ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ୫ ଟି ନୂତନ ମେଡିକାଲ କଲେଜ ସଂପର୍କରେ ସମୀକ୍ଷା

atanuu ରାଜ୍ୟରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ୫ଟି ନୂତନ ମେଡିକାଲ କଲେଜର ଅଗ୍ରଗତି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମୀକ୍ଷା କରିଛନ୍ତି । ଏହି ମେଡିକାଲ କଲେଜ ଗୁଡିକ ପୁରୀ , ବାରିପଦା , ବାଲେଶ୍ୱର କୋରାପୁଟ ଏବଂ ବଲାଙ୍ଗିର ଠାରେ ପ୍ରତିଷ୍ଠିତ ହେବାକୁ ଯାଉଛି । ପ୍ରତ୍ୟେକ କଲେଜ ୧୦୦ ଏମ୍.ବି.ବି.ଏସ୍ ସିଟ୍ ବିଶିଷ୍ଟ ହେବ । ଏହି ସବୁ କଲେଜର ନିର୍ମାଣ ନିମନ୍ତେ ଆନୁସଂଙ୍ଗିକ କାର୍ଯ୍ୟ ପ୍ରାୟତଃ ସରିଛି ।

ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଏହି ସବୁ କଲେଜରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ ଆବଶ୍ୟକ ପଦବି ସୃଷ୍ଟି ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୁରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ । ପ୍ରକାଶ ଥାଉକି ଏ ବାବଦରେ କେନ୍ଦ୍ରୀୟ ଅଂଶ ବାବଦକୁ ମିଳିବାକୁ ଥିବା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ନିକଟରେ ମନ୍ତ୍ରୀ ଶ୍ରୀ ନାୟକ ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କାଳରେ ଦାବୀ କରିଥିଲେ ।

ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ସ୍ୱତନ୍ତ୍ର ସଚିବ ଡାଃ ଏନ୍.କେ.ଦାଶ ଏବଂ ଡଃ ଏସ୍.ବି.ପାଢୀ , ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର , ଅତିରିକ୍ତ ଶାସନ ସଚିବ ଗୁଲାମ ଗୋସ୍ୱାମି ଦେବତା ଏବଂ ପି.ସି.ପାଠୀ , ଯୁଗ୍ମ ସଚିବ ସୁରଜିତ ଦାସ ଏବଂ ଡି.ଏମ୍.ଇ.ଟି ପ୍ରଫେସର ଡାଃ ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!