ସ୍ୱଳ୍ପ ବୃଷ୍ଟିପାତ ହେତୁ ପ୍ରମୁଖ ନଦୀମାନଙ୍କର ଜଳପତ୍ତନ ହ୍ରାସ

ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁମଖ ନଦୀମାନଙ୍କର ଅବବାହିକାରେ ଖୁବ୍ କମ ପରିମାଣର ବୃଷ୍ଟିପାତ ଫଳରେ ରାଜ୍ୟର ନଦୀଗୁଡିକର ଜଳସ୍ତର ସ୍ଥିର ରହିଛି କିମ୍ବା ହ୍ରାସ ପାଇଛିା କେବଳ ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ଠାରେ ବୃଦ୍ଧିପାଇଛିା ଏଠାରେ ବିପଦ ସଂକେତ ୧୭.୮୩ ମିଟର ତଳେ ୧୬.୮୩ ମିଟରରେ ନଦୀ ପ୍ରବାହିତ ହେଉଛିା
ଆଜି ଅପରାହ୍ନ ସୁଦ୍ଧା ମହାନଦୀର ଦୁଇଟି ଗେଟ ଖୋଲା ରହିଛିା ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୩୬ ହଜାର ୩୪୧ କୁ୍ୟସେକ୍ ଜଳ ପ୍ରବେଶ କରୁଥ#ବା ବେଳେ ୫୨ ହଜାର ୩୯୦ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛିା ସୂଚନାଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥ#ବା ବେଳେ ବର୍ତ୍ତମାନ ଏହା ୬୧୧.୫୨ ଫୁଟରେ ରହିଛିା ରେଙ୍ଗାଲି ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ ରହିଛିା ମାଛକୁଣ୍ଡର ୨ଟି ଗେଟ ଏବଂ ସାଳନ୍ଦୀ ନଦୀବନ୍ଧର ଗୋଟିଏ ଗେଟ ଖୋଲା ରହିଛିା ମହାନଦୀର ଖଇରମାଳ ଠାରେ ୮୬ ହଜାର କୁ୍ୟସେକ୍ ଜଳ ପ୍ରବାହିତ ହେଉଥ#ବା ବେଳେ ବରମୂଳ ଠାରେ ୧ ଲକ୍ଷ ୧୦ ହଜାର ୨୫୦ କୁ୍ୟସେକ୍ ଏବଂ ମୁଣ୍ଡଳୀ ଠାରେ ୨ ଲକ୍ଷ ୯ ହଜାର ୫୩୬ କୁ୍ୟସେକ୍ ଜଳ ପ୍ରବାହିତ ହେଉଛିା ବ୍ରାହ୍ମଣୀ ନଦୀର ପଙ୍କପାଳ ଠାରେ ୧ ଲକ୍ଷ ୩ ହଜାର ୫୩ କୁ୍ୟସେକ୍, ବୈତରଣୀ ନଦୀର ୫ ନମ୍ବର ଜାତୀୟ ରାଜପଥ ଆଖୁଆପଦା ଠରେ ୨୫ ହଜାର ୪୫୩ କୁ୍ୟସେକ୍ ଏବଂ ସୁବର୍ଣରେଖାର ରାଜଘାଟ ଠାରେ ୧୬ ହଜାର ୫୯୮ କୁ୍ୟସେକ୍ ଜଳ ପ୍ରବାହିତ ହେଉଛିା
ମହାନଦୀର ଜଳସ୍ତର ଖଇରମାଳ ଓ ଟିକରପଡା ଠାରେ ହ୍ରାସ ପାଇଛିା ନରାଜ ଠାରେ ଏହା ସ୍ଥିର ରହି ବିପଦ ସଂକେତ ୨୬.୪୧ ମିଟର ତଳେ ୨୩.୮୮ ମିଟରରେ ପ୍ରବାହିତ ହେଉଛିା ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷ ଏବଂ ଜେନାପୁର ଠାରେ ହ୍ରାସ ପାଇଛିା ଏହାର ରେଙ୍ଗାଲି, ତାଳଚେର ଓ ଇନ୍ଦୁପୁର ଠାରେ ସ୍ଥିର ରହିବା ସହିତ ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ବୈତରଣୀ ନଦୀର ଜଳପତ୍ତନ ଚମ୍ପୁଆ, ସ୍ୱମ୍ପାଟଣା ଓ ଆନନ୍ଦପୁର ଠାରେ ସ୍ଥିର ରହିଛି ଏବଂ ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ସୁବର୍ଣରେଖାର ଜଳସ୍ତର ଜାମସେଦପୁର ଠାରେ ସ୍ଥିର ରହିଛି ଏବଂ ଜାମଶୋଳାଘାଟ ଓ ରାଜଘାଟ ଠାରେ ହ୍ରାସ ପାଇଛିା ବୁଢାବଳଙ୍ଗ ନଦୀର ଜଳସ୍ତର ଚନ୍ଦନପୁର, ବାରିପଦା, ବାଲିମୁଣ୍ଡଳୀ ଏବଂ ୫ ନମ୍ବର ଜାତୀୟ ରାଜପତ ଗୋବିନ୍ଦପୁର ଠାରେ ସ୍ଥିର ରହିବା ସହିତ ବିପଦ ସଂକେତ ତଳେ ପ୍ରବାହିତ ହେଉଛିା
ଦକ୍ଷିଣ ଓଡ଼ିଶାର ବଂଶଧାରା ନଦୀର ଜଳପତ୍ତନ ଗୁଡାରୀ, ଗୁଣୁପୁର ଏବଂ କାଶୀନଗର ଠାରେ ସ୍ଥିର ରହିଛିା ଗୁଣୁପୁର ଠାରେ ବିପଦ ସଂକେତ ୮୪ ମିଟର ତଳେ ୮୦.୪୫ ମିଟରରେ ଏବଂ କାଶୀନଗର ଠାରେ ବିପଦ ସଂକେତ ୫୪.୬୦ ମିଟର ତଳେ ୫୨.୪୩ ମିଟରରେ ପ୍ରବାହିତ ହେଉଛିା ସେହିପରି ଋଷିକୂଲ୍ୟା ନଦୀର ଜଳସ୍ତର ସୋରଡା, ମାଧବରିଡା ଏବଂ ପୁରୁଷୋତ୍ତମପୁର ଠାରେ ସ୍ଥିର ରହିଛିା ସୋରଡା ଠାରେ ବିପଦ ସଂକେତ ୮୧.୯୯ ମିଟର ତଳେ ୭୮.୩୦ ମିଟରରେ, ମାଧବରିଡା ଠାରେ ବିପଦ ସଂକେତ ୬୦.୬୫ ମିଟର ତଳେ ୫୮.୭୫ ମିଟରରେ ଏବଂ ପୁରୁଷୋତ୍ତମପୁର ଠାରେ ୧୬.୮୪ ମିଟଣ ତଳେ ୧୨.୨୬ ମିଟରରେ ପ୍ରବାହିତ ହେଉଛିା

Share in top social networks!