ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ତୋଫାନୀ ଗସ୍ତ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ସହ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ ଶିବିର

jeevanbandhuମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାକୁ ତୋଫାନୀ ଗସ୍ତକରି ବିଭିନ ପ୍ରକଳ୍ପ ଗୁଡିକ ଉଦ୍ଘାଟନ ଓ ନୂତନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିବା ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ରକ୍ତଦାନ ନିମନ୍ତେ ଆୟୋଜିତ ଶିବିରମାନ ଉଦ୍ଘାଟନ କରିଛନ୍ତି । ପ୍ରଥମେ ସେରଗଡ ବ୍ଲକ୍ର ଠୁରୁବୁରାଇ ଓ କୁମାରପାଣି ଉନ୍ନିତ ଉଚ୍ଚବିଦ୍ୟାଳୟର ନୂତନ ଗୃର ଶିଳାନ୍ୟାସ ଏବଂ ଠୁରୁବୁରାଇ ଠାରେ ରାଜୀବଗାନ୍ଧୀ ସେବାକେନ୍ଦ୍ରର ଶିଳାନ୍ୟାସ କରିଥିଲେ । ସେରଗଡ ଠାରେ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ ଶିବିର ମଧ୍ୟ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟସରକାରଙ୍କ କଲ୍ୟାଣମୂଳକ ବିଭିନ୍ନ ଯୋଜନାରେ ହୀତାଧିକାରୀମାନଙ୍କୁ ବିଜୁପକାଘର କାର୍ଯ୍ୟାଦେଶ , ଭିନ୍ନକ୍ଷମ ମାନଙ୍କୁ ସହାୟତା ବଂଟନ କରିଥିଲେ । ତାପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ବୃନ୍ଦାବନ ବିଦ୍ୟାପୀଠର ଜନଜାତି ଛାତ୍ରାବାସ ଏବଂ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ ଶିବିର ଉଦ୍ଘାଟନକରି ଥିଲେ । ହିଞ୍ଜିଳି ତହସିଲର ନୂତନ ଗୃହକୁ ଉଦ୍ଘାଟନକରି ଅସହାୟ ମହିଳାମାନଙ୍କୁ ଜମିପଟା ବଂଟନ କରିଥିଲେ । ତାପରେ ସେ ସନ୍ଥ ନିରାକାରୀ ଆଶ୍ରମ ଏବଂ ପୋଚଲିମା ମହାବିଦ୍ୟାଳୟଠାରେ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ । ହିଞ୍ଜିଳି ବ୍ଲକ୍ ପରିସର ନିକଟରେ ନବ ନିର୍ମିତ ବ୍ଲକ୍ ପରିସଂଖ୍ୟାନ ଅଫିସ ନୂତନ କାର୍ଯ୍ୟାଳୟ ଉଦ୍ଘାଟନ , ସାଉଥକୋର ନୂତନ ଡିଭିଜନ ଅଫିସ ପାଇଁ ଶିଳାନ୍ୟାସ , ଗଣ୍ଡଳା ଠାରେ ୩୩/୧୧ କେଭି ସବ୍ଷ୍ଟେସନ ଉଦ୍ଘାଟନ , ସାଉଥକୋ ଫି୍ୟୁଜକଲ କେନ୍ଦ୍ରର ଶିଳାନ୍ୟାସ ଏବଂ ସି.ଡି.ପି.ଓ ନୂତନ କାର୍ଯ୍ୟାଳୟ ଉଦ୍ଘାଟନକରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ହୀତାଧିକାରୀଙ୍କୁ ଉପକରଣ ବଂଟନ କରିଥିଲେ ।
ପ୍ରକାଶ ଥାଉକି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୯୯ ତମ ଜନ୍ମତିଥି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ “ଜୀବନବିନ୍ଦୁର” ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଏହାର ଶୁଭାରମ୍ଭ କରିଥିଲେ । ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ ଲୋକ ବିଭିନ୍ନ ସମୟରେ ରକ୍ତ ଆବଶ୍ୟକ କରିଥାନ୍ତି । ଏହି ଆବଶ୍ୟକତା ପୁରଣ ହେବା ନିମନ୍ତେ ସ୍ୱେଚ୍ଛାକୃତ ରକ୍ତଦାନ ଆବଶ୍ୟକ । ରାଜ୍ୟରେ ବାର୍ଷିକ ପ୍ରାୟ ୪.୨ ଲକ୍ଷ ୟୁନିଟ ରକ୍ତର ଆବଶ୍ୟକତା ରହିଛି । ବିଶେଷକରି ମାର୍ଚ୍ଚ ମାସରୁ ଜୁନ ମାସ ମଧ୍ୟରେ ପ୍ରାୟତଃ ରକ୍ତର ଉକ୍ରଟ ଅଭାବ ଦେଖାଦେଇଥାଏ । ତେଣୁ ଏହି ସମୟ ମଧ୍ୟରେ ଦଳ ତରଫରୁ ଅଧିକ ସଂଖ୍ୟକ ରକ୍ତଦାନ ଶିବିର ଆୟୋଜନ କରି ଏହି ଆବଶ୍ୟକତା ପୂରଣ କରାଯିବାକୁ ଉଦ୍ୟମ କରାଯିବ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, କେନ୍ଦୁଝର, ସମ୍ବଲପୁର, ବାଲେଶ୍ୱର ଓ ବାରିପଦା ଭଳି ସହରରେ ସବୁବେଳେ ରକ୍ତର ଆବଶ୍ୟକତା ଅଧିକ ହୋଇଥାଏ । ରାଜ୍ୟର ଏକ ଦାୟୀତ୍ୱ ସମ୍ପନ୍ନ ରାଜନୈତିକ ଦଳଭାବରେ ବିଜୁ ଜନତା ଦଳ ତାର ସାମାଜିକ ଦାୟୀତ୍ୱ ଓ କର୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ “ଜୀବନ ପାଇଁ ବୁନ୍ଦାଏ” “ଜୀବନବିନ୍ଦ”ୁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାର ସେରଗଡ ଏବଂ ହିଞ୍ଜିଳି ଠାରେ ଆୟୋଜିତ ୫ ଗୋଟି ରକ୍ତଦାନ ଶିବିରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୫୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ଦୁଇ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ନିମନ୍ତେ ସାଧାରଣ ଲୋକଙ୍କ ଆଗ୍ରହ ବେଶ ପ୍ରଣିଧାନ ଯୋଗ୍ୟ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରେ ରୋଗୀମାନଙ୍କ ପାଇଁ ସହାୟତା ଡେସ୍କ , ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟରେ ନିର୍ମିତ ନୂତନ କାଜୁଆଲିଟି ଗୃହ , ୫କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ରେଡିଓଲୋଜି ବିଭାଗର ନୂତନ ଗୃହ ଏବଂ ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଫିଜିକାଲ ମେଡିସିନ୍ ଓ ଥଇଥାନକେନ୍ଦ୍ରର ନୂତନ ଗୃହ ଏବଂ ୭କୋଟି ଏକ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୫ ମହଲା ବିଶିଷ୍ଟ କେନ୍ଦ୍ରିୟ ପାଠାଗାର ଉଦ୍ଘାଟନ କରିବା ପରେ ଗଞ୍ଜାମ କଳା ପରିଷଦର ନୂତନ ଗୃହର ଶିଳାନ୍ୟାସ କରିଥିଲେ । ପ୍ରକାଶ ଥାଉକି ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରେ ଏମ୍.ବି.ବି.ଏସ୍ରେ ଥିବା ୧୫୦ ସିଟ୍କୁ ୨୫୦କୁ ବୃଦ୍ଧି କରିବା ଏବଂ ସୁପରସ୍ପେସିଆଲିଟି ବିଭାଗମାନ ଖୋଲାଯିବା ସହ ବିଭିନ୍ନ ବିଭାଗର ପିଜି ସିଟ୍ ମଧ୍ୟ ବୃଦ୍ଧି କରିବା ନିମନ୍ତେ ନିଷ୍ପତି ଗ୍ରହଣକରାଯାଇଛି । ସେଥି ପାଇଁ ଏହି ମେଡିକାଲ କଲେଜ ଓ ହସପିଟାଲର ଭିତିଭୂମି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ଅର୍ଥର ବ୍ୟବସ୍ଥା କରାଯାଇଛି । ଭିତିଭୂମି ବିକାଶ ସହ ଏହି ମେଡିକାଲ କଲେଜ ଓ ହସପିଟାଲର ଉନ୍ନତି ଦିଗରେ ବିଶେଷ ଦୃଷ୍ଟି ଦିଆଯାଇଥିବା ପ୍ରକାଶ ।
ମୁଖ୍ୟମନ୍ତ୍ରୀଙ୍କ ଏହି ସବୁ କାର୍ଯ୍ୟକ୍ରମ ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦିପ ପାଣିଗ୍ରାହୀ , ବିଧାୟକ ସର୍ବଶ୍ରୀ ଡାଃ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ , ପୂର୍ଣ୍ଣ ଚନ୍ଦ୍ର ସେଠୀ , ପ୍ରିୟାଂସୁ ପ୍ରଧାନ , ଶ୍ରୀକାନ୍ତ ସାହୁ ଏବଂ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ବିଧାୟକ ଦେବାଶିସ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!