ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ website ଉନ୍ମୋଚିତ

openuniversityସ୍ଥାନୀୟ ଇନ୍ଦିରାଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ “ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ’ର ସମ୍ବଲପୁର website ମାନ୍ୟବର ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥ# ଭାବେ ଯୋଗଦେଇ ମନ୍ତ୍ରୀ ଡଃ ପାଣିଗ୍ରାହୀ କହିଲେ ଯେ, ନୈତିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାନଗଲେ ଯୁବ ସମାଜ ବାଟବଣା ହେବା ସହ ସାମାଜିକ ତଥା ଆଥ#ର୍କ ଉନ୍ନତି ସମ୍ଭବ ହେବନାହିାଁ ଶିକ୍ଷା ବିନା କୌଣସି ଦେଶ ବା ରାଜ୍ୟ ବିକଶିତ ହୋଇ ନାହିଁ, ଯେଉଁ ରାଜ୍ୟ ବା ଦେଶର ଶିକ୍ଷା ପଦ୍ଧତି ଯେତେ ସୁଦୃଢ ସେ ଦେଶ ବା
ରାଜ୍ୟ ସେତେ ବିକାଶ ପଥରେ ଅଗ୍ରସର ହେଉଛିା ରାଜ୍ୟର ଅପହଞ୍ଚ ଇଲାକାରେ ଶିକ୍ଷାକୁ ପହଞ୍ଚାଇବା ଏବଂ ଏହାର ପ୍ରସାର କରାଇବା ହେଉଛି ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟା ଏହା ମାଧ୍ୟମରେ ଗ୍ରାମାଞ୍ଚଳରେ ଅଧାରୁ ପାଠ ଛାଡିଥ#ବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ, ମହିଳା, ଶାରୀରିକ ଅକ୍ଷମ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉଚ୍ଚଶିକ୍ଷା ଲାଭ କରି ଉପକୃତ ହୋଇପାରିବୋ

ବର୍ତ୍ତମାନ ଅସ୍ଥାୟୀ ଭାବରେ “ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ’ ସମ୍ବଲପୁରସ୍ଥ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ କାର୍ଯ୍ୟକରିବ ଏବଂ ଏହାର ରେଜିଷ୍ଟ୍ରାର ଭାବରେ ଉକ୍ତ ବିଶ୍ୱବିଦ୍ୟାଳୟର ଆଥ#ର୍କ ତଥା ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ରହିବୋ ମୁକ୍ତ, ଦୂର ଶିକ୍ଷା ଗ୍ରହଣ ଏବଂ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି ଉପସ୍ଥିତ ଥ#ବା ବିଶିଷ୍ଟ ଅତିଥ#ମାନେ ମତବ୍ୟକ୍ତ କରିଥ#ଲୋ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଓଏସ୍ଡି ଡଃ ଶ୍ରୀକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥ#ବା ବେଳେ ଶେଷରେ ଇନ୍ଦିରାଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ଅଭିଳାଷ ନାୟକ
ଧନ୍ୟବାଦ ପ୍ରଦାନ କରିଥ#ଲୋ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଅଶୋକ ଦାଶ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଓଏସ୍ଡି ପ୍ରଫେସର ଏସ୍.ଏସ୍. ରଥ, ଭାରତୀୟ ଯୁବ ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ପି.ସି. ମିଶ୍ର, ଓଏସ୍ଡି ଡଃ ଶ୍ରୀକାନ୍ତ ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମସଚିବ ଅଜୟ କୁମାର ନାୟକ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡ. ମିହିର କୁମାର ଦାସ, ଇନ୍ଦିରାଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ଅଭିଳାଷ ନାୟକ, ସର୍ବୋଦୟ ନେତା ରବିନାରାୟଣ ଜେନା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ମନୋଜ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!