ସଂସଦର ଚଳିତବର୍ଷ ବର୍ଷାକାଳୀନ ଅଧିବେଶନ ଆମ ସମସ୍ତଙ୍କ ପାଇଁ ଏକ ନୂତନ ତଥା ନୈରାଶ୍ୟଜନକ ଅନୁଭୁତି: Jual Oram

jualoramସଂସଦର ଚଳିତବର୍ଷ ବର୍ଷାକାଳୀନ ଅଧିବେଶନ ଆମ ସମସ୍ତଙ୍କ ପାଇଁ ଏକ ନୂତନ ତଥା ନୈରାଶ୍ୟଜନକ ଅନୁଭୁତି । ଦେଶର କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଅତି ଦୁର୍ଭାଗ୍ୟର କଥା ଯେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭା ଜୁଲାଇ ୨୧ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ତିନି ସପ୍ତାହରୁ ଅଧିକ ଚାଲିଥିବା ଅଧିବେଶନ କାଳରେ ଜି.ଏସ.ଟି ସାମ୍ବିଧାନିକ ସଂଶୋଧନ ବିଲ୍ ଆଗତ ହୋଇପାରିଲା ନାହିଁ । ଏଠାରେ ସ୍ମରଣ କରାଯାଇପାରେ ଯେ, ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର କ୍ଷମତାସୀନ ଥିଲା ୨୦୦୬ ମସିହାରୁ ରାଷ୍ଟ୍ର ହିତ ପାଇଁ ଏହିଭଳି ଏକ କାନୁନ୍ ପ୍ରଣୟନ କରିବା ପାଇଁ ମୁଖ୍ୟତଃ ସବୁ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ମିଳିଥିଲା । ୨୦୧୧ ମସିହାରେ ଏହି ବିଲ୍ ପ୍ରସ୍ତୁତ ହୋଇଥିଲା । ଜି.ଏସ୍.ଟି ସମ୍ବନ୍ଧୀୟ ସଂଶୋଧନ ବିଲ୍ ଆଗତ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କର ଦୁଇ ତୃତୀୟାଂଶ ସମର୍ଥନର ଆବଶ୍ୟକତା ଥିଲା । ଇତିମଧ୍ୟରେ ଆବଶ୍ୟକୀୟ ସମର୍ଥନ ମିଳିଲା ପରେ ଜି.ଏସ.ଟି ସମ୍ବନ୍ଧୀୟ ସାମ୍ବିଧାନିକ ସଂଶୋଧନ ବିଲ୍କୁ ରାଜ୍ୟ ସଭାରେ ଆଲୋଚନା କରିବା ପାଇଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସଭା ପରିଚାଳନାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୌଣସି କାରଣ ନଥାଇ ବିଭ୍ରାଟ ସୃଷ୍ଟି କଲେ । ମାନ୍ୟବର ଉପରାଷ୍ଟପତିଙ୍କ ବ୍ୟକ୍ତିଗତ ପ୍ରଚେଷ୍ଠା ସତ୍ୱେ ରାଜ୍ୟସଭାରେ କୌଣସି ବିଧିବଦ୍ଧ କାର୍ଯ୍ୟକୁ ଆଗକୁ ଯିବାକୁ ଦେଲେ ନାହିଁ । ୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱରେ ଏକ ଅର୍ଥନୈତିକ ବିପ୍ଳବ ପାଇଁ ସମଗ୍ର ଦେଶରେ ଏକ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଉକ୍ତ ଜି.ଏସ.ଟି ସମ୍ବନ୍ଧୀୟ ସାମ୍ବଧାନିକ ସଂଶୋଧନ ବିଲ୍ କାନୁନ୍ରେ ପରିଣତ ହେଲେ ଆମ ଦେଶର ଜିଡ଼ି୍ପି ରେ ୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହେବାର ଆଶା ରହିଛି । ଏହି ବିଲ୍ ଯଦିଓ ୟୁପିଏ ସରକାର ଅମଳରୁ ଆରମ୍ଭ ହୋଇଥିଲା ତଥାପି କଂଗ୍ରେସ ଦଳ ରାଷ୍ଟ୍ରସ୍ୱାର୍ଥ ବିରୁଦ୍ଧରେ କାମ କରୁଛନ୍ତି ଏବଂ ରାଷ୍ଟ୍ରହିତରେ ଯେଉଁ କାନୁନ ପ୍ରଣୟନ ହେବା କଥା ସେଥିରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ।
ଅତି ପରିତାପର ବିଷୟ ଯେ, କୌଣସି ତଥ୍ୟ ନଥାଇ ଲୋକସଭା ଏବଂ ରାଜ୍ୟସଭା ଗୃହ ବାହାରେ କଂଗ୍ରେସ ତରଫରୁ ଦୁଇଜଣ ମୁଖ୍ୟମନ୍ତ୍ରୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବା ପାଇଁ ଦାବି କରୁଛନ୍ତି । କିନ୍ତୁ ସେ ଦାବି ସପକ୍ଷରେ ନା ଲୋକସଭାରେ ନା ରାଜ୍ୟ ସଭାରେ କୌଣସି ଗୃହରେ ଆଲୋଚନା କରିବା ପାଇଁ କଂଗ୍ରେସ ଦଳ ପ୍ରସ୍ତୁତ ନୁହେଁ । ଆମ ଗଣତନ୍ତ୍ରରେ ସଂସଦର ଦୁଇଟି ସଭାଗୃହ ସବୁଠାରୁ ଉକ୍ରୃଷ୍ଟ ସ୍ଥଳ ଯେଉଁଠାରେ ସରକାରଙ୍କ ପକ୍ଷରୁ ଏବଂ ବିପକ୍ଷ ଦଳ ତରଫରୁ କୌଣସି ଏକ ରାଷ୍ଟ୍ରୀୟ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥାଏ । ଦୁର୍ଭାଗ୍ୟର କଥାଯେ, ଯଦି ବର୍ଷାକାଳୀନ ଅଧିବେଶନ ସମୟରେ କେନ୍ଦ୍ରରେ କୌଣସି ଏକ ମନ୍ତ୍ରୀଙ୍କ ବିଷୟରେ କିଛି ଅଭିଯୋଗ ରହିଲା ତାହା ଉପରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ନିଜ ପକ୍ଷ ଉପସ୍ଥାପନ କରିବାପାଇଁ ସୁଯୋଗ ଦେବା ଉଚି୍ତ । କିନ୍ତୁ ରାଜ୍ୟସଭାରେ ମାନ୍ୟବର ଉପରାଷ୍ଟ୍ରପତି ବିରୋଧୀ କଂଗ୍ରେସ ଦଳକୁ ବାରମ୍ବାର ଏହିଭଳି ଏକ ଆଲୋଚନାର ସୁଯୋଗ ଦେବା ସତ୍ୱେ ଉକ୍ତ ଦଳ ବିନା ଆଲୋଚନାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ବିପକ୍ଷରେ ଲଣ୍ଡନରେ ଅବସ୍ଥାନ କରୁଥିବା ଭାରତୀୟ ନାଗରିକ ଶ୍ରୀ ଲଳିତ ମୋଦିଙ୍କୁ ପଳାତକ ବୋଲି ଅଭିଯୋଗ କରି କହୁଅଛି ଯେ ତାଙ୍କୁ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ ଅହେତୁକ ସାହାଯ୍ୟ କରିଛନ୍ତି । କିନ୍ତୁ ଶ୍ରୀମତୀ ସ୍ୱରାଜ ଲୋକସଭାରେ ଦୃଢ଼ତାର ସହ କହିଲେ ଯେ, ଲଳିତ ମୋଦିଙ୍କୁ ସାହାଯ୍ୟ କରିବା ପାଇଁ ବିଟ୍ରେନ ସରକାରଙ୍କୁ କୌଣସି ପତ୍ର ଲେଖିନାହାଁନ୍ତି । ବିଭିନ୍ନ ଗଣମାଧ୍ୟମରେ ଯଦି ଶ୍ରୀ ଲଳିତ ମୋଦିଙ୍କୁ ଯଦି ପଳାତକ ବୋଲି ପ୍ରଚାର କରାଯାଉଛି, ତଥାପି ଆଜି ପର୍ଯ୍ୟନ୍ତ କୌଣସି ନ୍ୟାାୟଳୟ ତରଫରୁ ଭାରତବର୍ଷରେ ତାଙ୍କୁ ଗିରଫ କରାଯାଇନାହିଁ ବା ତାଙ୍କ ବିରୋଧରେ କୌଣସି ଗିରଫ ପରୱାନା ଜାରି ହୋଇନାହିଁ । ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା ୨୦୧୪ ମସିହା ମେ’ ମାସରୁ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶ୍ରୀ ଲଳିତ ମୋଦିଙ୍କୁ ଭାରତକୁ ଦେଶାନ୍ତର କରିବାପାଇଁ ବି୍ରଟେନ ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଫେମା ଆଇନ୍ରେ ଅଭିଯୁକ୍ତ ଲଳିତ ମୋଦିଙ୍କୁ ଆଇନ ଅନୁଯାଇ ଦେଶାନ୍ତର କରାଯାଇ ପାରିନଥାନ୍ତା ଅପରପକ୍ଷରେ ଲଳିତ ମୋଦିଙ୍କ ବିଷୟରେ ଏକ୍ଟ୍ରଡ଼ିÿିସନ ପ୍ରୋସେଡ଼ିଙ୍ଗ ସକାଶେ ପଦକ୍ଷେପ ନିଆଯାଇ ପାରିଥାନ୍ତା କିନ୍ତୁ ତାହା ଭାରତ ସରକାରଙ୍କ ପକ୍ଷରୁ କରାଯାଇ ନଥିଲା । ଏ ଦେଶରେ ଯଦି ଅତୀତର କୌଣସି ପଳାତକକୁ ଆମ ଦେଶ ବାହାରକୁ ସୁଯୋଗ ଦିଆଯାଇଛି ତାହା କଂଗ୍ରେସ ସରକାରଙ୍କ ସମୟରେ ହିଁ ହୋଇଛି । ଉଦାହରଣତଃ ଭୋପାଳ ଗ୍ୟାସ କରୁଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଣ୍ଡରସନ୍ ଗିରଫ ହେବା ପରେ ଏକ ସ୍ୱତନ୍ତ୍ର ବିମାନରେ ଭାରତରୁ ଆମେରିକା ପଳାୟନ କରିପାରଥିଲେ ଏବଂ ବୋଫର୍ସ ମାମଲାରେ ମୁଖ୍ୟ ଅଭିଯୁକ୍ତ କ୍ୱାତ୍ରୋଚି ଦେଶଛାଡ଼ି କେମିତି ପଳାୟନ କରିଥିଲେ ତାହା ଆମେମାନେ ଜାଣିଛୁ । ଏପରିକି ଶ୍ରୀ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓମାନ ସରକାରଙ୍କ ଅଧିନସ୍ଥ ଏକ ଆଜୀବନ ବନ୍ଦୀ କଏଦୀ ମାଧବନ ପିଲାଇଙ୍କ ମୁକ୍ତି ପାଇଁ ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବାଲ୍ୟବନ୍ଧୁ ଶ୍ରୀ ମନୋହର ଆୟାର ଚେଷ୍ଠା କରି ପାରିଥିଲେ । କିନ୍ତୁ ବର୍ତମାନ ଚାଲିଥିବା ଏନ.ଡ଼ି.ଏ ସରକାର ଶାସନ କାଳରେ କୌଣସି ପଳାତକଙ୍କୁ ସାହାଯ୍ୟ କରାଯାଇନାହିଁ । ପୁଣି ଦୃଢ଼ତାର ସହିତ ମୁଁ କହିବାକୁ ଚାହେଁ ଯେ ଭାରତୀୟ ନାଗରିକ ଲଳିତ ମୋଦି ବର୍ତମାନ ସୁଦ୍ଧା ଆଇନ୍ ଚକ୍ଷୁରେ ଏକ ପଳାତକ ନୁିଁନ୍ତି । ଯେହେତୁ ଯେ ଗିରଫ ହୋଇନଥିଲେ ବା ତାଙ୍କ ନାମରେ କୌଣସି ଅଦାଲତ ଦ୍ୱାରା ଗିରିଫ ପରୱାନା ଜାରି ହୋଇନାହିଁ, ଏହିଭଳି ତଥ୍ୟହୀନ ଅଭିଯୋଗକୁ କେନ୍ଦ୍ର କରି ମୁଖ୍ୟ ବିରୋଧୀଦଳ ଲୋକସଭାରେ ଗୃହର ଯାବତୀୟ କାର୍ଯ୍ୟକଳାପରେ ବାଧା ସୃଷ୍ଟି କଲେ । ସଂସଦ ଇତିହାତରେ ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀଦଳ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ନିଜେ ସ୍ୱୟଂ ବିଭ୍ରାଟକାରୀମାନଙ୍କ ସହିତ ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖକୁ ଚାଲି ଯାଇଥିଲେ । ତାହା ଆମ ଗଣତାନ୍ତ୍ରିକ ପରମ୍ପରାର ଘୋର ବିରୋଧୀ । ଦେଶରେ ଏକ ସୁସ୍ଥ ଅର୍ଥନୈତିକ ବାତାବରଣ ସୃଷ୍ଟି କରିବା ପାଇଁ ବର୍ତମାନ ଏନ.ଡ଼ି.ଏ ସରକାର ସଂକଳ୍ପବଦ୍ଧ । କିନ୍ତୁ ଆମ ବ୍ୟବସ୍ଥାରେ ଏଭଳି ବିଭ୍ରାଟ ସୃଷ୍ଟି କରି ଦେଶର ମୁଖ୍ୟ ଗଣତାନ୍ତ୍ରିକ ଅନୁଷ୍ଠାନର ସଂସଦକୁ ଅଚଳ କରିଦେବା ଏବଂ କୌଣସି କାରଣ ନଥାଇ ଗୃହ ଭିତରେ ଯେପରି କୌଣସି ଆଲୋଚନା ହୋଇପାରିବ ନାହିଁ ତେଣୁ ବିଶୃଙ୍ଖଳା କରି ଅଚଳାବସ୍ଥା ସୃଷ୍ଟି କରିବା ଅତି ନିନ୍ଦନୀୟ ଏବଂ ଏକାନ୍ତଭାବେ ଗଣତନ୍ତ୍ରର ବିରୋଧୀ । ଦେଶର ଅଗଣିତ ଜନତା ସେମାନଙ୍କର ଅମୂଲ୍ୟ ଭୋଟ ଦେଇ ନିଜ ପ୍ରତିନିଧିମାନଙ୍କୁ ସଂସଦକୁ ପଠାଇଥାନ୍ତି । ଯାହାଦ୍ୱାରା ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ବାହାର କରି ଦେଶକୁ ପରିଚାଳନା କରାଯାଇଥାଏ । କିନ୍ତୁ ଆଜିର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସ କେବଳ ଏକ ପରିବାରକୁ ଭାରତୀୟ ରାଜନୀତିରେ ଜୀବିତ ରଖିବା ପାଇଁ ଏତାଦୃଶ୍ୟ ଅଗାଣତନ୍ତ୍ରିକ ପନ୍ଥାର ଆଶ୍ରୟ ନେଉଛି । ଅତି ଦୁର୍ଭାଗ୍ୟ କଥା ଯେ ଶ୍ରୀତୀ ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର ଶ୍ରୀ ରାହୁଲ ଗାନ୍ଧୀ କ୍ଷମତାରେ ନରହିବା କାରଣରୁ ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ ସଂସଦକୁ ଅଚଳ କରିବା ଏକ ଷଡ଼ଯନ୍ତ୍ର । ଏହା ଆଜି ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି । ଅର୍ଥନୈତିକ ବିକାଶ ମାଧ୍ୟମରେ ଅଗଣିତ ଯୁବଗୋଷ୍ଠୀଙ୍କୁ ଶ୍ରମ ଓ ନିଯୁକ୍ତି ଯୋଗାଣ ଏବଂ ନିତ୍ୟ ବ୍ୟହହାର୍ଯ୍ୟ ଜିନିଷପତ୍ରର ଦରଦାମ ନିୟନ୍ତ୍ରଣ କରିବାରେ ସାହାଯ୍ୟ କଲାଭଳି ସାମ୍ବିଧାନିକ ସଂଶୋଧନ ବିଲ୍ ଆଗତ ନକରାଇ ଦେବା ଦେଶର ଏବଂ ଜନତାଙ୍କ ସ୍ୱାର୍ଥ ବିରୋଧୀ ।

Share in top social networks!