ସାଇକେଲ୍ ପିଓର ଅଗରବତୀ ଓଡ଼ିଶାରେ ତାର ସ୍ଥିତିକୁ ମଜ୍ବୁତ୍ କରିବ

CYCLEAGARBATIIବିଶ୍ୱର ଅଗ୍ରଣୀ ସୁଗନ୍ଧ ଧୂପକାଠି ନିର୍ମାତା ସାଇକେଲ୍ ପିଓର ଅଗରବତୀ ଓଡ଼ିଶାରେ ତାର ବିକ୍ରୟ ଯୋଜନାକୁ ଅଭିବୃଦ୍ଧି କରିବା ଘୋଷଣା କରିଛି । ତାର ଏହି ବ୍ୟାବସାୟିକ କୌଶଳରେ ସାଇକେଲ୍ ପିଓର ଅଗରବତୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ମାର୍କେଟିଂ ପରିମାଣକୁ ୨ ଗୁଣା ବଢ଼ାଇବା ନିମନ୍ତେ ଯୋଜନା ରଖିଛି । କମ୍ପାନୀ ପକ୍ଷରୁ ଅମିତାଭ୍ ବଚନ୍ଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ କରାଯାଇଛି । ଏହାର ବ୍ରାଣ୍ଡ ପାଇଁ ପ୍ରଥମ ଥର ବଲିଉଡ୍ ଆଇକନ୍ଙ୍କୁ ନେଇ ଏହା ତାର ନୂଆ ବ୍ରାଣ୍ଡରେ ‘ପ୍ରାର୍ଥନା କି ଶୁଦ୍ଧତା’ ସ୍ଲୋଗାନ୍କୁ ନେଇ ଉଭୟ ଜାତୀୟ ସ୍ତର ଓ ଆଞ୍ଚଳିକ ସ୍ତରରେ ବଜାରକୁ ଓହ୍ଲାଇଛି ।
ଏହି ଅବସରରେ ସାଇକେଲ୍ ପିଓର ଅଗରବତୀର ନୂଆ ରେଞ୍ଜ ଲିଆ ଅଗରବତୀକୁ ଶୁଭାରମ୍ଭ କରାଯାଇଛି ଯେଉଁଥିରେ ରହିଛି ୬ ଗୋଟି ଭିନ୍ନ ଭିନ୍ନ ସୁଗନ୍ଧ ଯଥା ଲିଆ କି୍ରମ, ଲିଆ ଲାଭେଣ୍ଡର, ଲିଆ ସାଇଟି୍ରକ୍ ଟାଙ୍ଗୋ, ଲିଆଲିଲିୟମ, ଲିଆଫ୍ଲୋରେସେସ୍ ଏବଂ ଲିଆଆପ୍ଲି ।
ଏହି ବିକି୍ର ବୃଦ୍ଧି ଯୋଜନାର ଶୁଭ ଅବସରରେ ସାଇକେଲ୍ ପିଓର ଅଗରବତୀର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅର୍ଜୁନ ରାଙ୍ଗା କହିଛନ୍ତି ଯେ ଆମେ ସଦାସର୍ବଦା ଗ୍ରାହକମାନଙ୍କର ସନ୍ତୁଷ୍ଟି ଓ ସେମାନଙ୍କୁ ଉଚ୍ଚଗୁଣମାନର ସାମଗ୍ରୀ ଓ ଆକର୍ଷଣୀୟ ସୁଗନ୍ଧର ବିଭିନ୍ନ ରେଞ୍ଜ ପ୍ରଦାନ କରିବା ପାଇଁ ନିରନ୍ତର ଚେଷ୍ଟା କରିଆସିଛୁ । ରାଜ୍ୟ ମଧ୍ୟରେ ଆମର ଏହି ବିକ୍ରୟକୁ ପ୍ରସାର ଓ ବୃଦ୍ଧି କରିବା ଲକ୍ଷ୍ୟରେ ଆମେ ଆମର ମାର୍କେଟ୍ ପରିସରକୁ ମଧ୍ୟ ବୃଦ୍ଧି କରିଅଛୁ । ବ୍ରାଣ୍ଡ ଆମ୍ବାସଡର ରୂପେ ଶ୍ରୀ ଅମିତାଭ୍ ବଚ୍ଚନଙ୍କ ସହଯୋଗକୁ ନେଇ ଶ୍ରୀ ଅର୍ଜୁନ ରାଙ୍ଗା କହିଛନ୍ତି ଅମିତାଭ୍ ବଚ୍ଚନ ହେଉଛନ୍ତି ଜଣେ ସାଧୁ,ସଚ୍ଚୋଟ ତଥା ନୀତିବାନ୍ ଲୋକ ଯିଏ କି ସାଇକେଲ୍ ପିଓର ଅଗରବତୀକୁ ଖୁବ୍ ଭଲ ପାଆନ୍ତି । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଓ କ୍ୟାରିୟରରେ ନୂତନତା ସମସ୍ତଙ୍କ ପାଇଁ ଏକ ପ୍ରେରଣାଯୋଗ୍ୟ । ତାଙ୍କୁ ଆମେ ସାଥିରେ ନେଇପାରିଥିôବାରୁ ଆମର ଗ୍ରାହକମାନେ ନିଶ୍ଚିତ ରୂପେ ଆମର ସାମଗ୍ରୀ ପ୍ରତି ଉତ୍ସାହିତ ହେବେ ବୋଲି ଆଶା ।
ସାଇକେଲ୍ ବ୍ରାଣ୍ଡ ସହିତ ତାଙ୍କର ସହଯୋଗ ସମ୍ପର୍କରେ ଅମିତାଭ୍ ବଚ୍ଚନ କହିଛନ୍ତି ୬୦ ବର୍ଷ ଧରି ସାଇକେଲ୍ ପିଓର ଅଗରବତୀ ପ୍ରତିଟି ଭାରତୀୟଙ୍କ ଗୃହରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି । ଏହାର ଅତୁଳନୀୟ ଗୁଣବତ୍ତା, ଶୁଦ୍ଧତା ଓ ସୁଗନ୍ଧକୁ ସବୁ ଗ୍ରାହକମାନେ ଉପଭୋଗ କରନ୍ତୁ, ଏହା ମୁଁ ଚାହେଁ ।
ଶୁଦ୍ଧତାର ନାମରେ ଏକ ନୂତନ ଅଭିଯାନକୁ ଡିଡିବି ମୁଦ୍ରା ଦ୍ୱାରା ନୂତନ ଭାବରେ ସୃଷ୍ଟି କରାଯାଇଛି । ଏହାର ପ୍ରଯୋଜନା ରାଇଜିଂ ସନ୍ ଫିଲ୍ମ ଦ୍ୱାରା କରାଯାଇଛି । ପିକୁର ପ୍ରସିଦ୍ଧ ନିଦେ୍ର୍ଧଶକ ସୁଜିତ୍ ସିର୍କାର ଏହି ଟେଲିଭିଜନ କମର୍ସିଆଲ୍ର ନିଦେ୍ର୍ଧଶନା ଦେଇଛନ୍ତି । ଏହି ଟେଲିଭିଜନ କମର୍ସିଆଲ୍ ମଧ୍ୟ ରେଡିଓ ସ୍ପଟ୍ରେ ଓ ଦେଶ ମଧ୍ୟରେ ଡାଇରେକ୍ଟ ଆଉଟ୍ରିଚ୍ ପ୍ରୋଗ୍ରାମ ଜରିଆରେ ଉପଲବ୍ଧ ହୋଇପାରିବ ।
କମ୍ପାନୀ ପକ୍ଷରୁ ମଧ୍ୟ ଅଭିନବ ଡିଲର ନିୟୋଜନ କାର୍ଯ୍ୟକ୍ରମ ପାଇଁ ଯୋଜନା ରଖାଯାଇଛି ଯେଉଁଥିରେ ସାଇକେଲ୍ ପିଓର ଅଗରବତୀର ରିଟେଲ୍ ନେଟ୍ୱର୍କ ଗ୍ରୋଇଂ ପାଇଁ କିଛି ଅଫର ରହିବ । ଏହା ସାରା ଦେଶରେ କାର୍ଯ୍ୟକାରୀ ହେବ । ନରେନ୍ଦ୍ର ମୋଦିଙ୍କର ୩ଡି ହଲୋଗ୍ରାମ ପ୍ରୋଜେକ୍ସନ ଟେକ୍ନିକ ପରି ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ ।
ଭାରତୀୟ ସୁଗନ୍ଧିତ ଧୂପକାଠିର ବଜାର ପାଖାପାଖି ୨୦୦୦ କୋଟି । ଅନ୍ୟପକ୍ଷରେ ଏହି ଉଦ୍ୟୋଗଟି ଅଣସଂଗଠିତ ଅବସ୍ଥାରେ ରହିଛି । ସାଇକେଲ୍ ପିଓର ଅଗରବତୀ ଏହାର ନୂତନ ପଦକ୍ଷେପ ଜରିଆରେ ଏହାକୁ ସୁସଂଗଠିତ କରିବାର ଲକ୍ଷ୍ୟ ରଖିଛି । ବର୍ଷ ବର୍ଷ ଧରି ସାଇକେଲ୍ ପିଓର ଅଗରବତୀ ତାର ଗୁଣବତ୍ତା ଓ ଶୁଦ୍ଧତା ବିଷୟରେ ଜଣାଇ ଆସିଛି । କମ୍ପାନୀର ପ୍ରଚାର ଓ ପ୍ରସାରମୂଳକ କାର୍ଯ୍ୟକ୍ରମ ‘ପ୍ରତ୍ୟେକଙ୍କର ପ୍ରାର୍ଥନାର କାରଣ ଭିନ୍ନ ଭିନ୍ନ’ ଏବଂ ‘ଭଗବାନ ଅଛନ୍ତି’ ମାର୍କେଟ୍ରେ ଏହାକୁ ଏକ ନୂତନ ପରିଚୟ ପ୍ରଦାନ କରିପାରିଛି ।
ପୁନଶ୍ଚ କମ୍ପାନୀ ପକ୍ଷରୁ ପ୍ରଥମ ପଦକ୍ଷେପ ସ୍ୱରୂପ ଅଗରବତୀ ଉଦ୍ୟୋଗର ପ୍ରସାର ପାଇଁ ଏଫ୍ଏମ୍ସିଜି ଚ୍ୟାନେଲ୍ ଗ୍ରହଣ କରାଯାଇଥିଲା । ଏନ୍ଆର ଗ୍ରୁପ୍ର ଉପôାଦଗୁଡ଼ିକର ମାର୍କେଟିଂ ଓ ସେଲ୍ସ ରଙ୍ଗସନ୍ସ ମାର୍କେଟିଂ ସର୍ଭିସେସ୍ କମ୍ପାନୀ ଦ୍ୱାରା କରାଯାଉଛି । ସାଇକେଲ୍ ପିଓର ଅଗରବତୀ ହେଉଛି ଏକମାତ୍ର ଭାରତୀୟ ଧୂପକାଠି କମ୍ପାନୀ ଯିଏକି ୟୁକେ ଭିତ୍ତିକ ଦି କାର୍ବନ୍ ନିଉଟ୍ରାଲ୍ କମ୍ପାନୀ ଦ୍ୱାରା ଗ୍ରୀନ୍ କମ୍ପାନୀ ଭାବରେ ପ୍ରମାଣିତ । ସାଇକେଲ୍ ଶୁଦ୍ଧ ଅଗରବତୀ ହେଉଛି ଏକମାତ୍ର କମ୍ପାନୀ ଯାହାକି ୟୁକେ ଭିତ୍ତିକ ଦି କାର୍ବନ୍ ନିଉଟ୍ରାଲ୍ କମ୍ପାନୀ ଦ୍ୱାରା ‘ଗ୍ରୀନ୍’ ପ୍ରମାଣନ ହାସଲ କରିଛି । ଏହାର ପ୍ରସ୍ତୁତ ସମସ୍ତ ଉପôାଦଗୁଡ଼ିକ ଆଇଏଫ୍ଆରଏ ପ୍ରମାଣିତ ଓ ଏହାର ପରିବେଶ ବା ସ୍ୱାସ୍ଥ୍ୟ ଉପରେ କୌଣସି ନକାରାତ୍ମକ ପ୍ରଭାବ ନାହିଁ । ଏହାର ପ୍ୟାକିଂ ପଦାର୍ଥ ଓ ଅଗରବତୀ ବର୍ଜ୍ୟକୁ ରିସାକେଲ୍ କରିବା ପାଇଁ ଏନ୍ଆର ଗ୍ରୁପ୍ ଏକ ବର୍ଜ୍ୟ ପରିଚାଳନା ପ୍ରକି୍ରୟା ପ୍ରତିଷ୍ଠା କରିଛି ।

Share in top social networks!