସନିକ କଳ ପ୍ରକାଶ ମିଶ୍ରଙ୍କ ପଛରେ ପଡ଼ିଯାଇଥିଲେ । ପ୍ରକାଶ ମିଶ୍ର ସିବିଆଇ ନିଦେ୍ର୍ଧଶକ ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ନବୀନ ସରକାରଙ୍କ ପିଳେହି ପାଣି ହୋଇଯାଇଥିଲା । କାଳେ ଖଣି ଓ ଚିଟଫଣ୍ଡ ମାମଲାରେ ଧରା ପଡ଼ିଯିବେ ସେଥିପାଇଁ ପ୍ରକାଶଙ୍କ ସିବିଆଇ ନିଦେ୍ର୍ଧଶକ ହେବା ବାଟ ବନ୍ଦ କରାଯାଇଥିଲା । ମିଛ ମକଦ୍ଧମା କରି କିଭଳି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ହୀନ ଷଡ଼ଯନ୍ତ୍ର କରାଯାଇଥିଲା । ହେଲେ ସରକାରଙ୍କ ଏହି ଷଡ଼ଯନ୍ତ୍ର ବେଶୀଦିନ ଲୁଚି ରହିଲାନି । ଖୋଦ୍ ହାଇକୋର୍ଟ ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ସରକାରଙ୍କ ଅସଲ ଗୁମରର ପର୍ଦ୍ଧାଫାଶ କରିଥିଲେ । ହାଇକୋର୍ଟ ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ ତାହା ଅତୀତରେ କେବେ ଦେଖିବାକୁ ମିଳିନଥିଲା । ଏମିତିକି ପଲଟିକାଲ ବସ୍କୁ ଖୁସି କରିବା ପାଇଁ ଭିଜିଲାନ୍ସ ମୁଖ୍ୟ ଏଭଳି ମିଛ ମକଦ୍ଧମା ରୁଜୁ କରିଥିଲେ ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଥିଷଲ । ତେବେ ଏତିକିରେ ସରକାର ଚେତିନଥିଲେ । ଲଜ୍ଜାହୀନ ସରକାର ଶେଷରେ ହାଇକୋର୍ଟଙ୍କ ରାୟକୁ ଚାଲେଂଜ କରି ସୁପ୍ରିମ୍କୋର୍ଟ ମଧ୍ୟ ଯାଇଥିଲେ । ହେଲେ ଶେଷରେ ସତ୍ୟର ହିଁ ବିଜୟୀ ହୋଇଥିଲା । ଆଉ ନବୀନ ବାବୁଙ୍କ କଳା କାରନାମା ଏବେ ସାଧାରଣରେ ଜଳଜଳ କରି ପଦାକୁ ଆସିଛି । ଏଭଳି ଅଲାଜୁକ, ଅପାରଗ, କୁଚକ୍ରୀ, ଷଡ଼ଯନ୍ତ୍ରକାରୀ ସରକାର ଗୋଟିଏ ଦିନ ବି କ୍ଷମତାରେ ରହିବା ଉଚିତ୍ ନୁହେଁ ବୋଲି ବିଜେପି କଡ଼ା ସମାଲୋଚନା କରିଛି ।

Share in top social networks!