ବିଜେପିର ଥାନା ଘେରାଉ ଜନ ଆନେ୍ଦାଳନ ରୂପ ନେଇଛି

BJPTHANAସାରଥି-ନବୀନ ଯୋଡି ଶାସନ ବିରୁଦ୍ଧରେ କେନ୍ଦ୍ରାପଡାର ପୂର୍ବତନ ଏସ୍.ପି. ସତିଶ ଗଜଭିଏଙ୍କୁ ବହିସ୍କାର ଓ ଗିରଫ ତଥା ସାରଥି ମାମଲାର ସି.ବି.ଆଇ ତଦନ୍ତ ଦାବୀରେ ଏବଂ ରାଜ୍ୟବ୍ୟାପି ଆଇନ୍ଜୀବିଙ୍କ ଆନେ୍ଦାଳନ ସମର୍ଥନରେ ବିଜେପି ପକ୍ଷରୁ ରାଜ୍ୟରେ ସମସ୍ତ ଥାନା ସମ୍ମୁଖରେ ଆଜି ବିକ୍ଷୋଭ ଧାରଣା ସାଙ୍ଗକୁ ଗଜଭିଏଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା । ବିଜେପିର ଏହି ଥାନା ଘେରାଉ ରାଜ୍ୟରେ ଜନ ଆନେ୍ଦାଳନର ରୂପ ନେଇଛି । ଗୋଟିଏ ପଟେ ରାଜ୍ୟର ସମସ୍ତ ଆଇନ୍ଜୀବି କୋର୍ଟ ବର୍ଜନ ଆନେ୍ଦାଳନ କରିଥିବା ବେଳେ ଅନ୍ୟପଟେ ବିଜେପିର ଥାନା ଘେରାଉ ଆନେ୍ଦାଳନରେ ଛାତ୍ର, ଯୁବକ, ମହିଳା ଓ ବୁଦ୍ଧିଜୀବିଙ୍କ ପକ୍ଷରୁ ବିପୁଳ ଜନ ସମର୍ଥନ ମିଳିଥିଲା ।
କେନ୍ଦ୍ରାପଡାରେ ନିରୀହ ଜନସାଧାରଣ, ଆଇନ୍ଜୀବି ଓ ବିଜେପି ଜିଲ୍ଳା ସଭାପତିଙ୍କ ଉପରେ ପୋଲିସ୍ର ତାଲିବାନୀ ଆକ୍ରମଣ ବିରୁଦ୍ଧରେ ରାଜ୍ୟର ସବୁ ସ୍ତରରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଗଜଭିଏଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଉନଥିବା ଘଟଣା ନବୀନ-ସାରଥି ଅସାଧୁ ଯୋଡିର ନିଦର୍ଶନ ବୋଲି ବିଜେପି ଅଭିଯୋଗ କରିଛି । କାର୍ଯ୍ୟାନୁଷ୍ଠାନ ହେଲେ ସତୀଶ ଗଜଭିଏ ଆଇନ୍ର ଆଶ୍ରୟ ନେବେ ବୋଲି ଆଜି ଧମକ ଦେବା ଓ ମୁଖ୍ୟମନ୍ତ୍ରୀଙ୍କ ନିରବତା ସରକାରଙ୍କ ଅସହାୟତାକୁ ପ୍ରମାଣିତ କରୁଛି । ଏହି ପ୍ରସଙ୍ଗଟି କେବଳ ଧାର୍ମିକ କିମ୍ବା ନୈତିକତାର ନୁହେଁ ବରଂ ଏଥିରେ ସାରଥି ସହିତ ବିଜେଡିର ଅର୍ଥନୈତିକ ଓ ଅସାଧୁ ସଂପୃକ୍ତି ଯୋଡି ହୋଇ ରହିଛି । ଗତ ୬ତାରିଖ ଅର୍ଦ୍ଧ ରାତ୍ରରେ ଆଶ୍ରମର ଚର୍ତୁପାଶ୍ୱର୍କୁ ଅନ୍ଧକାର କରାଯାଇ ଏକ ଲାଲ୍ରଙ୍ଗର କାର୍ରେ ଆଶ୍ରମ ଭିତରୁ ବିପୁଳ ସୁନା ଟଙ୍କା କମ୍ପୁ୍ୟଟର ଏବଂ ଆପତିଜନକ ନଥିପତ୍ରକୁ ତୃତୀୟ ମହଲାର ନିଦେ୍ର୍ଧଶରେ ସଂପୃକ୍ତ ଏସ୍.ପି.ଙ୍କ ମାଧ୍ୟମରେ ପାର୍ କରାଯାଇଥିବା ବିଜେପିର ଅଭିଯୋଗ ଉପରେ ସରକାର ଚୁପ୍ କାହିଁକି ବୋଲି ପ୍ରଶ୍ନକରିଛି ବିଜେପି । ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗ ତରଫରୁ ସାରଥି ଆଶ୍ରମକୁ ସାଇନ୍ବୋର୍ଡ ଲଗାଇ ସରକାରୀ ପ୍ରୋତ୍ସାହନ ଦେଇଥିଲେ । ସେତିକି ନୁହେଁ ରାଜ୍ୟର ବିଭିନ୍ନ ସାରଥୀ ଆଶ୍ରମକୁ ବିଜେଡିର ସାଂସଦ, ବିଧାୟକଙ୍କ ଲ୍ୟାଡ୍ ଫଣ୍ଡ୍ ଓ ଅନ୍ୟାନ୍ୟ ବିଭାଗୀୟ ସରକାରୀ ଅର୍ଥ ସାଙ୍ଗକୁ ସରକାରୀ ଜମି ଯୋଗାଇ ଦିଆଯାଇଥିଲା । ଅତୀତରେ ଚିଟ୍ଫଣ୍ଡ ଦୁର୍ନୀତିରେ ସିବିଆଇ ଦ୍ୱାରା ଜେରା ହୋଇଥିବା ଓ ଅପରାଧିକ ପୃଷ୍ଠଭୂମୀ ଥିବା ପୋଲିସ୍ ଅଧିକାରୀ ସତିଶ ଗଜଭିଏଙ୍କ ସାରଥିଙ୍କ କଳା ସାମ୍ରାଜ୍ୟ ସହିତ ସଂପର୍କ, ବିଜେଡି ସାଂସଦ, ବିଧାୟକ, ମନ୍ତ୍ରୀଙ୍କ ସହିତ ସଂପର୍କ ଓ ଜମି ଜାଲିଆତି ପ୍ରଭୃତି ରହିଥିବାରୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିରର୍ଥକ । ତେଣୁ ସାରଥି ମାମଲାର ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିଶ୍ କରିବାକୁ ବିଜେପି ଦାବି କରିଛି ।
ରାଜ୍ୟବ୍ୟାପି ଆଜିର ଥାନା ଘେରାଉ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଏବଂ ସମର୍ଥନ ଦେଇଥିବା ସମସ୍ତ ଜନସାଧାରଣଙ୍କୁ ବିଜେପି ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଶ୍ରୀଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ୍ ଓରାମ୍, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ, ରାଜନୈତିକ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ମହାପାତ୍ର, ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ସମୀର ମହାନ୍ତି, ଦିଲ୍ଳୀପ ମଲ୍ଲିକ, ଡଃ ଜତିନ୍ ମହାନ୍ତି, କାଳନ୍ଦୀ ସାମଲ୍ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!