ଓକିଲ ସଙ୍ଘର ବନ୍ଦ ଡାକରାକୁ ବିଜେପିର ସମର୍ଥନ

bijaybjpରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ପୋଲିସ ଦ୍ୱାରା ଲୋକଙ୍କୁ ଭୟଭିତ କରି ଶାସନ କରିବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି । କେନ୍ଦ୍ରାପଡା, ବାଣୀବିହାର ଏବଂ କେନ୍ଦୁଝର ଜିଲ୍ଲା ବେଲବାହାଲି ଗ୍ରାମ ଠାରେ ପୋଲିସକୁ ଶାସକ ଦଳ ଗୁଣ୍ଡା ଭାବେ ବ୍ୟବହାର କରିଛନ୍ତି ତାହାର ପ୍ରତିବାଦରେ ରାଜ୍ୟ ବ୍ୟାପି ଆନେ୍ଦାଳନ କରାଯିବ ବୋଲି ଭାରତୀୟ ଜନତା ପାର୍ଟୀର ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି ।

ବିଜେପି ଦଳର ଏକ ପ୍ରତିନିଧି ଦଳ ଗତକାଲି କେନ୍ଦ୍ରାପଡାରେ ହୋଇଥିବା ପୋଲିସର ବର୍ବର ଏବଂ ଅମାନୁସିକ ଅତ୍ୟାଚାର ବିଷୟରେ ସବିଶେଷ ଅନୁଧ୍ୟାନ କରି ଫେରିବା ପରେ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି ଶ୍ରୀ ଦୁର୍ଯୋଧନ ସାହୁଙ୍କୁ ପୋଲିସ ଏସପି ରକ୍ତମୁଖା ହୋଇ ନିଜେ ମରଣାତ୍ମକ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଉଠବସ କରିଥିଲେ । ଏହିଭଳି ଜଘନ୍ୟ କାଣ୍ଡ କେନ୍ଦ୍ରାପଡା ଇତିହାସରେ କେବେ ଘଟିନଥିଲା । ତାଙ୍କ ପିଠିର ଚମଡା ଠାଏ ଠାଏ ଉଠି ଯାଇଛି ଏବଂ ସାଧାରଣ ଭାବେ କଥାବାର୍ତ୍ତା ମଧ୍ୟ କରି ପାରୁ ନାହାନ୍ତି । ସେ ଜଣେ ମଧୁମେହ ରୋଗି ହୋଇଥିବା ବେଳେ ତାଙ୍କୁ ଏହି ଭଳି ଅବସ୍ଥାରେ ଆଶୁ ଚିକିସôା ସୁବିଧା ମଧ୍ୟ ଦିଆଯାଇନଥିଲା । ଶାନ୍ତ ପୂର୍ଣ୍ଣ ଭାବେ ଆନେ୍ଦାଳନ କରୁଥିବା ବେଳେ ପୋଲିସ ନିଜ ଆଡୁ ବିନା କାରଣରେ ଜନତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ ଏବଂ ଶ୍ରୀ ସାହୁଙ୍କ ସମେତ ସେଠାରେ ଉପସ୍ଥିତ ଶତାଧିକ ବ୍ୟକ୍ତିଙ୍କୁ ପୋଲିସ ମାଡ ମାରିଥିଲେ । ଏଭଳିକି ଜଣେ ଆଦିବାସୀ ଛାତ୍ର କଲେଜ ଯିବା ବାଟରେ ତାକୁ ଅଟକାଇ ମାଡ ମାରବା ଘଟଣା ଇଂରେଜ ସରକାରଙ୍କ ବର୍ବର ଶାସନକୁ କେବଳ ମନେପକାଇ ଦେଉଛି ।
ଏହାର ପ୍ରତିବାଦରେ ରାଜ୍ୟ ହାଇକୋର୍ଟ ବାର ଏସୋସିଏସନ ଏବଂ ରାଜ୍ୟ ଓକିଲ ସଙ୍ଘ ପକ୍ଷରୁ ରାଜ୍ୟର ୧୫୩ ଗୋଟି ବିଚାରାଳୟ କାର୍ଯ୍ୟକୁ ଆଗାମୀ ସୋମବାର ଦିନ ବର୍ଜନ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ବିଜେପି ଦଳ ସମର୍ଥନ ଓ ସ୍ୱାଗତ କରୁଛି ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ।
ଏହି ସମ୍ମିଳନୀରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର କହିଲେ ଯେ କେନ୍ଦ୍ରାପଡାର ଏସ୍ପିି ଏହି ବର୍ବର ଆକ୍ରମଣ କରିବା ବେଳେ ନିଜେ ମଦ୍ୟପାନ କରିଥିବା ଜଣାଯାଇଛି । ତାଙ୍କୁ ବଦଳୀ କରି ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡାଇôବା ପାଇଁ ଚେଷ୍ଟା କରୁଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ । ମାଲକାନଗିରିରେ ସେ ଏସପି ଥିବା ବେଳେ ତାଙ୍କ ବେପରବାହୀ ଯୋଗୁଁ ୨୯ ଜଣ ଜବାନଙ୍କ ମୃତୁ୍ୟ ହୋଇଥିଲା ଏଭଳି ଜଣେ ଦାୟୀତ୍ୱ୍ୱହୀନ ବ୍ୟକ୍ତି ପୁଣି ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ।
ଶ୍ରୀ ମହାପାତ୍ର ପୁଣି କହିଲେ ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜ ଫଣ୍ଡରୁ ୨୦୧୦-୧୧ ବର୍ଷରେ ସାରଥି ବାବାଙ୍କ ଆଶ୍ରମକୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାରମୁଳ ଆଶ୍ରମକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ଘୋଷଣା କରିବା ପାଇଁ ବିଜେଡି ନେତୃବୃନ୍ଦ ପ୍ରଚେଷ୍ଟା କରିଛନ୍ତି । ବିଧାୟକ ଏବଂ ସାଂସଦ ଫଣ୍ଡରୁ ମଧ୍ୟ ତାଙ୍କୁ ବହୁ ପରିମାଣରେ ଆର୍ଥôକ ସାହାଯ୍ୟ ଦିଆଯାଇଛି । ଶାସକଦଳର ବହୁନେତା ଏହି ଦୁସ୍କର୍ମରେ ସମ୍ପୃକ୍ତ । ଏହି ପରିପ୍ରେକ୍ଷୀରେ କ୍ରାଇମ ବ୍ରାଞ୍ଚ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଯୋଗୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପାରିବା ମମ୍ଭବ ନୁହେଁ । ତେଣୁ ସିବିଆଇକୁ ଏହି ବିଷୟରେ ତଦନ୍ତ କରିବା ପାଇଁ ଦାୟିତ୍ୱ ଦେବା ପାଇଁ ସେ ଦାବୀ କରିଥିଲେ । ଉକ୍ତ ସମ୍ପାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା ଶ୍ରୀ ବସନ୍ତ ପଣ୍ଡା , ବିଧାୟିକା ରାଧାରାଣୀ ପଣ୍ଡା, ଶ୍ରୀ ରବି ନାୟକ, ଉପସଭାପତି ଶମତୀ ସୁରମା ପାଢୀ, ଶ୍ରୀମତୀ ନିୟତୀ ଗିରି, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରମନ୍ତିନୀ ଜେନା, ମୁଖପାତ୍ର ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!