ରାଜ୍ୟ ବିଜେପିର ଡି.ଜି. ପୋଲିସ୍ ଅଫିସ୍ ଘେରାଉ; ଗଜଭିଏଙ୍କର ଗିରଫ୍ ଦାବି

bjpbuxipatraଓଡିଶା ବିଜେପି ପୂର୍ବ ଘୋଷଣା ଅନୁଯାୟୀ ଆଜି ୫୦୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ନେଇ କଟକ ସ୍ଥିତ ପୋଲିସ ମହା ନିଦେ୍ର୍ଧଶକ ଅଫିସ୍ ଘେରାଉ କରିଛନ୍ତି । ଗତ କାଲି ରାତିରୁ ଡି.ଜି କାର୍ଯ୍ୟାଳୟ ପରିସରରେ ୧୪୪ ଧାରା ଜାରି ଓ ତ୍ରୀସ୍ଥରୀୟ ପୋଲିସ ସୁରକ୍ଷାବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତା ମାନେ ସମସ୍ତ ସୁରକ୍ଷା ବଳୟକୁ ଭାଙ୍ଗି ଡି.ଜି କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଚାଲିଯାଇଥିଲେ । କେନ୍ଦ୍ରାପଡାର ପୂର୍ବତନ ଏସ୍.ପି ଗଜଭିଏ ନିଜ କ୍ଷମତାର ଅପ ବ୍ୟବହାର କରି ନିଜେ ଲାଠି ଧରି ସାଧାରଣ ଲୋକଙ୍କ ଉପରେ ନିଶାଶକ୍ତ ଅବସ୍ଥାରେ ମରଣାନ୍ତକ ଅମାନୁଷିକ ଅତ୍ୟାଚ୍ୟାର କରିବା ,ହତ୍ୟା ଧମକ ଦେବା, ଏବଂ ଗାଡି ଗୁଡିକ ଭଙ୍ଗା ରୁଜା କରିବା ଭଳି ମାତ୍ରାଧିକ କାର୍ଯ୍ୟ କରିଛନ୍ତି । ଭଣ୍ଡ ସାରଥି ସହିତ ମିଶି ଲୋକଙ୍କୁ ଠକିବା ଓ କୋଟି କୋଟି ଟଙ୍କା ରୋଜଗାର କରିବା ଭଳି କେଳେଙ୍କାରୀ ରେ ତାକୁ ସୁରକ୍ଷା ଦେବାକୁ ଯାଇ ନାଗରିକ ମାନଙ୍କର ସର୍ବନିମ୍ନ ମୌଳିକ ତଥା ମାନବିକ ଅଧିକାର ପ୍ରତି ମଧ୍ୟ ଦୃଷ୍ଟି ଦେଇନାହାନ୍ତି । ଚିଟ୍ଫଣ୍ଡ ସ୍କାମରେ ସିବିଆଇ ତାଙ୍କୁ ଜେରା କରିସାରିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାମରେ ଜମି କିଣା ଓ ମାଛ ଚାଷ,ଚିଟ୍ଫଣ୍ଡ୍ ରେ ତାଙ୍କ ସଂପୃକ୍ତିକୁ ପ୍ରମାଣ କରିଛି । ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ଆଇନ କାନୁନକୁ ଭୃକ୍ଷେପ ନକରି ସରକାରି ଜମି ହଡପ୍ କରିବା ତାଙ୍କ ଅପରାଧିକ କାର୍ଯ୍ୟକୁ ପ୍ରମାଣିତ କରିଛି । ପୂର୍ବରୁ ମାଲକାନଗିରି ଏସ୍.ପି ଥିବାବେଳେ ବିନା ସୁରକ୍ଷାରେ ସେ ଅର୍ଦ୍ଧସାମରିକ ଯବାନ ମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ, ଯେଉଁଥିରେ କି ୨୨ ଜଣ ଯବାନ ଶହୀଦ୍ ହୋଇଥିଲେ । ସେହିପରି ମଦ ଦୋକାନକୁ ବନ୍ଦ କରିବାକୁଯାଇ କେନ୍ଦ୍ରାପଡାର ନାମତରା ଠାରେ ନିରୀହ ମହିଳା ଓ କିଶୋର ମାନେ ଆନେ୍ଦାଳନ କରୁଥିବା ବେଳେ ପୋଲିସ୍ ଲଗାଇ ସେମାନଙ୍କୁ ମାଡ ମାରି ଲହୁ ଲୁହାଣ କରିବା ଓ ଗୁଳି ଚଳାଇବା ଘଟଣା, ତାଙ୍କ ଅପରାଧିକ ମାନସିକତାର ନିଦର୍ଶନ । କେନ୍ଦ୍ରାପଡାରୁ ତାଙ୍କୁ ବଦଳି କରିବା ପରେ ଫେସ୍ବୁକ୍ ଓ ୟୁଟୁ୍ୟବରେ ନିଜ କାର୍ଯ୍ୟ ବିଷୟରେ ସଫେଇ ଦେବା ଓ ଭୁଲ୍ ଫଟୋ ଛାଡିବା ଭଳି ଗର୍ହିତ କାର୍ଯ୍ୟ କରିଛନ୍ତି । ତାଙ୍କୁ ନିଲମ୍ବନ କରାଗଲେ ସରକାରଙ୍କ ବିରୋଧରେ କେସ୍ କରିବେ ବୋଲି ଧମକ ଦେଇ ସର୍ବଭାରତୀୟ ସେବା ବ୍ୟବସ୍ଥାର କଣ୍ଡକ୍ଟ ରୁଲକୁ ମଧ୍ୟ ଉଲଘଂନ କରିଛନ୍ତି । ତେଣୁ ତୁରନ୍ତ ତାଙ୍କୁ ଗିରଫ୍ କରାଯିବା ସହିତ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଧମା ଆରମ୍ଭ କରିବାକୁ ଦାବି କରାଯାଇଛି ।
ଡି.ଜି ଅଫିସ୍ ସାମନାରେ ବିଜେପି ନେତା ମାନେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇ ବିଭିନ୍ନ ସ୍ଳୋଗାନ୍ ଦେବା ସହିତ ମାଇକ୍ରେ ଭାଷଣ ଦେବା ଆରମ୍ଭ କରିବାରୁ, ଡି.ଜି ବାଧ୍ୟ ହୋଇ ଦାବି ପତ୍ର ଦେବାପାଇଁ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ନେତା ମାନେ ଡି.ଜି ଙ୍କ ସହିତ ଅଲୋଚନା ବେଳେ ମାଇକର ବ୍ୟବହାର କରିବା ସହିତ ବାହାରେ ଏକତ୍ରିତ ହୋଇଥିବା ହଜାର ହଜାର କର୍ଯ୍ୟକର୍ତ୍ତା ସବୁ ଆଲୋଚନା ଯେପରି ଜାଣିପାରିବେ,ଏଥିପାଇଁ ଜିଦ୍ ଧରିବାରୁ ବାଧ୍ୟ ହୋଇ ଡିଜି ମାଇକ ବ୍ୟବହାରକୁ ଅନୁମତି ଦେଇଥିଲେ । ପ୍ରତିନିଧିମାନଙ୍କ ସହିତ ଅଲୋଚନା ବେଳେ ଗଜଭିଏଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯିବ ବୋଲି ଡି.ଜି ଶ୍ରୀ ସଂଜୀବ ମାରିକ ପ୍ରତିଶୃତି ଦେଇଥିଲେ ।
ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର, ବିଧାୟକ ରବି ନାଏକ, ମନମୋହନ ସାମଲ, ସମୀର ଦେ, ରୁଦ୍ରନାରାୟଣ ପାଣି, ସୁରମା ପାଢୀ, ପ୍ରତାପ ଷଡଙ୍ଗୀ, ପୃଥ୍ୱୀରାଜ୍ ହରିଚନ୍ଦନ, ନୟନ କିଶୋର ମହାନ୍ତି, ଦିଲ୍ଲିପ୍ ମଲ୍ଲିକ, ସୀମନ୍ତିନୀ ଜେନା, ଭୃଗୁବକ୍ସି ପାତ୍ର, ଜୟନୀ ପଢିଆରି, ରାଜକିଶୋର ଦାସ, ଯୁବ ମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ ଓ ଅନ୍ୟ ନେତା ମାନଙ୍କ ସହିତ ୫୦୦୦ ହଜାରରୁ ଉର୍ଦ୍ଧ କର୍ମୀ ଏହି ଘେରାଉରେ ଯୋଗ ଦେଇଥିଲେ ।

Share in top social networks!