କେନ୍ଦ୍ରାପଡ଼ା ପୋଲିସ୍ ବର୍ବରତା ବିରୁଦ୍ଧରେ “ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ” ର ଗଣବିକ୍ଷୋଭ

ଆଜି ଅପରାହ୍ଣରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିରାଟ ର୍ୟାଲି ତଥା adm କେନ୍ଦ୍ରାପଡ଼ା ପୋଲିସ୍ର ନିର୍ମମ ବର୍ବରତା ବିରୁଦ୍ଧରେ ଅନୁଷ୍ଠିତ ହୋଇଯାଇଛି । ଏହି ର୍ୟାଲିର ମାର୍ଗଦର୍ଶକ ଥିଲେ ମଞ୍ଚର ଅଧ୍ୟକ୍ଷ ଉମାଚରଣ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ଓ ସମ୍ପାଦକ ସୁଧୀର ମହାନ୍ତି । ଏତଦ୍ବ୍ୟତୀତ ମଞ୍ଚର କୋଷାଧ୍ୟକ୍ଷ ଇଂ ତରୁଣ ପଟ୍ଟନାୟକ, ସୌଦାମିନୀ ପଣ୍ଡା, ପଦ୍ମଜା ଦେବତା, ନମିତା ରାଓ, ସି.ଆର. ଦାଶ, ପ୍ରବୋଧ ପାଲ୍ (ସମ୍ପାଦକ), ରମାକାନ୍ତ ମିଶ୍ର (ସହ ସମ୍ପାଦକ), ଗୌର ପ୍ରସନ୍ନ ମିଶ୍ର ଇତ୍ୟାଦି ଯୋଗ ଦେଇଥିଲେ ।

ଉକ୍ତ ର୍ୟାଲିରେ କେନ୍ଦ୍ରାପଡ଼ାର ପ୍ରାକ୍ତନ ଏସ୍.ପି. ସତୀଶ ଗଜଭୟେଙ୍କ ମମତା ସାମନ୍ତରାୟ ନାମୀ ଜଣେ ମିହଳା କର୍ମୀଙ୍କୁ ମହିଳା ପୋଲିସ୍ ମାନଙ୍କ ଦ୍ୱାରା ଦୈହିକ ନିର୍ଯ୍ୟାତନା ଦେବା, ନିରସ୍ତ୍ର ସାଧାରଣ ଲୋକ, ବାଟରେ ଯାଉଥିବା ଛାତ୍ର, ଜଣେ ବିକଳାଙ୍ଗ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଶଇ ପିଟିବା, ପୋଲିସ୍ ଫୋର୍ସ ଦ୍ୱାରା ସାଧାରଣ ଲୋକଙ୍କ ଯାନବାହନ ଲାଠି ଓ ଇଟା ପଥର ଦ୍ୱାରା ଭାଙ୍ଗିବା, ଓକିଲମାନଙ୍କୁ ପିଟିବା ଇତ୍ୟାଦି ବର୍ବରୋଚିତ, ଅମାନୁଷିକ ଓ ଅତ୍ୟଧିକ ପୋଲିସ୍ କାର୍ଯ୍ୟାନୁଷ୍ଠାନକୁଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଦୃଢ ଭାବରେ ନିନ୍ଦା କରିବା ସହ ନିମ୍ନମତେ ଦାବି ଜଣାଇଛନ୍ତି । ଦାବିଗୁଡ଼ିକ ହେଲା :- (୧) ପ୍ରାକ୍ତନ ଏସ୍.ପି. ସତୀଶ ଗଜଭୟେ ତାଙ୍କର ଭୁଲ୍ ପାଇଁ ସର୍ବସାଧାରଣଙ୍କୁ ଟିଭି ପରଦାରେ ରହି କ୍ଷମା ମାଗନ୍ତୁ (୨) ତାଙ୍କ ଦ୍ୱାରା ସାରଥୀ ଆଶ୍ରମର ପୋଲିସ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସାରଥୀ ଓ ତାଙ୍କ ସାଥୀମାନେ ବିପୁଳପରିମାଣର ଟଙ୍କା, ସୁନା ଅଳଙ୍କାର ଓ ଦସ୍ତାବିଜ୍ ଗାଏବ ଓ ନଷ୍ଟ କରିବାରେ ସକ୍ଷମ ହେଲେ । ଖବର ଅନୁସାରେ ଏକ ନାଲି ଗାଡ଼ି
ରାତି ଅଧରେ ଆଶ୍ରମକୁ ଯାଇ କିଛି ଘଣ୍ଟା ପରେ ଫେରି ଆସିଥିବାରୁ ଟଙ୍କା, ସୁନା ଗାଏବ ବିଷୟରେ ସନେ୍ଦହ ଦୃଢିଭୂତ ହେଉଛି ।

ଏଣୁ ଗଜଭୟେଙ୍କ ଅପରାଗତା ଓ ମାତ୍ରାଧିକ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କୁ ସରକାର କାର୍ଯ୍ୟରୁ ଅନ୍ତର କରନ୍ତୁ । ନଚେତ୍
ତଳ ପଦବୀକୁ ଖସାଇ ଦିଅନ୍ତୁ (୩) ପୋଲିସ୍ ଅଧିକାରୀ, କେତେକ ସରକାରୀ କର୍ମ·ରୀ ସାରଥୀଙ୍କୁ ସହଯୋଗ କରି ଲକ୍ଷ ଲକ୍ଷ
ଟଙ୍କା ଅନୁକମ୍ପା ରାଶି ବା ଲାଞ୍ଚ ଗ୍ରହଣ କରିଛନ୍ତି । ଏଣୁ ମଞ୍ଚ ସାରଥୀ ବ୍ୟାପାରରେ ଏକ ସିବିଆଇ ତଦନ୍ତ ଦାବି କରି ଏଥିରେ
ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରକୁ ଆଣିବା ଓ ସେମାନଙ୍କ ସମ୍ପତ୍ତି ଯାଞ୍ଚ କରିବା ପାଇଁ ମଞ୍ଚ ଦାବି ଜଣାଇଛି । ଜନସାଧାରଣଙ୍କ
ଯାନ ବାହାନ କ୍ଷତିକୁ ସମ୍ପୃକ୍ତ ପୋଲିସ୍ ଅଧିକାରୀ ତଥା ସରକାର ବହନ କରନ୍ତୁ । (୪) ମମତା ସାମନ୍ତରାୟ ଜଣେ ସାମାଜିକ
କର୍ମୀ । ସେ ନିଦେ୍ର୍ଧାଷ ଓ ତାଙ୍କୁ କିଛି ଆଳରେ ଉକ୍ତ ଏସ୍.ପି. ଜେଲ୍ ପଠାଇଥିବାରୁ ମଞ୍ଚ ଦାବି ଜଣାଉଛି ଯେ ତାଙ୍କ ବିରୁଦ୍ଧରେ
ସମସ୍ତ କେସ୍ ବନ୍ଦ କରି ତାଙ୍କୁ ସସମ୍ମାନେ ଜେଲ୍ରୁ ଖଲାସ କରନ୍ତୁ । ପରିଶେଷରେ ୨୮ଟି ସାମାଜିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ
ଏହି ର୍ୟାଲିରେ ମିଳିତ ହୋଇ ଉପରୋକ୍ତ ବିଷୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Share in top social networks!