ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ କର୍ମଚାରୀ ସଂଘ ପକ୍ଷରୁ ନବ ନିର୍ବାଚିତ ସଦସ୍ୟ ମାନଙ୍କ ନିମନ୍ତେ ସ୍ୱାଗତ ସମାରୋହ

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ବ୍ୟାଙ୍କର ନୂତନ ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି ଓ ନିଦେ୍ର୍ଧଶକ ମଣ୍ଡଳୀ ସଦସ୍ୟ ବୃନ୍ଦ ତଥା ଜିଲ୍ଲାସ୍ତରୀୟ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କର ନବନିର୍ବାଚିତ ସଭାପତି ମାନଙ୍କ ପାଇଁ ରାଜ୍ୟ ସମବାୟ ବ୍ୟାଙ୍କର ସମ୍ମିଳନୀ କକ୍ଷରେ ଶୁକ୍ରବାର ସଂଧ୍ୟାରେ ଏକ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିଲା । କର୍ମଚାରୀ ସଂଙ୍ଘର ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ସଭା ପରିଚାଳନା କରିଥିଲେ । ସଂପାଦକ ଶ୍ରୀ ପ୍ରବୋଧ କୁମାର ମିଶ୍ର ତାଙ୍କର ଅଭିଭାଷଣରେ ବ୍ୟାଙ୍କର କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ ଏବଂ ଆଗାମୀ ଦିନରେ ରାଜ୍ୟରେ ସମବାୟ ଆନେ୍ଦାଳନକୁ ଅଧିକ ଶକ୍ତିଶାଳୀ କରିବେ ବୋଲି ଆଶାପୋଷଣ କରିଥିଲେ ।

ରାଜ୍ୟରେ ପ୍ରଚଳିତ ତ୍ରିସ୍ତରୀୟ ସମବାୟ ଋଣ ବ୍ୟବସ୍ଥାର ଦୃଢ଼ୀକରଣ ପାଇଁ ଶୀର୍ଷ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ରାଜ୍ୟରେ କୃଷକମାନଙ୍କର ଆର୍ଥିକ ଉନ୍ନତିରେ ସହାୟକ ହୋଇ ରାଜ୍ୟରେ କୃଷି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ରାଜ୍ୟ ସମବାୟ ବ୍ୟାଙ୍କର ନବନିର୍ବାଚିତ ନିଦେ୍ର୍ଧଶକ ଏବଂ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ମାନେ ସମବାୟ ଆନେ୍ଦାଳନକୁ ପରସ୍ପର ସହଯୋଗ ମାଧ୍ୟମରେ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ସଂଘର ଉପସଭାପତି ଶ୍ରୀ ସୁଧିର ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!