ତାଳଚେର୍ରେ ମେଡିକାଲ କଲେଜ୍ ନିର୍ମାଣ ପାଇଁ ଏମସିଏଲ୍ ଓ ଏନ୍ବିସିସି ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

mclheadquarterମହାନଦୀ କୋଲ୍ ଫିଲ୍ଡ୍ ଲିମିଟେଡ୍ ଆଜି ରାଷ୍ଟ୍ରାୟତ କନଷ୍ଟ୍ରକସନ୍ କମ୍ପାନୀ ଏନ୍ବିସିସି ସହିତ ତାଳଚେର ଠାରେ ଏକ ମେଡିକାଲ କଲେଜ୍ ନିର୍ମାଣ କରିବା ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।
ଏମସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଏ. ଏନ୍. ସହାୟଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏମସିଏଲ୍ ତରଫରୁ ଏହାର ଜେନେରାଲ୍ ମ୍ୟାନେଜର୍ (ସିଏସ୍ଆର୍) ଶ୍ରୀ ବି. ବି. ମିଶ୍ର ଓ ଏନ୍ବିସିସି ତରଫରୁ ଜେନେରାଲ୍ ମ୍ୟାନେଜର୍ (ସିଭିଲ୍) ଶ୍ରୀ ଭି କେ ଗୋଏଲ୍ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।
ସମୁଦାୟ ୪୯୨.୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍ର ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ।
୨୦ ଏକର ଜମିରେ ହେବାକୁ ଥିବା ଏହି ମେଡିକାଲ କଲେଜ୍ରେ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ସହିତ ସ୍ୱତନ୍ତ୍ର ଏକାଡେମିକ୍ ଏବଂ ରେସିଡେନ୍ସିଆଲ୍ ବ୍ଲକ୍ର ସୁବିଧା ମଧ୍ୟ ଉପଲବ୍ଧ ହେବ ।
ଏହି ମେଡିକାଲ କଲେଜ୍ ନିମନ୍ତେ ଏମସିଏଲ୍ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲ୍ର ଶଯା୍ୟା ୧୧୫ ରୁ ୫୦୦ ଶଯ୍ୟାକୁ ବୃଦ୍ଧି କରାଯିବ ।

Share in top social networks!