ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ “ଓଡିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା”ର ଶୁଭାରମ୍ଭ

msmecmଯୁବ ଗୋଷ୍ଠୀର ସୃଜନଶୀଳତା ଓ ବୌଦ୍ଧିକ ଚିନ୍ତାଧାରା ତଥା ଜ୍ଞାନ କୌଶଳ ଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ “ଓଡିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା” ଘୋଷଣା କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ଏକ ଉସôବରେ ଯୋଗଦେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି “ଓଡିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା”ଟିକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପିଜିପିଏ ବିଭାଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା, ରାଜ୍ୟ ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଏହି ଉସôବରେ ଯୋଗ ଦେଇଥିଲେ ।
ଏହି “ଓଡିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା”ର ଉଦ୍ଘାଟନୀ ଉସôବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ, “ଯୁବ ଉଦ୍ୟୋଗୀମାନଙ୍କ ଭୂମିକା କେବଳ ନୂତନ ଉଦ୍ୟୋଗ ସୃଷ୍ଟି କରିବାରେ ସୀମିତ ନ ରହି ବରଂ ପୁଞ୍ଜି, ନିଯୁକ୍ତି ଏବଂ ରୋଜଗାର ସୃଷ୍ଟି କରିବାର କ୍ଷମତା ରହିବା ଦରକାର ଯାହାକି ଅର୍ଥନୀତି ବିକାଶ ଦିଗରେ ପ୍ରତ୍ୟେକ୍ଷ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ଯୁବ ଉଦ୍ୟୋଗର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତ୍ୱ ହେଉଛି ଯୁବ ପିଢିମାନଙ୍କ ମଧ୍ୟରେ ନୂତନତ୍ୱ ପ୍ରସାର କରିବା । ଆମ ରାଜ୍ୟର ଯୁବପିଢି ଜାଗ୍ରତ ହେବା ହେବା ସହ ନିଜର ଅନ୍ତର୍ନହିତ ପ୍ରତିଭାଗୁଡିକୁ ପ୍ରଦର୍ଶିତ କରିବା ଆବଶ୍ୟକ । ଓଡିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା ରାଜ୍ୟର ଯୁବ ପିଢିମାନଙ୍କ ବିକାଶ ତଥା କିଛି ନୂତନତ୍ୱ ପ୍ରସାର କରିବା ନିମନ୍ତେ ଏକ ପ୍ରକୃଷ୍ଟ ଉଦ୍ୟମ,” ବୋଲି ମତପ୍ରକାଶ କରିଥିଲେ ।
ସାଧାରଣତଃ ରାଜ୍ୟର ଶିକ୍ଷା ଅନୁଷ୍ଠାନମାନଙ୍କରେ ନୁଆ କୌଶଳର ଉପଯୋଗିତା ସମ୍ବନ୍ଧିତ ପ୍ରଦର୍ଶନୀ ଆୟୋଜନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋସôାହିତ କରାଯାଇଥାଏ । କିନ୍ତୁ ନୂତନ ଚିନ୍ତାଧାରା ଓ ଜ୍ଞାନ କୌଶଳକୁ ବ୍ୟବହାର କରି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରୀ ପ୍ରୋସôାହନର ବ୍ୟବସ୍ଥା ନ ଥିଲା । ଏଣୁ ଯୁବ ଗୋଷ୍ଠୀକୁ ନୂତନ ଚିନ୍ତାଧାରା ପାଇଁ ପ୍ରେରଣା ଯୋଗାଇ ଦେବା ଏହି “ଓଡିଶା ଯୁବ ନବ ପ୍ରବର୍ତ୍ତନ ପାଣ୍ଠି ଯୋଜନା”ର ମୂଳ ଉଦେ୍ଧଶ୍ୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଅର୍ଥନୌତିକ ବିକାଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ରୋଜଗାର ସୃଷ୍ଟି, ରପ୍ତାନି ଓ ଆଞ୍ଚଳିକ ବୈଷମ୍ୟକୁ ହ୍ରାସ କରିବା ଦିଗରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ଯୋଜନା ମାଧ୍ୟମରେ ବିଶେଷତଃ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ପ୍ରଭୁତ ବିକାଶ ହୋଇପାରିବ ଏବଂ ଏହାଦ୍ୱାରା ସ୍ଥାନୀୟ ସାଧନ ଓ କଞ୍ଚାମାଲ୍ ବିନିଯୋଗ କରି ରାଜ୍ୟରେ ଅଣପାରମ୍ପରିକ ଉଦ୍ୟୋଗ ପ୍ରତିଷ୍ଠା କରାଯାଇପାରିବ ।
ଏହି ଯୋଜନା ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସଆଇସି (ଙଝଓଉ) ମାଧ୍ୟମରେ ରୂପାୟନ କରାଯିବ । ନୂତନ ଚିନ୍ତାଧାରା ଓ ଜ୍ଞାନ କୌଶଳ ଏବଂ ଏହାକୁ ବିନିଯୋଗ କରି ପ୍ରତିଷ୍ଠିତ ଉଦ୍ୟୋଗ ନିମନ୍ତେ ସହାୟତା ପାଇଁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମକୁ ପଠାଇବାକୁ ପଡିବ । ଏହି ଫର୍ମ ଆଞ୍ଚଳିକ/ ଜିଲ୍ଳା ଶିଳ୍ପ କେନ୍ଦ୍ର, ଶିଳ୍ପ ନିଦେ୍ର୍ଧଶାଳୟ ତଥା ଓଡିଶା କ୍ଷୁଦ୍ର ଶିଳ୍ପ ନିଗମରୁ ମିଳିପାରିବ । ୧୩ ବର୍ଷରୁ ୩୫ ବର୍ଷ ବୟସ ମଧ୍ୟରେ ହୋଇଥିବା ରାଜ୍ୟର ଯେ କୈାଣସି ଯୁବକ ଯୁବତୀ ଏହି ଯୋଜନା ଅର୍ନ୍ତଗତ ସମସ୍ତ ସୁବିଧା ସୁଯୋଗ ପାଇପାରିବେ । ଏହି ଯୋଜନା ମାଧ୍ୟମରେ ଚିହ୍ନିତ ନୂତନ ଚିନ୍ତାଧାରା ପାଇଁ ୫୦,୦୦୦ ଟଙ୍କା ଓ ନୂତନ ଜ୍ଞାନ କୌଶଳ ପାଇଁ ୧,୦୦,୦୦୦ ଟଙ୍କା ପୁରସ୍କାର ହିସାବରେ ଦିଆଯିବାର ବ୍ୟବସ୍ଥା ଅଛି । ଏହାଛଡା ନୂଆ ଚିନ୍ତାଧାରା ଓ ଜ୍ଞାନ କୌଶଳ ଭିତ୍ତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ହେଲେ ୩,୦୦,୦୦୦ ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଛି ।

Share in top social networks!