ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ‘ରାଜଭବନ ଚାଲ୍’; ରାଜ୍ୟରେ ବାବୁ ଓ ବାବାଙ୍କ ଶାସନ ଚାଲିଛି – ପ୍ରସାଦ

congressrallyରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପୋଲିସ୍ର ମାତ୍ରାଧିକ ବର୍ବରତା ସୀମାସରହଦ ଟପି ଯାଇଛି । କେନ୍ଦ୍ରାପଡାର ନମତରା ଗୁଳିକାଣ୍ଡ ଠାରୁ ଆରମ୍ଭ କରି କେନ୍ଦୁଝର ବେଲବାହାଳୀ ସର୍ବୋପରି ଭଣ୍ଡ ସାରଥି ପ୍ରକରଣରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ପୋଲିସ ଗୁଣ୍ଡାରାଜ ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ରାଜ୍ୟ ଏକ ପୋଲିସ ଷ୍ଟେଟ୍ରେ ପରିଣତ ହୋଇଛି । ଭଣ୍ଡ ସାରଥିର କଳା ସାମ୍ରାଜ୍ୟ ବିସ୍ତାରରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ପ୍ରମାଣିତ ହୋଇସାରିଛି । ବିଜେଡି ସରକାରର ମନ୍ତ୍ରୀ, ବିଧାୟକ, ନେତା ଓ ଅଫିସରମାନେ ସାରଥି କାଣ୍ଡର ନେପଥ୍ୟ ଖଳନାୟକ ସାଜିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସଂପୃକ୍ତିର ପର୍ଦ୍ଧାଫାଶ ହୋଇଛି ।

ମୁଖ୍ୟମନ୍ତ୍ରୀ ନିଜ ପାଣ୍ଠି ସ୍ପେଶାଲ୍ ପ୍ରୋବ୍ଲେମ୍ ଫଣ୍ଡରୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି ଅନ୍ୟ ପକ୍ଷରେ ଭଣ୍ଡ ସାରଥି ୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କର ରିଲିଫ୍ ଫଣ୍ଡକୁ ପ୍ରଦାନ କରିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା ଖୋଲି ଦେଇଛି । ରାଜ୍ୟରେ ଆଇନ୍ର ଶାସନ ବୋଲି କିଛି ନାହିଁ । ତେଣୁ ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ଅଭାବନୀୟ ପରସ୍ଥିତି ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ‘ରାଜଭବନ ଚାଲ’ ଅଭିଯାନ ଆୟୋଜିତ ହୋଇଯାଇଛିା । ସମଗ୍ର ସାରଥି କାଣ୍ଡର ସି.ବି.ଆଇ ତଦନ୍ତ ପୂର୍ବକ ପୂର୍ବତନ କେନ୍ଦ୍ରାପଡା ଏସ୍.ପି. ସତୀଶ ଗଜଭିୟେଙ୍କ ଗିରଫ ଦାବି ଓ ତାଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦଳ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ଦିଆଯାଇଛି ।

ଆଜି ପୂର୍ବାହ୍ନ ୧୧ଟାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ମାଷ୍ଟରକ୍ୟାଣ୍ଟିନ୍, ଏ.ଜି. ଛକ ହୋଇ ରାଜଭବନ ଠାରେ ପହଞ୍ଚô ଥିଲେ । ସେଠାରେ କଂଗ୍ରେସ କର୍ମୀମାନେ ପୋଲିସ ବ୍ୟାରିକେଡ୍କୁ ଅତିକ୍ରମ କରିବାକୁ ଉଦ୍ୟମ କରିଥିଲେ । ଦଳୀୟ କର୍ମୀ ଓ ନେତାମାନଙ୍କୁ ସମ୍ବୋଧିତ କରି ପିସିସି ସଭାପତି ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାଜ୍ୟ ସରକାର ରାଜ୍ୟର ଗଣତନ୍ତ୍ର ହତ୍ୟା କରି ଚାଲିଛନ୍ତି । ରାଜ୍ୟରେ ବାବୁ ଓ ବାବାଙ୍କ ଶାସନ ଚାଲିଛି । ପୋଲିସର ମାତ୍ରାଧିକ ବର୍ବରତା ଏଭଳି ସ୍ଥିତିରେ ପହଞ୍ଚôଛି ଯେ ନୀରିହ ମହିଳା, ଶିଶୁ ଓ ବୃଦ୍ଧ ବୃଦ୍ଧାମାନେ ବି ବାଦ୍ ପଡୁନାହାନ୍ତି । ଭଣ୍ଡ ସାରଥିର କଳା ସାମ୍ରାଜ୍ୟ ରାଜ୍ୟ ପ୍ରଶାସନର ଛତ୍ରଛାୟା ତଳେ ଚାଲିଥିବା ବେଳେ ଏବେ ଏହାର ଅସଲ ଚେହେରା ପଦାରେ ପଡିଲା ବେଳକୁ ପୋଲିସ ଲଗାଇ ସେସବୁ ସ୍ୱରକୁ ଚାପି ଦେବାପାଇଁ ହୀନ ଉଦ୍ୟମ କରାଯାଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଭାବେ ଦାୟୀ । ସେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ କହିଥିଲେ ଯେ ସାରଥି ସହ ମୁଖ୍ୟମନ୍ତ୍ରୀ ଯେଭଳି ଭାବେ ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି । ସେଥିପାଇଁ ଓଡିଶାବାସୀ କେବେବି ତାଙ୍କୁ କ୍ଷମା ଦେବେ ନାହିଁ । ବିରୋଧିଦଳ ନେତା ନରସିଂହ ମିଶ୍ର କହିଥଲେ ଯେ ରାଜ୍ୟ ସରକାର ପୋଲିସ ଜରିଆରେ ଗୁଣ୍ଡାରାଜ ଚଳାଇଛନ୍ତି । ଲୋକଙ୍କୁ ଆତଙ୍କିତ କରିବା ପାଇଁ ପୋଲିସ ଯେଭଳି ଭାବରେ ଆତଙ୍କରାଜ ଚଳାଇଛନ୍ତି ଏହି ଘଟଣାର ସି.ବି.ଆଇ. ତଦନ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସେ ଦାବି କରିଥିଲେ । ରାଜ୍ୟ ସହପ୍ରଭାରୀ ଶୁଭଙ୍କର ସରକାର ରାଜ୍ୟର ବିପର୍ଯର୍୍ୟସ୍ତ ଆଇନ୍ ଶୃଙ୍ଖଳାକୁ ଦାୟୀ କରି ସାରଥି ଘଟଣାର ସି.ବି.ଆଇ. ତଦନ୍ତ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ବିଧାୟକ ଡ. ପ୍ରଫୁଲ୍ଲ ମାଝୀ, ଦେବେନ୍ଦ୍ର ଶର୍ମା, ଯୋଗେଶ ସିଂ, ଅଂଶୁମାନ ମହାନ୍ତି, କୃଷ୍ଣଚନ୍ଦ୍ର ଶଗରିଆ, ରଜତ ଚୌଧୁରୀ, ସସ୍ମିତା ବେହେରା ପ୍ରମୁଖ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଜେନା, ଚନ୍ଦ୍ରଶେଖର ସାହୁ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ, ମତଲୁବ ଅଲ୍ଲୀ, ରମାକାନ୍ତ ମିଶ୍ର, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା, ରବିନ୍ଦ୍ର ସେଠୀ, ସନ୍ଧ୍ୟା ମହାପାତ୍ର, ସଦନ ନାୟକ, ସୁରେଶ ମହାପାତ୍ର, ମହମ୍ମଦ ମୋକିମ୍, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ମନୋରଞ୍ଜନ ଦାଶ, ଦେବାଶିଷ ପଟ୍ଟନାୟକ, ସଂଗ୍ରାମ କେଶର ଜେନା, ଚିନ୍ମୟ ପ୍ରସାଦ ବେଉରା, ବିଶ୍ୱରଞ୍ଜନ ମହାନ୍ତି, ଧରଣୀଧର ନାୟକ, ସୀତାକାନ୍ତ ମହାପାତ୍ର, ଭୀମସେନ ଚୌଧୁରୀ, ଅଶୋକ ମଲ୍ଲିକ, ବିଭୁପ୍ରସାଦ ତରାଇ, ଗିରିବାଳା ବେହେରା, ହରିଶ୍ ଗୌରାଙ୍ଗ, ଶ୍ରୀନାଥ ମିଶ୍ର, ସମୀର କୁମାର ରାଉତରାୟ, ଯୁଧିଷ୍ଠିର ସାମନ୍ତରାୟ, ଶରତ ରାଉତ, ଗୁରୁପଦ ନନ୍ଦ, ସତ୍ୟଭୂଷଣ ସାହୁ, ନରେନ୍ ପଲେଇ, ବନବିହାରୀ ପହି, ବିକ୍ରମ ପଣ୍ଡା, ରମେଶ ଜେନା, ମନୋଜ ରାଉତ, ଶ୍ୟାମ ସୁନ୍ଦର ହାଁସଦା, ଗଣେଶ୍ୱର ବେହେରା, ସୁଧୀର ସାମଲ, ଜାକବ୍ ପ୍ରଧାନ, ପ୍ରତାପ ପ୍ରଧାନ, ଉମାବଲ୍ଲଭ ରଥ, ରବି ମଲ୍ଲିକ, ସୁଲୋଚନା ଦାସ, ସ୍ୱାଗତିକା ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ରବି ରାୟ, ବୀରେନ୍ ସେନାପତି, ସୁବୋଧ ପାଣି, ବେଣୁଧର ଭୋଇ, ଋବି ନାରାୟଣ ମହାନ୍ତି, ଅରିନ୍ଦମ ସର୍କେଲ, ଲାଲା ମନୋଜ ରାୟ, ପ୍ରମୋଦ ଜେନା, ପ୍ରଦୀପ୍ତ ଦାସ, ଡ.ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଭୂଷଣ ଦାସ, ପ୍ରତାପ ରାଉତରାୟ, କାଙ୍ଗାଳି ପଣ୍ଡା, ଅମୀୟ ପଟ୍ଟନାୟକ, ଜନ୍ମେଜୟ ଲେଙ୍କା, ଅବଦୁଲ୍ ବାରୀ, ଦେବୀ ଚାନ୍ଦ, ରାଧାରଞ୍ଜନ ଶତପଥି, ବିକାଶ ଗରାବଡୁ, ମନୋଜ ମହାପାତ୍ର, ସଞ୍ଜୟ ତ୍ରିପାଠୀ, ଗୋକୁଳାନନ୍ଦ ମଲ୍ଲିକ, ପ୍ରେମାନନ୍ଦ ବେହେରା, ସୁଶାନ୍ତ ତି୍ରପାଠୀ, ପ୍ରଦୀପ ମହାପାତ୍ର, ସଞ୍ଜୟ ସାହୁ, ରନôାକର ବେହେରା, ପ୍ରଭାସକର ମହାପାତ୍ର, ନିରୋଜଲୋଚନ ଦାସ, ଡ.ପ୍ରିୟବ୍ରତ ମାଝୀ, ପ୍ରଦୀପ କୁମାର ରଥ, ପୃଥ୍ୱୀରାଜ କୁଅଁର, ସନତ୍ ଦାସ, ଜୟନ୍ତ ମହାନ୍ତି, ଡମ୍ବରୁଧର ଉଲାକା, ରାଜେନ୍ଦ୍ର ପଣ୍ଡା, ଲିଙ୍ଗରାଜ ସାହୁ, ସୁଶାନ୍ତ ବେହେରା, ସାବିର ହୁସେନ୍, ଦୀପକ ସାହୁ, ସରୋଜ ପରିଡା, ପ୍ରତାପ ରାଉତ, ସତ୍ୟବ୍ରତ ନାୟକ, ସତ୍ୟ ମହାନ୍ତି, ବାଙ୍କନିଧି ବେହେରା, ହଳଧର ସେଠୀ, ଜ୍ୟୋତିଷ କୁମାର ସାହୁ, ବିଜୟାନନ୍ଦ ଚାଉଳିଆ, ଧନୁର୍ଜୟ ସିଦ୍ଧୁ, ଯୋଗୀନାଥ ବାହୁବଳେନ୍ଦ୍ର, ଚୌଧୁରୀ ସ୍ନେହଲତା ରାୟ, ପି୍ରୟଦର୍ଶନ ପଟ୍ଟନାୟକ, ମୋହନ ଜେନା, ସୁଜିତ୍ ପାଢ଼ୀ, ନାରାୟଣ ଦାସ, କୈଳାସ କୁଲସିକା, ନିରଞ୍ଜନ ନାୟକ, ସରୋଜ ପାଢ଼ୀ, ପ୍ରଣତି ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ଗିରିଜା ଶଙ୍କର ଦାଶ, ସୌଗତ ମହାନ୍ତି, ଅଭିଷେକ ମହାନନ୍ଦ, ରବିନ୍ଦ୍ର ଆଚାର୍ଯ୍ୟ, ଦୀପା ଚୌଧୁରୀ, ସୁମିତ୍ରା ଜେନା, ଦେବାଶିଷ ଭୂୟାଁ, ତରୁଣକାନ୍ତ ମିଶ୍ର, ସାରଦା ପ୍ରଧାନ, ବବିତା ମଲ୍ଲିକ, କନକଲତା ମଲ୍ଲିକ, ଉର୍ବଷୀ ମିଶ୍ର, ବିଣାପାଣି ସାମଲ, ଶୋଭା ସିଂ, କଳ୍ପନା ରାଉତରାୟ, କୈଳାସ ଚନ୍ଦ୍ର ସାହୁ, ବିନୋଦିନୀ ମହାନ୍ତି, ବିଜୟ ଦ୍ୱିବେଦୀ, ସୁଧାନିଧି ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ, ସୁବ୍ରତ ମହାପାତ୍ର, ଶୈଳେନ୍ଦୁ ମଜୁମଦାର, ରାଜକିଶୋର ବାରିକ୍, ସଙ୍କୁନା କହଁର, ମନୋରଞ୍ଜନ କୁଣ୍ଡୁ, ରାଜେନ୍ଦ୍ର ଜେନା, ଜାନକୀ ମଲ୍ଲିକ, ସରିତା ରଥ, ସୋନାଲି ସାହୁ, ଫର୍ଜନା ତବସୁମ୍, ସୀତାଂଶୁ ଦାସ, ରାଜୀବ ମହାନ୍ତି, ବାସୁଦେବ ପରିଡା, ରାମପ୍ରସାଦ ଜୟସ୍ୱାଲ, ସଦାଶିବ ତ୍ରିପାଠୀ, ସନ୍ୟାସୀ ଦାସ, ସନ୍ଧ୍ୟାରାଣୀ ଦାସ, ସଂଯୁକ୍ତା ରାଉତଙ୍କ ସମେତ ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ସେବାଦଳର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Share in top social networks!